ଜିଓର ୨୦୨୦ ହାପି ନ୍ୟୁ ଇଅର୍ ଅଫର, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ() ପୁଣି ଜିଓର ବଡ ଘୋଷଣା । ଗ୍ରାହକମାନଙ୍କ ପାଇଁ କମ୍ପାନୀ ଘୋଷଣା କରିଛି ‘୨୦୨୦ ହାପି ନ୍ୟୁ ଇଅର୍ ଅଫର୍’। ଆଜିଠାରୁ ଏହି ସୁବିଧା ଗ୍ରାହକଙ୍କ ପାଇଁ ମାର୍କେଟ୍ରେ ଉପଲବ୍ଧ ହେଉଛି।

ଏହି ଅଫର୍ରେ ଜିଓ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଅନ୍ ଲିମିଟେଡ୍ ଭଏସ୍ କଲ୍ ସହିତ ଡାଟା ଓ ଏସ୍ଏମ୍ଏସ୍ ସୁବିଧା ଯୋଗାଇ ଦେଉଛି।୨୦୨୦ ଟଙ୍କାରେ ଅନ୍ଲିମିଟେଡ୍ ଭଏସ୍ କଲ୍ ସୁବିଧା। ଏହା ସହିତ ୧.୫ ଜିବି ୪ଜି ଡାଟା, ଏସ୍ଏମ୍ଏସ୍, ଜିଓ ଟିଭି, ଜିଓ ସିନେମା ଓ ଜିଓ ନ୍ୟୁଜ୍ ପରି ଆପ୍ର ଆକ୍ସେସ୍ ଗ୍ରାହକଙ୍କୁ ମିଳିପାରିବ। ଏହି ସ୍ମିମ୍ର ଅବଧି ରହିଛି ୩୬୫ ଦିନ।

ରିଲାଏନ୍ସ ଜିଓ ନିଜର ଗ୍ରାହକ ମାନଙ୍କୁ ସୂଚନା ଦେଇଛି ଯେ, ୨୦୨୦ଟଙ୍କାରେ ଏକ ନୂଆ ଜିଓ ଫୋନ୍ କିଣିଲେ ୧୨ ମାସର ମାଗଣା ସେବା ପାଇ ପାରିବେ। ଏହି ସ୍କିମ୍ରେ ଗ୍ରାହକ ଅସୀମିତ ଭଏସ୍ କଲିଂ ସହ ଦିନକୁ ୦.୫ଜିବି ଡାଟା , ଏସ୍ଏମ୍ଏସ୍, ଏବଂ ଜିଓ ଆପ୍ସକୁ ଆକ୍ସେସ କରିପାରିବେ। ଜିଓଫୋନ୍ ୟୁଜର ଏହି ସ୍କିମ୍ର ସୁବିଧା ୧୨ ମାସ ଯାଏ ପାଇପାରିବେ।

Share

Leave a Reply

Your email address will not be published. Required fields are marked *

12 − four =