ମହାଷ୍ଟମୀର ମାହାତ୍ମ୍ୟ

ଭୁବନେଶ୍ୱର: ମା’ ଆସିଛନ୍ତି ଧରାପୃକୁ । ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ଆଜି ମାଙ୍କ ମହାଷ୍ଟମୀ ପୂଜା । ଚଳିତ ବର୍ଷ କୋଭିଡ କଟକଣାରେ ପାଳନ କରାଯାଉଛି । ନବରାତ୍ରୀର ଅଷ୍ଟମୀ ତିଥିରେ ମା’ ଦୁର୍ଗା ‘ମହାଗୌରୀ’ ରୂପରେ ପୂଜା ପାଆନ୍ତି। ମା’ଙ୍କ ଏହି ‘ମହାଗୌରୀ’ ରୂପ ଧାରଣ ସମ୍ପର୍କରେ ଦେବୀ ପୁରାଣରେ ସୁନ୍ଦର ବର୍ଣ୍ଣନା ରହିଛି। ପୁରାଣ କଥା ଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ ପାର୍ବତୀ କଠୋର ତପସ୍ୟା କରିଥିଲେ। ଅନ୍ନ, ଜଳ ତ୍ୟାଗକରି ସାଧନା କରିବା ଫଳରେ ତାଙ୍କ ଶରୀରର ରଙ୍ଗ ମଳିନ ଅର୍ଥାତ୍ କଳା ପଡ଼ିଯାଇଥିଲା। ସେ ଶାରୀରିକ ଭାବେ ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ। ଶିବଙ୍କୁ ପ୍ରସନ୍ନ କରିବା ପରେ ମା’ ନିଜ ସ୍ୱାସ୍ଥ୍ୟ ଓ ସ୍ୱରୂପକୁ ପୁନଃ ପ୍ରାପ୍ତି ପାଇଁ ପୁନର୍ବାର ତପସ୍ୟା କରିଥିଲେ।ଏହି ତପସ୍ୟା ପରେ ମା’ଙ୍କ ଶରୀରରୁ କଳାବର୍ଣ୍ଣ ଚାଲି ଯାଇଥିଲା । ମା’ ସଂପୂର୍ଣ୍ଣ ଗୌର ବର୍ଣ୍ଣ ଧାରଣ କରିଥିଲେ। ସେଥିପାଇଁ ମା’ଙ୍କ ଅନ୍ୟନାମ ‘ମହାଗୌରୀ’।

ଅନ୍ୟଏକ ତଥ୍ୟ ଆଧାରରେ ଏହି ‘ମହାଗୌରୀ’ ରୂପ ମା’ଙ୍କ ବିଭିନ୍ନ ଦିବ୍ୟ ରୂପ ମଧ୍ୟରୁ ଏକ ରୂପ। ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ସଂହାର କରିବା ପାଇଁ ମା’ ରଚିଥିବା ଲୀଳା ମଧ୍ୟରେ ଏହି ‘ମହାଗୌରୀ’ ରୂପ ଅନ୍ୟତମ। ମା’ ଦୁର୍ଗାଙ୍କ ଏହି ‘ମହାଗୌରୀ’ ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ୟ୍ୟପ୍ରଦାୟିନୀ, ଚୈତନ୍ୟମୟୀ ବି କୁହାଯାଏ। ମା’ଙ୍କୁ ଏହି ରୂପରେ ପୂଜା କରିବା ଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକ ଶାନ୍ତି ବୃଦ୍ଧି ପାଇଥାଏ।

Share

Leave a Reply

Your email address will not be published. Required fields are marked *

15 + twenty =