୫ ଦିନରେ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର()  ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଆରମ୍ଭ ହୋଇଛି ।  ପ୍ରଶ୍ନକାଳରେ କୃଷି ଓ କୃଷକଙ୍କ ସମସ୍ୟା ନେଇ କଂଗ୍ରେସ ପୂର୍ବରୁ ମୁଲତବୀ ନୋଟିସ୍ ଆଣିଥିଲା । କିନ୍ତୁ ଏହା ଗ୍ରହଣ ହୋଇନଥିବାରୁ ପ୍ରତିବାଦ କରି ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଏହା ସହ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଟେବୁଲ ଉପରୁ କାଗଜପତ୍ର ଟାଣିଥିଲେ । ଖାଲି ସେତିକି ନୁହେଁ ବାଚସ୍ପତିଙ୍କ ମାଇକ୍ ଟାଣିବା ସହ ହୋହାଲ୍ଳା କରିଥିଲେ ତାରାପ୍ରସାଦ ବାହିନୀପତି । ଫଳରେ ଗୃହ ଚାଲିପାରିନଥିଲା ଓ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ଯାହାଦ୍ୱାରା ଗୃହକୁ ବାରମ୍ବାର ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଗୃହ କାର୍ୟ୍ୟ ସ୍ୱାଭାବିକ ରଖିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ତେବେ କଂଗ୍ରେସର ଏଭଳି ଆଚରଣକୁ କଡା ଭାଷାରେ ନିନ୍ଦା କରିଛି ବିଜେପି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିରୋଧୀ ଦଳଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ଚାଷୀ ପ୍ରସଙ୍ଗରେ ଗୋଟିଏ ଦିନ ପରେ ଆଲୋଚନା ହୋଇପାରିଥାନ୍ତା । ଫୋନି ସଂପର୍କରେ ଗୃହରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

Share

Leave a Reply

Your email address will not be published. Required fields are marked *

three × 5 =