ଘରୋଇ ଭାବେ କୋଚିଂ ଦେଉଥିଲେ ଏଣିକି ଆଉ ନିସ୍ତାର ନାହିଁ

ଭୁବନେଶ୍ୱର() ଆଜି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇ କହିଥିଲେ , କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ । କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ହୋଇ ରହିବେ । କଲେଜ ପରିଚାଳନା କମିଟିକୁ ଅଧିକ ସଶକ୍ତ କରାଯିବ କ୍ଷେତ୍ରରେ ଏହି ପରିବର୍ତ୍ତନ ଅଣାଯାଉଛି । ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ, ଯେଉଁମାନେ ପରିଚାଳନାଗତ ଦକ୍ଷତା ଥିବ ସେମାନଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯିବ । ଏହା ଉପରେ ଉଚ୍ଚଶିକ୍ଷା ବିଭାଗ ଶ୍ରୀଘ ବିଜ୍ଞପ୍ତି ପ୍ରକାଶ କରିବ । ଏହାଦ୍ୱାରା କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିପାରିବ ଓ ସୁଦୃଢ ହେବ ବୋଲି ଅରୁଣ ସାହୁ କହିଛନ୍ତି ।

ଅନ୍ୟପଟେ ଅଧ୍ୟାପକଙ୍କୁ ଘରୋଇଭାବେ ପାଠପଢ଼ାକୁ ମନା କରିଛନ୍ତି ଅରୁଣ ସାହୁ । ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ବି ଚେତାବନୀ ଦେଇଛନ୍ତି । ଘରୋଇ ଭାବେ କୋଚିଂ ଦେଉଥିଲେ ଏଣିକି ଆଉ ନିସ୍ତାର ନାହିଁ । ରାଜ୍ୟ ସରକାର ସେଥିପାଇଁ ପଦକ୍ଷେପ ନେବେ । ଯେଉଁ ଅଧ୍ୟାପକମାନେ ଘରୋଇ କୋଚିଂ କରୁଛନ୍ତି, ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

4 × 3 =