ଜୟାଙ୍କ ସଫଳତାର କାରଣ ଓଡିଶା

ଭୁବନେଶ୍ୱର: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମାତ୍ର ୧୩ ବର୍ଷରୁ ଚଳଚ୍ଚିତ୍ରରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଜୟା ବଚ୍ଚନ ମାତ୍ର ୧୩ ବର୍ଷ ବୟସରେ ସତ୍ୟଜିତ ରାୟଙ୍କ ବେଙ୍ଗଲି ଫିଲ୍ମ ମହାନଗରରେ ଅଭିନୟ କରିଥିଲେ । ଏହା ପରେ ପୁନେରେ ଥିବା ଏଫଟିଆଇଆଇ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଅଭିନୟର ତାଲିମ ନେଇ ହିନ୍ଦି ଫିଲ୍ମ ଜଗତକୁ ପ୍ରବେଶ କରିଥିଲେ ।

ଜୟା ବଚ୍ଚନ ବଲିଉଡ଼ରେ ମିଲି, ଜଞ୍ଜିର, ଗୁଡି, ଉପହାର, ଶିଲଶିଲା, ଚୁପକେ ଚୁପକେ ଭଳି ଅନେକ ହିଟ ଫିଲ୍ମରେ କାମ କରିସାରିଛନ୍ତି ।

ଏହା ବହୁତ କମ ଲୋକ ଜାଣିଥିବେ ଯେ ଜୟା ଫିଲ୍ମରେ କ୍ୟାରିୟର ଆରମ୍ଭ କରିବା ପାଇଁ ଓଡିଶାରୁ ପ୍ରେରଣା ପାଇଥିଲେ । ଜୟା ବଚ୍ଚନ ରାଜ୍ୟସଭା ସାଂସଦ ଥିବାବେଳେ ରାଜ୍ୟସଭା ଟିଭିକୁ ଏକ ସାକ୍ଷାତକାର ଦେବା ସମୟରେ ଏହି କଥାଟି କହିଥିଲେ ।

ଜୟା  ବଚ୍ଚନ ୧୯୪୮ ମସିହା ଏପ୍ରିଲ ୯ ତାରିଖରେ ମଧ୍ୟପ୍ରଦେଶର ଜବଲପୁରଠାରେ ଜନ୍ମ ହୋଇଥିଲେ । ଜୟା ବଚ୍ଚନଙ୍କ ପିତା ତରୁନ ବାଦୁଡି ଥିଲେ ଜଣେ ବିଖ୍ୟାତ ଲେଖକ। ସେ ଅଭିଶପ୍ତ ଚମ୍ବଲ ନାମକ ଏକ ପୁସ୍ତକ ଲେଖିଥିଲେ, ଅଧିକାଂଶ ଡାକୁସମ୍ବନ୍ଧିତ ଫିଲ୍ମ ତାଙ୍କର ଏହି ପୁସ୍ତକରୁ ପ୍ରେରିତ ।

ବଙ୍ଗଳା ଫିଲ୍ମ ନିଦ୍ଦେର୍ଶକ ତପନ ସିହ୍ନା ଥିଲେ ତରୁନ ବାଦୁଡିଙ୍କର ଜଣେ ଭଲ ବନ୍ଧୁ । ତପନ ସିହ୍ନା ୧୯୬୦ ମସିହାରେ ସମ୍ରେଶ ବାସୁଙ୍କର ଉପନ୍ୟାସ ନିର୍ଜନ ସୈକତକୁ ନେଇ ଏକ ଫିଲ୍ମ ନିର୍ମାଣ କରିଥିଲେ । ଏହି ଫିଲ୍ମର ଶୁଟିଂ ଓଡିଶାର ଭିନ୍ନ ଭିନ୍ନ ଜାଗାରେ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

16 − 8 =