ଓଡିଶାର ଖଣି ନିଲାମ ପ୍ରକିୟା ବିଶ୍ୱ ପାଇଁ ବେଞ୍ଚମାର୍କ

୨ହଜାର କୋଟି ଟଙ୍କାର ପୁଂଜିନିବେଶ କରିବ ମିତ୍ତଲ ଗ୍ରୁପ

ଭୁବନେଶ୍ୱର () ଓଡିଶାରେ ପୁଂଜିନିବେଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ଆସେର୍ଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ । ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ଦୁଇ ହଜାର କୋଟିର ପୁଂଜି ନିବେଶ କରିବ ମିତ୍ତଲ । ଆସେର୍ଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନସିଂରେ କଥା ହୋଇଥିଲେ ନବୀନ ।

ଓଡିଶା ସରକାର ଯେପରି ଦକ୍ଷତାର ସହ କୋଭିଡର ପରିଚାଳନା କରୁଛନ୍ତି ସେଥିପାଇଁ ମିତ୍ତଲ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡ ୧୯ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଶିଳ୍ପ ଜଗତକୁ ସହଯୋଗ ଯୋଗାଇଦେବାକୁ ଓଡିଶା ସରକାରଙ୍କ ଉଦ୍ୟମ ପାଇଁ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ନିକଟରେ ତାଙ୍କ କମ୍ପାନୀ ପକ୍ଷରୁ ନିଲାମରେ ନିଆଯାଇଥିବା ଦୁଇଟି ଖଣି ସାଗାସାହି ଓ ଠାକୁରାଣୀ ଖଣିର ଲିଜ ଯେପରି ସ୍ୱଚ୍ଛତାର ସହ ସମ୍ପାଦିତ ହେଲା ତାହା ବଶ୍ୱ ସ୍ତରରେ ନୂଅା ବେଞ୍ଚମାର୍କ ସୃଷ୍ଟି କରିଛି ବୋଲି ମିତ୍ତଲ କହିଥିଲେ ।

ଅାସେର୍ଲର ମିତ୍ତଲ ଓ ନିପଟ ଷ୍ଟିଲ ଗତ ଡିସେମ୍ବର ମାସରୁ ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ୫୦ ହଜାର କୋଟିରୁ ଉଦ୍ଧ୍ର୍ୱ ଟଙ୍କାର ପ୍ରକଳ୍ପ, ଏସାର ଷ୍ଟିଲକୁ ଅଧିଗ୍ରହଣ କରିଛନ୍ତି । ଏହାଦ୍ୱାରା ଭାରତରେ ୭ ନିୟୁତ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ପୁଂଜି ବିନିଯୋଗ ହୋଇପାରିଛି, ଯାହାକି ଭାରତରେ ଅନ୍ୟତମ ବୃହତ୍ତମ ପୁଂଜି ବିନିଯୋଗ ଅଟେ । ଆସେର୍ଲର ମିତ୍ତଲ ଓ ନିପନ ଷ୍ଟିଲ ପାରାଦୀପରେ ପେଲେଟ ପ୍ଲାଣ୍ଟ କେନ୍ଦୁଝରରର ଡାବୁନିରେ ବେନିଫିକେସନ ପ୍ଲାଣ୍ଟ ସହିତ ସାହାସାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛନ୍ତି ।

ଓଡିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡିଶାରେ ହିଁ ମୂଲ୍ୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମିତ୍ତଲଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ, ଆସେର୍ଲର ମିତ୍ତଲ ଓ ନିପନ ଷ୍ଟିଲ ଦ୍ୱାରା ପରିଚାଳିତ ପାରାଦୀପର ପେଲେଟ ପ୍ଲାଣ୍ଟର କ୍ଷମତା ୬ ନିୟୁତ ଟନରୁ ୧୨ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ସ୍ଥିର କରାଯାଇଥିବା ବେଳେ ଡାବୁନାର ବେନିଫିକେସନ ପ୍ଲାଣ୍ଟର କ୍ଷମତା ୫ ନିୟୁତ ଟନରୁ ୧୬ ନିୟୁତ ଟନକୁ ସଂପ୍ରସାରିତ କରାଯିବ । ଏହିସବୁ ପ୍ରକଳ୍ପ ବାଦଦରେ ପ୍ରଥମ ପର୍ଯ୍ୟାୟରେ ଅାସେର୍ଲର ମିତ୍ତଲ ଓ ନିପନ ଷ୍ଟିଲ ଓଡିଶାରେ ୨ ହଜାର କୋଟି ଟଙ୍କା ବିନିଯୋଗ କରିବ ।

Share

Leave a Reply

Your email address will not be published. Required fields are marked *

5 + 18 =