ପାର୍ବଣ କଟକଣା ଘୋଷଣା କଲେ SRC

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ଏସଆରସି । ପାର୍ବଣ ଲାଗି ଘୋଷଣା କରୁଛନ୍ତି କଟକଣା । କୋଭିଡ ଗାଇଡଲାଇନ ନେଇ ଘୋଷଣା କରୁଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ପାର୍ବଣ ସମୟରେ କରୋନା କଟକଣାକୁ ମାନିବା, କୋଭିଡ କଟକଣା ମାନି ନୂଆଁଖାଇ ପାଳନ କରିବା ଲାଗି ସୂଚନା ଦେଇଛନ୍ତି ଏସଆରସି । ପାର୍ବଣ ସମୟରେ ମନ୍ଦିରରେ ଭିଡ଼ ନଲଗାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହାସହ ଏସଆରସି କହିଛନ୍ତି ଏଯାବତ କରୋନାର ଦ୍ୱିତୀୟ ଲହରୀ ଶେଷ ହୋଇନାହିଁ । ଏଣୁ କଟକଣାକୁ ମାନି ଚଳିବାକୁ ପଡ଼ିବ । କେରଳରେ ଯେଭଳି କଟକଣା ନମାନିବାକୁ ଭୟବହତା ଦେଖାଗଲା ରାଜ୍ୟରେ ସେଭଳି ପରିସ୍ଥିିତି ଉପୁଜିବା ପୂର୍ବରୁ ଆମକୁ ସଜାଗ ହେବାକୁ ପଡିବ । ତେବେ ଗଣେଷ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ କଟକଣାକୁ ମାନି ଚଳିବା ଲାଗି ପରାମର୍ଶ ଦେଇଛନ୍ତି ଏସଆରସି ।

Share

Leave a Reply

Your email address will not be published. Required fields are marked *

two + fourteen =