ଟାଟା ଷ୍ଟିଲ୍ ପକ୍ଷରୁ ଯୋଡ଼ାରେ ୧୮୪ତମ ପ୍ରତିଷ୍ଠା ଦିବସ ପାଳିତ

ଯୋଡ଼ା: ଟାଟା ଷ୍ଟିଲ୍ ଓର ମାଇନ୍ସ ଆଣ୍ଡ୍ କ୍ୱାରିଜ୍ (ଓଏମ୍କୁ୍ୟ) ଡିଭିଜନ୍ ର ଯୋଡ଼ା ୟୁନିଟ୍ ପକ୍ଷରୁ ଶୁକ୍ରବାର ଜେସିଓ ଲନ୍ ରେ ଜାମସେତଜୀ ନୁସରୱାନଜୀ ଟାଟାଙ୍କ ୧୮୪ତମ ଜୟନ୍ତୀକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଛି ।
ଟାଟା ଷ୍ଟିଲ୍ ଯୋଡ଼ାର ଚିଫ୍ ସରୋଜ କୁମାର ବାନାର୍ଜୀ ଅନ୍ୟାନ୍ୟ ୟୁନିଟ୍ ର ଚିଫ୍, ମୁଖ୍ୟ, କର୍ମଚାରୀ, ଅଧିକାରୀ ଏବଂ ୟୁନିୟନ୍ ପ୍ରତିନିଧିଙ୍କ ସହ ମିଶି ଜେ ଏନ୍ ଟାଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।
ପ୍ରାତଃ ସମୟରେ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରଭାତ ଫେରିରେ ଅଂଶଗ୍ରହଣ କରିଥିଲେ ଯାହା ଯୋଡ଼ା ୱେଷ୍ଟ୍ କ୍ୟାମ୍ପ୍ ରୁ ଆରମ୍ଭ ହୋଇ ଜେସିଓ ଅଫିସ୍ ରେ ଶେଷ ହୋଇଥିଲା ଏବଂ ଏହି ଦିବସକୁ ପାଳନ କରିବା ଲାଗି ସେମାନେ ଜେଏନ୍ ଟାଟାଙ୍କ ଉଦ୍ଦେଶ୍ୟରେ ଦେଶାତ୍ମବୋଧକ ସ୍ଲୋଗାନ ଦେଇଥିଲେ । ସେମାନେ ମଧ୍ୟ ଏହି ବିଶିଷ୍ଟ ଶିଳ୍ପପତି ଓ କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।
ଏହି ଅବସରରେ ଟାଟା ଷ୍ଟିଲ୍ ହସ୍ପିଟାଲ୍ ଯୋଡ଼ାର ଅଧିକାରୀମାନଙ୍କ ଦ୍ୱାରା ରୋଗୀମାନଙ୍କୁ ଫଳ ପ୍ୟାକେଟ୍ ବଂଟନ କରାଯାଇଥିଲା ।
ଏହି ଦିବସକୁ ପାଳନ କରିବା ଲାଗି ଜେସିଓ ଓ ଖଣ୍ଡବନ୍ଧ ଆଇରନ୍ ମାଇନ୍ ର କର୍ମଚାରୀମାନଙ୍କ ଲାଗି ଯୋଡ଼ା ୱେଷ୍ଟ ଭିଟି ସେଂଟର ପଡ଼ିଆରେ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦିନର ପରବର୍ତୀ ସମୟରେ ଯୋଡ଼ା ଇଷ୍ଟ୍ ଆଇରନ୍ ମାଇନ୍ ର କର୍ମଚାରୀମାନଙ୍କ ପାଇଁ ସମାନ ଧରଣର କ୍ରୀଡ଼ା କାର୍ଯ୍ୟକ୍ରମକୁ ଯୋଡ଼ା ଇଷ୍ଟ୍ ର ହାତୀ ପାର୍କରେ ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
‘ଟାର୍ଗେଟିଂ ଜିରୋ’ ବିଷୟ ଉପରେ ପର୍ଯ୍ୟବେସିତ ଚଳିତ ବର୍ଷର ଏକ କୁଇଜ୍ କାର୍ଯ୍ୟକ୍ରମକୁ ଟାଟା ଡିଏଭି ପବ୍ଲିକ୍ ସ୍କୁଲରେ ଆୟୋଜନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା ।
ଏହା ବ୍ୟତୀତ ସାର ଦୋରାବଜୀ ଟାଟା ବଟାନିକାଲ୍ ପାର୍କ, ସେଟେଂରିନାରି ପାର୍କ, ରେନୱାଟର ହାର୍ଭେଷ୍ଟିଂ ପାର୍କକୁ ଆଲୋକିତ କରାଯାଇଥିଲା ।
ଯୋଡ଼ା ଇଷ୍ଟ ଆଇରନ୍ ଓର ମାଇନ୍, ଖଣ୍ଡବନ୍ଧ ଆଇରନ ମାଇନ୍ ଓ ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ମଧ୍ୟ ଏହି ଦୂରଦ୍ରଷ୍ଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର ସର୍ବବୃହତ କଂପାନି ଟାଟା ଗ୍ରୁପ କୁ ଜାମସେଦଜି ନସରୱାନଜୀ ଟାଟା ପ୍ରତିଷ୍ଠା କରିଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − five =