ଦୁଷ୍ମନ୍ତଙ୍କ ପରିବାରକୁ ପୋଷ୍ୟଭାବେ ଗ୍ରହଣ କଲେ ପାରାଦ୍ୱୀପ ବିଧାୟକ

ଜଗତସିଂହପୁର: ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ରାଜନୀତି । ଏହାରି ଭିତରେ ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ପରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ । ମୃତକଙ୍କ ପରିବାର ସମସ୍ତ ଦାୟିତ୍ୱ ଗ୍ରହଣ କରିବେ ବିଧାୟକ । ସେମାନଙ୍କ ହାନିଲାଭ ବୁଝିବା ଲାଗି ପ୍ରତିଶ୍ରୃତି ଦେଇଛନ୍ତିି ସମ୍ବିତ ।

ସୂଚନା ଥାଉକି, ବିଧାନସଭା ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରିଥିଲେ ଜଗତସିଂହପୁର ଜିଲ୍ଲାର ଦୁଷ୍ମନ୍ତ ଦାସ । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସିତ ହେଉଥିବା ସମୟରେ ସେଠାରେ ମୃତ୍ୟୁ ହୋଇଥିଲା ।

ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ବିରୋଧୀମାନେ ସରକାରଙ୍କୁ ଦାୟୀ କରିଥିଲେ । ବିଜେପି ମୁଖ୍ୟତଃ ସରକାରଙ୍କୁ ଆକ୍ଷେପ କରି ବିଭିନ୍ନ ଅଭିଯୋଗ ଆଣିଥିଲା । ସେପଟେ ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି । ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସରକାରୀ ସହାୟତା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଦିଆଯାଇଛି।

 

Share

Leave a Reply

Your email address will not be published. Required fields are marked *

2 × four =