ପରଦାକୁ ଆସୁଛି ମମତାଙ୍କ ବାୟୋପିକ୍

ପରଦାକୁ ଆସୁଛି Baghini (The Tigress) । ଫିଲ୍ମରେ ଦେଖିବାକୁ ମିଳିବ ମମତା ବାନାର୍ଜୀଙ୍କ ଜୀବନ କାହାଣୀ । ତେବେ ସବୁଠାରୁ ମଜାଦାର କଥା ହେଉଛି ନିର୍ବାଚନ ଭିତରେ ଏହି ଫିଲ୍ମ ରିଲିଜ୍ ହୋଇପାରୁଛି କି ନା ?

ନିର୍ଦ୍ଦେଶକ ନେହଲ୍ ଦତ୍ତାଙ୍କ କହିବା ଅନୁଯାୟୀ, ତାଙ୍କ ଫିଲ୍ମ ବାୟୋପିକ୍ ନୁହେଁ । ବରଂ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଜୀବନ ଯାତ୍ରା ଦ୍ବାରା ପ୍ରେରିତ ଏକ କାହାଣୀ । ଏହି ଫିଲ୍ମ ମୋଦିଙ୍କ ବାୟୋପିକ୍ ପରି ନୁହେଁ । ଏହା ଏକ ମହିଳା ସଶକ୍ତିକରଣର ଏକ ଭାବନାତ୍ମକ କାହାଣୀ । ଯାହା ମମତା ବାନାର୍ଜୀଙ୍କ ଦ୍ବାରା ପ୍ରେରିତ । ଯେଉଁ ଦେଖା ଯାଇଛି କିଭଳି ଜଣେ ସାଧାରଣ ଝିଅ ମୁଖ୍ୟମନ୍ତ୍ରୀ ହୋଇ ସମ୍ଭାଳୁଛି ରାଜ୍ୟର ଶାସନ ଭାର । କିଭଳି ଏକୁଟିଆ ହଜାରଙ୍କ ସହ ଲଢି ନିଜ ଦମରେ ହୋଇପାରିଛି ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ।

ଫିଲ୍ମଟିର ନିର୍ମାଣ କାର୍ୟ୍ୟ ୨୦୧୫ରେ ଆରମ୍ଭ ହୋଇଥିଲା । ଯାହାକୁ ଏବେ ସେନ୍ସର ବୋର୍ଡରୁ ୟୁନିଭର୍ସାଲ୍ ପ୍ରମାଣପତ୍ର ମିଳିଛି । ଏହି ଫିଲ୍ମଟି କୌଣସି ପ୍ରକାର ରାଜନୈତିକ ଦଳର ପ୍ରଚାର କରିବା ପାଇଁ ନିର୍ମାଣ ହୋଇନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ଥିଏଟର ଆର୍ଟିଷ୍ଟ ରୁମା ଚକ୍ରବର୍ତ୍ତି । ରୁମାଙ୍କ କହିବା ଅନୁଯାୟୀ, ଏହି ଚରିତ୍ରକୁ ଜୀବନ୍ତ କରିବା ପାଇଁ ସେ ମମତାଙ୍କ ଅନେକ ଭାଷଣ ଟେଲିଭିଜନରେ ଦେଖିଛନ୍ତି । ଏହା ଅନେକ ପୁରୁଣା ଭିଡିଓ ମଧ୍ୟ ଦେଖିଛନ୍ତି । ତେବେ ଚରିତ୍ର ପାଇଁ ସବୁଠାରୁ ସ୍ବତନ୍ତ୍ର ଥିଲା ତାଙ୍କ ଟ୍ରେଡମାର୍କ ରବର ର ଚପଲ ଏବଂ ଧଳା ସୂତା ଶାଢୀ ପିନ୍ଧିବା ।

Share

Leave a Reply

Your email address will not be published. Required fields are marked *

one × five =