ସାମ୍ବାଦିକଙ୍କୁ ଆଗଧାଡିର କୋଭିଡ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା | ସାମ୍ବାଦିକଙ୍କୁ ମିଳିଲା କୋଭିଡ ଯୋଦ୍ଧା ମାନ୍ୟତା | ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଘୋଷଣା ଦ୍ୱାରା ୬୯୪୪ ଜଣ ସାମ୍ବାଦିକ ହେବେ ଉପକୃତ | କରୋନା ମହାମାରୀ ସମୟରେ ସାମ୍ବାଦିକ ମାନେ ଅନବରତ ରାଜ୍ୟବାସୀଙ୍କ ନିକଟରେ ଖବର ପହଞ୍ଚାଉଛନ୍ତି | ଏହା ସହିତ ରାଜ୍ୟବାସୀଙ୍କୁ କରୋନା ନେଇ ସଚେତନ କରାଉଛନ୍ତି । ମହାମାରୀ ମୁକାବିଲାରେ ସାମ୍ବାଦିକ ମାନେ ଅନେକ ସହାୟତା କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ | ଯଦି କରୋନା କାରଣରୁ କୌଣସି ସାମ୍ବାଦିକଙ୍କର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ସେହିଭଳି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

20 − 5 =