ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଫୁଟବଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଳମଙ୍ଗ ଏବଂ ଗନ୍ଧଲପଦା ଗ୍ରାମର 41 ଯୁବକ ଙ୍କୁ ପ୍ରଥମ ପର୍ଯ୍ୟାୟରେ ତାଲିମ

ଯୋଡ଼ା: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ କେନ୍ଦୁଝର ଜିଲ୍ଲା ସୀମାନ୍ତବର୍ତ୍ତୀ କଳମଙ୍ଗ ଏବଂ ଗନ୍ଧଲପଦା ଅଂଚଳର ଯୁବପିଢି ମାନଙ୍କ ଲାଗି ଫୁଟବଲ ପ୍ରଶିକ୍ଷଣର ଆରମ୍ଭ କରାଯାଇଛି, ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କ ସାମଗ୍ରିକ ବିକାଶକୁ ସୁଦୃଢ଼ କରିବା ।

ଗତ ସେପ୍ଟେମ୍ବର ମାସରୁ କଳମଙ୍ଗ ଓ ଗନ୍ଧଲପଦା ଗ୍ରାମରେ “୧୦ ବର୍ଷରୁ କମ୍ ବାଳକ ଫୁଟ୍ବଲ୍ ପ୍ରଶିକ୍ଷଣ’ ଆରମ୍ଭ କରାଯାଇଛି ଏବଂ ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ନୀତି ନିୟମ, ଦଳର ସାଥୀ ଓ ପ୍ରତିପକ୍ଷଙ୍କ ସମ୍ମାନ ପ୍ରଦର୍ଶନ କରିବାର ଭାବକୁ ବାଳକମାନଙ୍କ ମଧ୍ୟରେ ଜାଗ୍ରତ କରାଇବା ସହ ସକାରାତ୍ମକ ସାମାଜିକ ଦକ୍ଷତା, ନେତୃତ୍ୱ ଗୁଣ ଓ ସହଯୋଗିତା ପ୍ରକୃତିକୁ ସମୃଦ୍ଧ କରିବା ।

ଏହି ପ୍ରଶିକ୍ଷଣ ଲାଗି ଗନ୍ଧଲପଦା ଗ୍ରାମର କରନ ମୁଣ୍ଡା ଓ କଳମଙ୍ଗ ଗ୍ରାମର ଅମିତ କୁମାର ବେହେରାଙ୍କୁ ଉତ୍ସର୍ଗୀକୃତ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଏକ ମାସ ମଧ୍ୟରେ ୪୧ ଜଣ ପିଲାଙ୍କୁ ପ୍ରଶିକ୍ଷୀତ କରିବା ପାଇଁ ସେମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । କଳମଙ୍ଗରେ ୨୦ ଜଣ ଉତ୍ସାହୀ ଯୁବ ଖେଳାଳି ଥିବା ବେଳେ ଗନ୍ଧଲପଦା ରେ ୨୧ ଜଣ ଅଭିଳାଷପୂର୍ଣ୍ଣ କ୍ରୀଡ଼ାବିତ ରହିଛନ୍ତି । ସେମାନେ ଏବେ ଟିଏସ୍ଏଫ୍ ଟିମ୍ର ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ପ୍ରଶିକ୍ଷଣ ହାସଲ କରୁଛନ୍ତି । ଉଭୟ ପଡ଼ିଆ ଭିତରେ ଓ ବାହାର ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବା ଲାଗି ଏହି ଟିମ୍ ଯୁବ ବାଳକମାନଙ୍କୁ ସହଯୋଗ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛି ।

ଏହି ପ୍ରକଳ୍ପକୁ ବାସ୍ତବତାରେ ପରିଣତ କରିବାରେ ଅତୁଟ ସହଯୋଗ ପ୍ରଦାନ କରିଥିବାରୁ ଟିଏସ୍ଏଫ୍ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସମୁଦାୟ ଓ ସମସ୍ତ ଅଂଶୀଦାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen − seventeen =