ନୂଆ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ସମସ୍ତଙ୍କୁ ସାଙ୍ଗରେ ନେଇ ନୂଆ ଓଡିଶା ଗଠନ କରିବା ଏବଂ ଏ ମାଟି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ଆଜି କଟକ ଠାରେ ଅନୁୁଷ୍ଠିତ ୭୦ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଦେଶର ଅଖଣ୍ଡତା, ସ୍ୱଧୀନତା ଓ ସାର୍ବଭୌମତ୍ୱର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ଏଥି ସହିତ ନିଜ ରାଜ୍ୟ ଓ ଜନ୍ମମାଟି ପାଇଁ କାମ କରିବାକୁ ଆଜିର ପବିତ୍ର ଦିବସରେ ସମସ୍ତେ ସଙ୍କଳ୍ପବଦ୍ଧ ହେବା ଆବଶ୍ୟକ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଓଡିଶାରେ ପ୍ରତ୍ୟେକ ଯୁବକ, ମହିଳା, ଚାଷୀ, ଆଦିବାସୀ, ହରିଜନଙ୍କ ସମେତ ସବୁ ବର୍ଗର ଲୋକ ମାନଙ୍କର କଲ୍ୟାଣ ପାଇଁ ଗୁରୁତ୍ୱ ଦେଇ କାମ କରୁଛନ୍ତି । ଓଡିଶାର ପ୍ରତି ଗାଁକୁ ବିଜୁଳିଶକ୍ତି ଯୋଗାଇ ଦିଆଯାଇଛି ।ଏହା ଅତ୍ୟନ୍ତ ଆନନ୍ଦର କଥା । ମୁଁ ଏଭଳି ସଫଳତାରେ ଅତ୍ୟନ୍ତ ଖୁସି । ସେ କହିଥିଲେ ଯେ ଚାଷୀ ହେଉଛନ୍ତି ଓଡିଶାର ମେରୁଦଣ୍ଡ ସେମାନଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହା ସେମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ ଏବଂ ଚାଷୀମାନେ ଏଥିରୁ ପର୍ଯ୍ୟାପ୍ତ ଫାଇଦା ପାଇପାରିବେ । ଏହି କାଳିଆ ଯୋଜନା ସମଗ୍ର ଦେଶରେ ଏକ ଅଭିନବ ଓ ଆଦର୍ଶ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ମତ ଦେବା ସହିତ ପ୍ରତ୍ୟେକ ରାଜ୍ୟବାସୀ ଏକ ହୋଇ ଓଡିଶାକୁ ଆହୁରି ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − ten =