ଟୋଲିନ୍‌ସ ଟାୟାର୍ସ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: କେରଳର ଅଗ୍ରଣୀ ଟାୟାର ନିର୍ମାତା ଟୋଲିନ୍ସ ଟାୟାର୍ସ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କମ୍ପାନି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ୨୦୦ କୋଟି ଟଙ୍କା ଏବଂ ଅଂଶଧନକାରୀମାନଙ୍କ ଅଫର ଫର ସେଲ୍‌ରେ ୩୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବା ଯୋଜନା ରଖିଛି ।
ଅଫର ଫର ସେଲ୍‌ରେ ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ କଲାମପାରାମବିଲ୍ ଭାରକି ଟୋଲିନସ୍ ୧୫ କୋଟି ଟଙ୍କା ଏବଂ ପ୍ରତିଷ୍ଠାତା, ଅଣ କାର୍ଯ୍ୟନିର୍ବାହୀ ଓ ଅଣ ସ୍ୱାଧୀନ ନିର୍ଦ୍ଦେଶକ ଜେରିନ୍ ଟୋଲିନ୍ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ ।
କମ୍ପାନି ପକ୍ଷରୁ ସଂଗୃହୀତ ପାଣ୍ଠିରୁ ୬୨.୫ କୋଟି ଟଙ୍କାକୁ ବକେୟା ଋଣ ପରିଶୋଧ କରିବାରେ ବ୍ୟବହାର କରାଯିବ । କମ୍ପାନିର ଦୀର୍ଘମିଆଦୀ କାର୍ଯ୍ୟକାରୀ ପୁଞ୍ଜିରେ ଉନ୍ନତିି ଆଣିବା ପାଇଁ ୭୫ କୋଟି ଟଙ୍କା ଏବଂ ସମ୍ପୂର୍ଣ୍ଣ ସହାୟକ କମ୍ପାନି ଟୋଲିନ୍ ରବର୍ସ ପ୍ରାଇଭେଟ୍ ଲିମିଟେଡ୍‌ରେ ନିବେଶ ପାଇଁ ୨୪.୩ କୋଟି ଟଙ୍କା ବ୍ୟବହାର କରାଯିବ । ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଟ୍ରେଡ୍ ରବର ଉତ୍ପାଦନ ପାଇଁ ୧୯୮୨ରେ ଟୋଲିନ୍‌ସ ଟାୟାର୍ସ ଲିମିଟେଡ୍ ଆରମ୍ଭ ହୋଇଥିଲା । ୨୦୦୫ରୁ ଏହା ବିକ୍ରି ଆରମ୍ଭ କରିିଲା । ସେହି ସମୟରେ କମ୍ପାନିର ପ୍ରତିଷ୍ଠାତ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଥିଲେ ଡ. କଲାମପାରାମବିଲ ଓ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଥିଲେ ଶ୍ରୀ ଶଙ୍କରାକ୍ରିଷ୍ଣନ ରାମଲିଙ୍ଗମ । ୨୦୦୪ରୁ ପ୍ରତିଷ୍ଠାତା, ଅଣ କାର୍ଯ୍ୟନିର୍ବାହୀ ଓ ଅଣ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ଜେରିନ୍ ଟୋଲିନ୍ ଯୋଗଦେଇଥିଲେ । କମ୍ପାନିର ତିନିଟି କାରଖାନା ଭିତରୁ ଦୁଇଟି କେରଳରେ ଥିବା ବେଳେ ଗୋଟିଏ ୟୁଏଇରେ ରହିଛି । ଏହାର ବାର୍ଷିକ ଟାୟାର ଉତ୍ପାଦନ କ୍ଷମତା ୧.୫ ନିୟୁତ ଟନ୍ ଥିବା ବେଳେ ଟ୍ରେଡ୍ ରବର୍ ଉତ୍ପାଦନ କ୍ଷମତା ବାର୍ଷିକ ୧୨,୪୮୬ ଟନ୍‌, ରବର କମ୍ପାଉଂଡ ଉତ୍ପାଦନ କ୍ଷମତା ୧୭,୧୬୦ ଟନ୍ ରହିଛି । ବର୍ତମାନ ଏହା ୨୫ ପ୍ରତିଶତ କ୍ଷମତାକୁ ଉପଯୋଗ କରୁଥିବା ବେଳେ ଆସନ୍ତା କିିଛି ବର୍ଷରେ ତାହାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ କମ୍ପାନି ଯୋଜନା ରଖିଛି । ୨୦୨୨-୨୩ ମାର୍ଚ୍ଚ ସୁଦ୍ଧା ଶେଷ ଆର୍ଥିକ ବର୍ଷରେ କମ୍ପାନିର ନିଟ୍ ଲାଭ ୪.୯୯ କୋଟି ଟଙ୍କା ଥିଲା । ଏହି ସମୟରେ କମ୍ପାନିର ରାଜସ୍ୱ ୧୧୮.୩ କୋଟି ଟଙ୍କା ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛି ସାଫ୍ରନ୍ କ୍ୟାପିଟାଲ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

two + 10 =