ମିତ୍‌ସୁବିସି ପକ୍ଷରୁ ଟିଭିଏସ୍ ମୋବିିଲିଟି ସହିତ ସହଯୋଗିତା

ଭୁବନେଶ୍ୱର: ଟିଭିଏସ୍ ମୋବିଲିଟି ଭାରତୀୟ ଅଟୋମୋବାଇଲ୍ ଶିଳ୍ପରେ ବିତରଣ ଏବଂ ବଜାର ପରବର୍ତୀ କ୍ଷେତ୍ରରେ କାର୍ଯ୍ୟ କରୁଛି । ଏହା ବିକ୍ରି ପରବର୍ତୀ ଉପକରଣ ନିର୍ମାଣ କ୍ଷେତ୍ରରେ ସ୍ୱତନ୍ତ୍ର ପ୍ଳାଟଫର୍ମ ସ୍ଥାପନ କରିଛି । ଜାପାନର ସଂସ୍ଥା ମିତସୁବିସି କର୍ପୋରେସନ୍ ସହିତ ଟିଭିଏସ୍ ମୋବିଲିଟି ସହଯୋଗିତା ସ୍ଥାପନ ବିଷୟରେ ଘୋଷଣା କରିଛି । ଉଭୟ ସଂସ୍ଥା ମିଶି ଭାରତରେ ଗାଡ଼ି ବ୍ୟବସାୟର ଏକ ବ୍ୟାପକ ବ୍ୟବସ୍ଥା ବିକାଶ କରିବେ । ଟିଭିଏସ୍ ମୋବିଲିଟିର ଡିଲରସିପ୍‌ଗୁଡ଼ିକୁ ଟିଭିଏସ୍ ଭେଇକିଲ୍ ମୋବିିଲିଟି ସଲ୍ୟୁସନ (ଟିଭିଏସ ଭିଏମଏସ)ରେ ରୂପାନ୍ତରୀତ ହେବ । ଏହା ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ସେବା ପ୍ରଦାନ କରିବ ଏବଂ ଭାରତୀୟ ଅଟୋମୋବାଇଲ୍ ଶିଳ୍ପରେ ନୂଆ ରୂପାନ୍ତରଣ ଆଣିବ । ଏହି ବୁଝାମଣା ନିୟାମକ ମଂଜୁରୀ ଅପେକ୍ଷାରେ ରହିଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ମିତସୁବିସି କର୍ପୋରେସନ ୩୦୦ କୋଟି ଟଙ୍କା ନିବେଶ କରିବ ଏବଂ ଉଭୟ ସଂସ୍ଥା କମ୍ପାନିର ଅଭିବୃଦ୍ଧି ଦିଗରେ କାମ କରିବେ । ଯାତ୍ରୀବାହୀ କାର୍‌, ବାଣିଜ୍ୟିକ ଯାନ ଏବଂ କଂଚାମାଲ ପରିବାଳନା ଉପକରଣ ଆଦିରେ ଗାଡ଼ି ମାଲିକାନାକୁ ବଢ଼ାଇବା ଲାଗି ଏହି ନିବେଶ କରାଯିବ । ଏହି ସହଯୋଗିତାରେ ୩-୫ ବର୍ଷ ଭିତରେ ୨ ବିଲିଅନ ଡଲାର ରାଜସ୍ୱ ସଂଗ୍ରହର ସମ୍ଭାବନା ରହିଛି ।
ଟିଭିଏସ୍ ମୋବିିଲିଟିର ନିର୍ଦ୍ଦେଶକ ଶ୍ରୀ ଆର୍ ଦୀନେଶ କହିଛନ୍ତି ଯେ, “ଭାରତରେ ନିଜର ଡିଲରସିପ୍ ବ୍ୟବସାୟ ଜରିଆରେ ଟିଭିଏସ ମୋବିିଲିଟି ବିକ୍ରି, ସର୍ଭିସ୍ ଓ ଗାଡ଼ି ବିତରଣ କ୍ଷେତ୍ରରେ ଅଗ୍ରଣୀ ରହିଛି । ମିତସୁବିସି କର୍ପୋରେସନ ସହିତ ଏହି ସହଯୋଗିତା ଜରିଆରେ କମ୍ପାନି ଗମନାଗମନ ବ୍ୟବସାୟରେ ବ୍ୟାପକ ସମାଧାନ ପ୍ରଦାନ କରିବା ଲାଗି ସକ୍ଷମ ହୋଇପାରିବ । ସ୍ୱାଧୀନ ପରର୍ବତୀ ବଜାରରେ ସମନ୍ୱିତ ଡିଜିଟାଲ୍ ପ୍ଲାଟଫର୍ମ ପ୍ରଦାନ କରିବା ପରେ କମ୍ପାନି ସଂସ୍ଥାଗତ, କର୍ପୋରେଟ ଓ ଫ୍ଲିଟ୍ ମାଲିକଙ୍କ ଭଳି ଗ୍ରାହକଙ୍କୁ ଅଭିନବ ଓ ଡିଜିଟାଲ୍ ସମାଧାନ ପ୍ରଦାନ କରିବ ଏବଂ ଯାନ ନିର୍ମାତାଙ୍କୁ ଏହା ଗାଡ଼ି ବିକ୍ରି, ଗାଡ଼ି ପରିଚାଳନା ଏବଂ ଭେଇକିଲ୍ ଆଜ ଏ ସର୍ଭିସ୍ ସେବା ପ୍ରଦାନ କରିବ । ସମସ୍ତ ଅଂଶୀଦାରଙ୍କୁ ସମାଧାନ ପ୍ରଦାନ କରିବା ଲାଗି ଏହି ସହଯୋଗିତା ସମସ୍ତଙ୍କ ସହ ମିଶି କାର୍ଯ୍ୟ କରିବ ।”
ମିତ୍‌ସୁବିସି କର୍ପୋରେସନର ସିିଇଓ-ଅଟୋମାଟିଭ୍ ଆଣ୍ଡ୍ ମୋବିଲିଟି ଗ୍ରୁପ୍ ସିଗେରୁ ୱାକାବାୟାସି କହିଛନ୍ତି ଯେ, “ନୂଆ ଗାଡ଼ି ପାଇଁ ଭାରତ ବିଶ୍ୱର ସର୍ବବୃହତ ବଜାର ଭାବେ ଉଭା ହୋଇଥିବା ବେଳେ ୨୦୨୩ରେ ପାଂଚ ନିୟୁତରୁ ଅଧିକ ଗାଡ଼ି ବିକ୍ରି ହୋଇଛି ଏବଂ ଆସନ୍ତା ବର୍ଷରେ ଏହା ୬-୭% ହାରର ଆଗକୁ ବଢ଼ିବ । ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ବଜାରରେ ଦୃମ ଉପସ୍ଥିତି ଲାଗି ଏମ୍‌ସି ପକ୍ଷରୁ ଟିଭିଏସ୍ ମୋବିଲିଟି ଗ୍ରୁପ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି ଯେଉଁଥିରେ ବିକ୍ରି ପରବର୍ତୀ ସେବା ପ୍ରଦାନକାରୀ ଟିଭିଏସ୍ ଅଟୋମୋବାଇଲ୍ ସଲ୍ୟୁସନ୍ସରେ ନିବେଶ ସାମିଲ ରହିଛି । ମଲ୍‌ଟିବ୍ରାଣ୍ଡ୍ ଡିଲର ଟିଭିଏସ ଭିଏମ୍‌ଏସ୍‌ରେ ଏମ୍‌ସିର ନିବେଶ କମ୍ପାନିର ବିକ୍ରି ପରବର୍ତୀ ସେବା, ଭେଇକିଲ ଆଜ୍ ଏ ମଡେଲ୍ ଏବଂ ଅଟୋମୋଟିଭ୍ ପରିଚାଳନା ଭଳି ବ୍ୟାପକ ଗମନାଗମନ ସମାଧାନ ପ୍ରଦାନ କରିବାରେ ସହାୟକ ହେବ ।”

Share

Leave a Reply

Your email address will not be published. Required fields are marked *

8 − 7 =