ଅପରାଜିତାଙ୍କ ନୀତି ନୈତିକତାର ପରିଭାଷା କଣ ମିଛ ? ପଢନ୍ତୁ …

ଭୁବନେଶ୍ୱର () ବିହାରର ମୂଳବସିନ୍ଦା ତଥା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଢଙ୍ଗୀ ଏଇ ନିକଟରେ ବିଜେପି ଦଳରେ ଯୋଗଦେଇଛନ୍ତି । ଚର୍ଚ୍ଚା ହେଉଛି ସେ ଆସନ୍ତା ସାଧାରଣ ନିର୍ବାଚନରେ ଓଡିଶାରୁ ଲୋକସଭା ପାଇଁ ଲଢ଼ିବେ ।

ଅପରାଜିତା କହୁଛନ୍ତି ଯେ, ସେ ସବୁବେଳେ ଜଣେ ସରକାରୀ ଅଫିସର ଭାବେ ଆଚରଣ ବିଧିର ଅନୁପାଲନ କରନ୍ତି । ଏବଂ ପ୍ରଧାନମନ୍ତ୍ରୀଙ୍କ ନୀତି ତାଙ୍କୁ ପ୍ରଭାବିତ କରିଥିବାରୁ ସେ ରାଜନୀତିକୁ ଲମ୍ଫ ଦେବାକୁ ନିଷ୍ପତ୍ତି ନେଲେ । ସାଧାରଣରେ ତାଙ୍କର ବକ୍ତବ୍ୟରେ ମଧ୍ୟ ସେ ନୀତି ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଥିବା କୁହନ୍ତି ।

କିନ୍ତୁ ଅପରାଜିତା ଆପଣ ମିଛ କାହିଁକି କହିଲେ ?

ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଅପରାଜିତା ସ୍ବେଚ୍ଛାକୃତ ଅବସର ନେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟମାନଙ୍କୁ ମିଛ କହିଛନ୍ତି । ଅପରାଜିତା ନିଜ ଭିଆରଏସ ଆବେଦନ ସମ୍ପର୍କରେ କହିଥିଲେ ଯେ, ସେ ଏକ ଆନ୍ତର୍ଜାତିକ ଏନଜିଓରେ ନିଯୁକ୍ତି ପାଇଛନ୍ତି । ଏବଂ ସେହି ସଂସ୍ଥାର ଗୋପନୀୟତା ଧାରା ଅନୁଯାୟୀ ସେ ନିଜ ନିଯୁକ୍ତି ସମ୍ପର୍କରେ ଅଧିକ କିଛି କହିପାରିବେନି । କୌଣସି ରାଜନୈତିକ ଦଳରେ ଯୋଗଦେବା ନୀତିଗତ ଏବଂ ଏହା ଯେକୌଣସି ବ୍ୟକ୍ତିର ସମ୍ବାଧନିକ ଅଧିକାର । କିନ୍ତୁ ସେ କାହିଁକି ମିଛ କହିଲେ ?

ଅପରାଜିତାଙ୍କ ଏହି ମିଛ ଯଦିଓ ଜଣା ଥିଲା, ଏହାକୁ କିନ୍ତୁ କୁହାଯାଉନଥିଲା, ଯେପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିନଥିଲେ। ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ ଯେ, ଅପରାଜିତା ବିଜେପିରେ ଯୋଗଦେବାକୁ ଭୟ କରି ତାଙ୍କୁ ଏନଓସି ଦେବାରେ ସରକାର ବିଳମ୍ବ କରିଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଅଭିଯୋଗ ଉପରେ ଜଣେ ବିଜେଡି ସାଂସଦ ପ୍ରଶ୍ନ କରିଛନ୍ତି, ଧର୍ମେନ୍ଦ୍ର ବାବୁ ଏହା କିପରି ସମ୍ଭବ ହେଲା କି ଅପରାଜିତା ଏକ ଆନ୍ତର୍ଜାତିକ ଏନଜିଓରେ ଯୋଗଦେବାକୁ କହି ବିଜେପିରେ ଯୋଗଦେଲେ ? ନା ଆପଣ କଣ ସତରେ ଭାବୁଛନ୍ତି ଯେ, ବିଜେପି ଏକ ଆନ୍ତର୍ଜାତିକ ସଂଗଠନ ?

ସେ କହିଛନ୍ତି ଯେ, ଜଣେ କାର୍ଯ୍ୟରତ ଅଫିସର ଭାବେ ଅପରାଜିତା ଶାସନର ମୁଖ୍ୟ ଓ ପ୍ରଶାସନର ମୁଖ୍ୟଙ୍କୁ ମିଛ କହିଛନ୍ତି । କେହିଜଣେ ତାଙ୍କୁ ଆଚରଣ ସଂହିତା (ସାଧୁତା ଧାରା) ପଢେଇବେ କି, କାରଣ ଅପରାଜିତା ସବୁବେଳେ ଦାବି କରୁଛନ୍ତି କି ସେ ଏହାକୁ ଅତି ସାବଧାନତାର ସହ ପାଳନ କରିଛନ୍ତି ।

ତେଣୁ ପ୍ରଶ୍ନ ଉଠୁଛି ଅପରାଜିତା କାହିଁକି ମିଛରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କଲେ ? ନା ଏହା ତାଙ୍କ ନୀତି ଓ ନୈତିକତାର ପରିଭାଷା ?

Share

Leave a Reply

Your email address will not be published. Required fields are marked *

2 − two =