ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର()  ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ୨ ସ୍ପେଶାଲ ଏଡିଏମଙ୍କୁ ନିଯୁକ୍ତ କରିଛନ୍ତି । ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମଭାବେ ନିଯୁକ୍ତ କରାଯାଇଛି । ପାରୁଲ ପଟାୱାରୀଙ୍କୁ ଉତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ କେରାନା ପରିଚାଳନା ଦାୟିତ୍ୱ ଦିଆଯାଇଛି ।

ସୂଚନା ଅନୁସାରେ ଆଜି ରାଜ୍ୟରେ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ କରୋନାରେ ମୁତ୍ୟୁ ହୋଇଛି । ତେବେ ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛଥିବା ବେଳେ ୫ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର । ତେବେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

15 − one =