ଗାଁ ଲୋକ ମୁହଁ ମୋଡ଼ିଲେ, ଯୁବ ବାହିନୀ ବୋହିଲା ଶବ

ଗଂଜାମ () ଗ୍ରାମବାସୀ କରିଦେଇଥିଲେ ଏକ ଘରିକିଆ । ନିଆଁ ପାଣି ବାସନ୍ଦ । ମୃତ୍ୟୁ ପରେ ମଧ୍ୟ ଶବ ଉଠାଇବାକୁ ଆସିଲେନି କେହି । ଗାଁରୁ ଖବର ପାଇ ପହଞ୍ଚିଲେ ଛତ୍ରପୁର ବ୍ଳକର ବିଜୁ ଯୁବ ବାହିନୀ । ଆଉ ସବ ସତ୍କାର କରି ଫେରିଥିଲେ ।

ଏ ଖବର ଥିଲା ଛତ୍ରପୁର ବ୍ଳକର ପୋଟଲାମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଂଗାପୁର ଗ୍ରାମର । 70 ବର୍ଷୟା ବୀର ଶାଶମଲଙ୍କୁ ସାତ ବର୍ଷ ହେଲା ଗ୍ରାମ ଲୋକେ କରିଦେଇଥିଲେ ଏକ ଘରିଆ, ନିଆଁ ପାଣି ବାସନ୍ଦ । ଫଳରେ ତାଙ୍କ ମୃତ୍ୟୁ ପରେ କେହିବି ସତ୍କାର ପାଇଁ ଆସିଲେନିି । ବିଜୁ ଯୁବ ବାହିନୀ ହିଁ ବୀରଙ୍କ ପରିବାରକୁ ଶାହା ହେଲେ ।

ବୀରଙ୍କ ମୃତଦେହ ସହ ସାଙ୍ଗରେ ଯାଇଥିଲେ ତାଙ୍କ ସ୍ତ୍ରୀ , 2 ଟି ପୁଅ ଓ ଗୋଟିଏ ଝିଅ । ଏହି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ସବୁ ବୁଦ୍ଧିଜୀବୀ । କହୁଛନ୍ତି ବିଜୁ ଯୁବ ବାହିନୀ ଗଠନର ଉଦ୍ଦେଶ୍ୟ ସାଧିତ ହୋଇଛି ।

Share

Leave a Reply

Your email address will not be published. Required fields are marked *

15 − thirteen =