ଏବେ ଏହି ଗ୍ରାହକଙ୍କୁ ଦେବାକୁ ପଡ଼ିବନି କଲିଙ୍ଗର ଟଙ୍କା,ଜାଣନ୍ତୁ …

ନୂଆଦିଲ୍ଲୀ() ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ଠାରୁ ଏବେ ନନ୍ କଲିଙ୍ଗ୍ ଉପରେ ଟଙ୍କା ଚାର୍ଜ କରିବା ପାଇଁ ନିଷ୍ପତ୍ତି ନେଇଛି । ଗ୍ରାହକଙ୍କୁ ନନ୍ ଜିଓ କଲିଙ୍ଗ୍ ପାଇଁ ୬ ପଇସା ପ୍ରତି ମିନିଟ୍ ଦେବାକୁ ପଡିବ ବୋଲି ଜିଓ ଘୋଷଣା କରିଥିଲା । ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କେବେଠୁ ଏହି ନିୟମ ଲାଗୁ ହେବ। ଗତକାଲି ରିଲାଏନ୍ସ ଜିଓ ଟୁଇଟ୍ କରି ଏହି ପ୍ରଶ୍ନର ଜବାବ ଦେଇଛି। ଅକ୍ଟୋବର ୯ ଓ ତା ପୂର୍ବରୁ ଯେଉଁମାନେ ଅନ୍ ଲିମିଟେଡ୍ ଭଏସ୍ କଲ୍ ପ୍ୟାକ୍ ରିଚାର୍ଜ କରିଛନ୍ତି, ସେମାନେ ଏହି ଅବଧି ଶେଷ ହେବା ଯାଏ ଅନ୍ୟ ନେଟଓ୍ୱର୍କକୁ ଫ୍ରି’ରେ କଲ୍ କରିପାରିବେ ବୋଲି ଜିଓ କହିଛି।

ଅଧିକାଂଶ ଲୋକ ଜିଓର ୮୪ ଦିନର ପ୍ୟାକ୍ ବ୍ୟବହାର କରୁଛନ୍ତି। ହେଲେ ଯେଉଁମାନେ ବର୍ଷିକିଆ ପ୍ୟାକ୍ ରିଚାର୍ଜ କରିଛନ୍ତି, ସେମାନଙ୍କୁ ଆଇୟୁସି ଚାର୍ଜ କେବେଠୁ ଦେବାକୁ ହେବ, ସେ ବାବଦରେ କିଛି କହି ନାହିଁ ଜିଓ।

ଦେଶର ଅନ୍ୟ ଟେଲିକମ କମ୍ପାନୀ ଏୟାରଟେଲ୍, ଭୋଡ଼ାଫୋନ୍-ଆଇଡିଆ ଏହି ଇଣ୍ଚରକନେକ୍ଟ ୟୁଜେସ ଚାର୍ଜ ଗ୍ରାହକଙ୍କ ପାଖରୁ ନେବେ ନାହିଁ ବୋଲି ଗତକାଲି ସ୍ପଷ୍ଟ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

twelve − 2 =