ରାଷ୍ଟ୍ରପତି ଶାସନ ମୁହାଁ ମହାରାଷ୍ଟ୍ର

ନୂଆଦିଲ୍ଲୀ() ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ରାଜ୍ୟପାଳ ସୁପାରିଶ କରିବା ପରେ ରାଜ୍ୟପାଳଙ୍କ ନିଷ୍ପତିକୁ ଚ୍ୟାଲେଂଜ କରି ଶିବସେନା ସୁପି୍ରମକୋର୍ଟକୁ ଯାଇଛି । ସୁପି୍ରମକୋର୍ଟରେ ୨୪ ପୃଷ୍ଟାର ଏକ ପିଟିସନ ଶିବସେନା ପକ୍ଷରୁ ଦାଖଲ କରାଯାଇଛି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ କେନ୍ଦ୍ର କ୍ୟାବିନେଟର ଏକ ଜରୁରୀ ବୈଠକ ଡକାଇଥିଲେ । ଏହି ବୈଠକରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ନେଇ ଆସିଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିବା ଜଣାପଡିଛି ।

ଯେ କୌଣସି ମୁହୁର୍ତ୍ତରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯିବାର ସମ୍ଭାବନା ରହିଛି । ତେବେ ବିଧାନସଭାକୁ ନଭାଙ୍ଗି ସସପେଣ୍ଡ ରଖିବା ପାଇଁ ପରାମର୍ଶ ଦିଆଯାଇପାରେ ବୋଲି ଅନ୍ୟଏକ ସୁତ୍ରରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

11 + eight =