ବାଘ ପାଇଁ ସଚିବାଳୟ ଛୁଟି

ସବୁ ରାଜ୍ୟର ସଚିବାଳୟ ହେଉଛି ମନ୍ତ୍ରୀ, ସଚିବ ଓ ଅଫିସର ମାନଙ୍କ କାର୍ଯ୍ୟାଳୟ । ଏଠାରେ ମନ୍ତ୍ରୀ, ଅଫିସର ଓ ସଚିବ ମାନଙ୍କ ରାଜୁତି ଚାଲିଥାଏ । କିନ୍ତୁ ଗୁଜୁରାଟର ରାଜ୍ୟ ସଚିବାଳୟରେ ଆଜି ଏମାନଙ୍କୁ କାହାକୁ ଦେଖିବାକୁ ମିଳିଲା ନାହିଁ । ମନ୍ତ୍ରୀ, ଅଫିସର ଓ ସଚିବ ମାନଙ୍କ ପରିବର୍ତେ ସଚିବାଳୟକୁ ଏକ ଚିତାବାଘ ପଶିଆସିବା ଯୋଗୁ ଗାନ୍ଧିନଗର ସ୍ଥିତ ଗୁଜୁରାଟ ରାଜ୍ୟ ସଚିବ ଆଜି ଖାଁ ଖାଁ ହୋଇପଡିଛି । ଭୟରେ ସଚିବାଳୟକୁ ବନ୍ଦ ଛୁଟି ଘୋଷଣା କରାଯାଇଛି । ଏହି ବାଘକୁ ଧରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି । ମାତ୍ର ସନ୍ଧ୍ୟାସୁଦ୍ଧା ବାଘକୁ କାବୁ କରାଯାଇ ପାରିନାହିଁ । ବାଘ ଆତଙ୍କରେ ସାରା ସହରରେ କୋକୁଆ ଭୟ ଖେଳିଯାଇଛି । ସଚିବାଳୟରେ ବାଘର ରାଜୁତି ସିସିଟିଭିରେ କଏଦ ହୋଇଛି । ଏହି ବାଘକୁ ଠାବ କରିବା ପାଇଁ ଶତାଧିକ କର୍ମଚାରୀ ନିଯୁକ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାଘକୁ ଠାବ କରାଯାଇ ପାରିନାହିଁ ।ଗାନ୍ଧିନଗରର ଏହି ଅଂଚଳକୁ ଗାନ୍ଧିନଗରର ପୋସ ଅଂଚଳ ବୋଲି କୁହାଯାଇଥାଏା ଏଠାରେ ଭିଆରିପି ମାନେ ବି ରହୁଛନ୍ତି । ଗାନ୍ଧିନଗର ସଚିବାଳୟ ପଛପଟେ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଘର ରହିଛି । ତେଣୁ ସଚିବାଳୟରେ ଚିତାବାଘ ପଶିବା ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ତେବେ ସଚିବାଳୟକୁ କେଉଁଆଡେ ପଶିଲା ଚିତାବାଘ ତାହା ସ୍ପଷ୍ଟ ହୋଇନାହିଁ । ଗାନ୍ଧିନଗରକୁ ଲାଗି ସାବରମତୀ ନଦୀ ଥିବାକୁ ନଦୀ କୂଳେ କୂଳେ ଚିତାବାଘ ଆସି ସଚିବାଳୟରେ ପଶିଥିବା ସନ୍ଦେହ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

nineteen − seven =