ଏଣିକି ବିପର୍ଯ୍ୟୟ ପରିଚାଳନା ବିଷୟରେ ପାଠ ପଢିବେ ଛାତ୍ରଛାତ୍ରୀ

ଏଣିକି ବିପର୍ଯ୍ୟୟ ପରିଚାଳନା ବିଷୟରେ ପାଠ ପଢିବେ ଛାତ୍ରଛାତ୍ରୀ । ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ସାମିଲ୍ ହେବାକୁ ଯାଉଛି କୋର୍ସ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ତେବେ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ ପାଇଁ ୨୦୨୦ ଡିସେମ୍ବର ୨୯ରେ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ କରିଥିଲେ ମଧ୍ୟ ‘ଫାଇଭ-ଟି’ କାର୍ଯ୍ୟକାରୀ କରୁଥିବା ବିଭାଗ ଏ ଦିଗରେ ତ୍ୱରିତ୍ ପଦକ୍ଷେପ ନନେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ୨୦୨୩ ଶିକ୍ଷାବର୍ଷ ପାଇଁ ଯେଉଁ ବହି ଛପା ଯାଉଛି। ସେଥିରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମକୁ ସାମିଲ କରାଯିବ । ତେବେ କେଉଁ ଶ୍ରେଣୀରେ ଏହି ପାଠ୍ୟକ୍ରମ ରହିବ ତାହା ଏସସିଇଆରଟି ବିଚାର ବିମର୍ଶ କରୁଛନ୍ତି । ନବମ-ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ’ଣ ରହିବ, ତଳ କ୍ଲାସରେ କ’ଣ ରହିବ ସେ ଦିଗରେ କାମ ଚାଲିଛି । ବିପର୍ଯ୍ୟୟ ପରିଚାଳନାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ସେ ଦିଗରେ କାର୍ଯ୍ୟ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ୨୯ରେ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହେବା ଓ ଏହାର ସପ୍ତାହକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରି କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ପାଇଁ ପ୍ରତ୍ୟେକ ଘରେ ଜଣେ ଯୋଦ୍ଧା ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

Share

Leave a Reply

Your email address will not be published. Required fields are marked *

three × 3 =