ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳ ପ୍ରକଳ୍ପ ନିକଟରେ ନୂତନ କାର୍ଯ୍ୟାଳୟର ଶୁଭାରମ୍ଭ

ଏସ୍‌ପିପିଏଲ୍‌ର ଇଡିଙ୍କ ଉପସ୍ଥିତିରେ ବସ୍ତା ବିଧାୟକ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରା ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର: ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ପ୍ରକଳ୍ପ କାର୍ଯ୍ୟ ନିକଟସ୍ଥ କାଳିପଦାରେ ଏକ ନୂତନ କାର୍ଯ୍ୟାଳୟ ଖୋଲାଯାଇଛି । ଏସ୍‌ପିପିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ପ୍ରକାଶ ସିଂହଙ୍କ ଉପସ୍ଥିତିରେ ବସ୍ତାର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ ଏବଂ ବାଲେଶ୍ୱରର ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଜିଲ୍ଲାପାଳ ଡକ୍ଟର ଦତାତ୍ରେୟ ଭାଉସାହେବ ସିନ୍ଦେ ଏହି ନୂତନ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି ।
ବାଲିଆପାଳ ବ୍ଲକ୍‌ରେ ଥିବା ଏହି ନୂତନ କାର୍ଯ୍ୟାଳୟରେ ଅନେକ ଆଧୁନିକ ସୁବିଧା ସୁଯୋଗ ରହିଛି । ପ୍ରକଳ୍ପ କାର୍ଯ୍ୟ ନିକଟସ୍ଥ କାର୍ଯ୍ୟାଳୟରୁ କର୍ମଚାରୀମାନଙ୍କ କାର୍ଯ୍ୟକୁ ସହଜ କରିବା ଲାଗି ଏସ୍‌ପିପିଏଲ୍ ଏହି ପଦକ୍ଷେପ ଗ୍ରହଣ କରିଛି ।
ବାଲିଆପାଳ ବ୍ଲକ୍‌ରେ ନୂଆ କାର୍ଯ୍ୟାଳୟ ଖୋଲାଯାଇଥିବାରୁ କଂପାନିର ପଦକ୍ଷେପକୁ ଏହି ଅବସରରେ ବସ୍ତା ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ ପ୍ରଶଂସା କରିଛନ୍ତି ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ଦତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି ଯେ, “ଏହା ହେଉଛି ଏକ ମାଇଲଖୁଂଟ ଏବଂ ଫାଷ୍ଟ୍ ଟ୍ରାକ୍ ମୋଡ୍‌ରେ ପ୍ରକଳ୍ପକୁ ନିର୍ମାଣ କରିବା ଲାଗି ଏସ୍‌ପିପିଏଲ୍‌ର ରହିଥିବା ପ୍ରତିବଦ୍ଧତାର ଏହା ହେଉଛି ପ୍ରତିଫଳନ । ଅନ୍ୟାନ୍ୟ କାର୍ଯ୍ୟ ସମେତ ସୁବର୍ଣ୍ଣରେଖା ବନ୍ଦରକୁ ଯୋଡ଼ୁଥିବା ସଡ଼କର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ।
ଏହି କାର୍ଯ୍ୟକ୍ରମରେ କଂପାନିର ଅଧିକାରୀ, ପିଆର୍‌ଆଇ ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ । ଗତ କିଛି ମାସ ଧରି ଏସ୍‌ପିପିଏଲ୍ ପକ୍ଷରୁ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଶିବିର ଆୟୋଜନ, ପାନୀୟ ଜଳ ସୁବିଧା ପ୍ରଦାନ, ସ୍ଥାନୀୟ ଏସ୍‌ଏଚ୍‌ଜିମାନଙ୍କ ସହ ଯୋଡ଼ିହେବା ସହିତ ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

eleven − eleven =