ରୁଙ୍ଗ୍‌ଟା ମାଇନ୍‌ସ ଲିମିଟେଡ୍ ପକ୍ଷରୁ ବର୍ଷର ପ୍ରଥମ ପାର୍ଟନର୍ସ ମିଟ୍ ଓଡ଼ିଶାର ଭୁବନେଶ୍ୱରରେ ଆୟୋଜିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟିଏମ୍‌ଟି ବାର୍ ନିର୍ମାତା ରୁଙ୍ଗଟା ମାଇନ୍‌ସ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱର ସହରରେ ଜାନୁଆରି ୧୨ ତାରିଖ ଦିନ ଏକ ପାର୍ଟନର୍ସ ମିଟ୍ ଆୟୋଜନ କରାଯାଇଛି ।
ଏହି ସମ୍ମିଳନୀରେ କଟକ, ଯାଜପୁର, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଅନୁଗୁଳ ଓ ଢେଙ୍କାନାଳର ୧୪୦ରୁ ଅଧିକ ଡିଲର୍ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଷ୍ଟିଲ୍‌ଫୋର୍ସ୍‌ରୁ ଶ୍ରୀ ସୁନିଲ ପଟ୍ଟନାୟକ, ଶ୍ରୀ ବିଜୟ ପୁହାଣଙ୍କ ସମେତ କଂପାନିର ଅଧିକାରୀ ଯଥା ଶ୍ରୀ ଅରବିନ୍ଦ କୁମାର, ଶ୍ରୀ ସୁଭାସ ଦଳାଇ, ଶ୍ରୀ ଶଶାଙ୍କ ଶେଖର ଆଚାର୍ଯ୍ୟ, ଶ୍ରୀ ପ୍ରଦୀପ ସେନାପତି, ଶ୍ରୀ ଚଣ୍ଡି ଦାସ ପଣ୍ଡା ଯୋଗ ଦେଇଥିଲେ । ଏହି ଅଂଚଳ ପାଇଁ କଂପାନିର ବିଶ୍ୱାସନୀୟ ସହଯୋଗୀ ଏବଂ ରୁଙ୍ଗଟା ମାଇନ୍‌ସ ଲିମିଟେଡ୍‌ର ଦୀର୍ଘମିଆଦୀ ଚ୍ୟାନେଲ୍ ପାର୍ଟନର୍ ହେଉଛି ଷ୍ଟିଲ୍‌ଫୋର୍ସ ।
ଏହି ଅବସରରେ ଡିଲର୍‌ମାନଙ୍କୁ ସମ୍ବେ।।ଧିତ କରି ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌ର ବିକ୍ରି ଓ ମାର୍କେଟିଂ ମୁଖ୍ୟ ଶ୍ରୀ ଅରବିନ୍ଦ କୁମାର କଂପାନିର ବର୍ତମାନର ଉତ୍ପାଦନ କ୍ଷୁମତା ଓ ଟିମ୍ ରୁଙ୍ଗଟାର ଦୃଢ଼ ଉପସ୍ଥିତି ବିଷୟରେ କହିଛନ୍ତି । ଓୟାର ରଡ୍ କ୍ଷେତ୍ର, ନୂଆ ଉତ୍ପାଦ ବିଷୟରେ ସେ ସୂଚନା ଦେଇଛନ୍ତି ଯାହା କଂପାନିର ଉତ୍ପାଦ ବର୍ଗମାଳାକୁ ସମୃଦ୍ଧ କରୁଛି ଏବଂ କଂପାନିର ଭବିଷ୍ୟତ ସମ୍ପ୍ରସାରଣ ବିଷୟରେ ମଧ୍ୟ କହିଛନ୍ତି । ଆଇଏଚ୍‌ବି କ୍ଷତ୍ର ଏବଂ ଭିତିଭୂମି କାମରେ ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍‌ର ପ୍ରସାର କରିବାକୁ ସେ ଡିଲରମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଏହି ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଡିଲରମାନଙ୍କୁ ସମ୍ମିଳନୀରେ ସମ୍ମାନିତ କରାଯାଇଛି ।
ପ୍ରକଳ୍ପ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବାରେ ଡିଲର୍ ଗୋଷ୍ଠୀଙ୍କୁ ସକ୍ଷମ କରିବା ଲାଗି ସେ ସେମାନଙ୍କ ସାମଗ୍ରିକ ବିଶ୍ୱାସ ଓ ସହଯୋଗିତା ଲୋଡ଼ିଛନ୍ତି । ଏକ ଉତମ ଭବିଷ୍ୟତ ପାଇଁ ଉଦ୍ୟମ କରିବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିବା ବେଳେ ଉଲ୍ଲେଖନୀୟ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବା ଲାଗି ଅଭିନବ ଚିନ୍ତାଧାରା ଜରିଆରେ ସେମାନଙ୍କୁ ଉତ୍ସାହିତ କରିଛନ୍ତି ।
ଶ୍ରୀ କୁମାର କଂପାନିର ଲକ୍ଷ୍ୟ ଉପରେ ଆଲୋକପାତ କରିଥିବା ବେଳେ ବ୍ୟବସାୟର ପ୍ରତିଟି କ୍ଷେତ୍ରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ରୁଙ୍ଗଟା ଷ୍ଟିଲ୍‌ର ରହିଥିବା ପରିଚୟରୁ ଲାଭବାନ ହେବା ଲାଗି ସେ ପାର୍ଟନରମାନଙ୍କୁ କହିଛନ୍ତି ।
ପାର୍ଟନରମାନଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବା ଏବଂ ବ୍ୟବସାୟ ସହଯୋଗୀ ବନ୍ଧୁଙ୍କ ଧନ୍ୟବାଦ ହାସଲ କରି ସେମାନଙ୍କ ବ୍ୟବସାୟ ପ୍ରଭାବଶାଳୀ କରିବା ପାଇଁ ରୁଙ୍ଗଟା ମାଇନ୍‌ସ ପକ୍ଷରୁ ନିୟମିତ ବ୍ୟବଧାନରେ ଏଭଳି ସମ୍ମିଳନୀ ଆୟୋଜନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

3 × four =