କୋହଲିଙ୍କ ରେକର୍ଡ

ପୁଣେ() ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ ୭ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇଛନ୍ତି। ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୭ଟି ଦ୍ୱିଶତକ ମାରି ରେକର୍ଡ ସ୍ଥାପନ କରିଛନ୍ତି। କୋହଲି ନିଜର ପ୍ରଥମ ୪୧ ଟେଷ୍ଟରେ କୌଣସି ଦ୍ୱିଶତକ ମାରିନଥିଲେ। କିନ୍ତୁ ପରବର୍ତ୍ତୀ ୪୦ ଟେଷ୍ଟ ଅର୍ଥାତ୍ ୨୦୧୬ ପରଠାରୁ କୋହଲି ୭ଟି ଦ୍ୱିଶତକ ମାରିଛନ୍ତି। ଏହା ସହ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ପୂରଣ କରିଛନ୍ତି। କୋହଲି ବିଶ୍ୱର ଚତୁର୍ଥ ଏବଂ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୭ହଜାର ରନ୍ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

four + 10 =