ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ବାଲିଆପାଳ: ବିଶ୍ୱ ପରିବେଶ ଦିବସ ଅବସରରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ) ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । “ପ୍ଲାଷ୍ଟିକ୍ ପ୍ରଦୂଷଣକୁ ହରାଇବା’ ବିଷୟବସ୍ତୁ ଅନୁଯାୟୀ ସ୍ୱେଚ୍ଛାସେବୀମାନଙ୍କ ସହିତ ଏସ୍‌ପିପିଏଲ୍‌, ଟିଏସ୍‌ଏଫ୍‌ର କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ଏହି ଅଭିଯାନର ଅଂଶ ସ୍ୱରୂପ, କାଳିପଦ଼ା ବଜାରରୁ ନାଇଘାଟିରେ ଥିବା ଏସ୍‌ପିପିଏଲ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧.୫ କିମି ଦୂରତାରେ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଡଗରା ବେଳାଭୂମିରେ ସ୍ୱେଚ୍ଛାସେବୀମାନେ ସଫେଇ କରିଥିଲେ । ପ୍ଲାଷ୍ଟିକ୍ ବର୍ଜ୍ୟକୁ ସଂଗ୍ରହ ଓ ପରିଚାଳନା କରିବା ତଥା ସାମୁଦ୍ରିକ ଜୀବ ଓ ଜୀବଜଗତକୁ ପ୍ରଭାବିତ ହେବାରୁ ରୋକିବା ଏହି ଅଭିଯାନର ଲକ୍ଷ୍ୟ ଥିଲା ।
ପରିବେଶ ଉଦ୍ଦେଶ୍ୟକୁ ପାଳନ ଓ ସହାୟତା କରିବା ଲାଗି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ସାମିଲ କରାଯାଇଥିଲା । କାଳିଆପଡ଼ା ବଜାରକୁ ସ୍ୱଚ୍ଛ ଓ ପରିମଳ ରଖିବାରେ ନିରନ୍ତର ଉଦ୍ୟମ ଲାଗି ଦୁଇ ଜଣ ଝାଡ଼ୁଦାରଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଅଧିକ ବୃକ୍ଷ ରୋପଣ କରିବା ଏବଂ ସବୁଜ ବଳୟ ବଢ଼ାଇବାକୁ ଉତ୍ସାହିତ କରିବା ଲାଗି ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଚାରା ବଂଟନ କରାଯାଇଥିଲା । ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ଓ ପ୍ଲାଷ୍ଠିକ୍‌କୁ ଏଣେତେଣେ ଫୋପାଡ଼ିବା କମ୍ କରିବା ଲାଗି ଶାନ୍ତି ମାର୍କେଟ୍ କମ୍ପେ୍ଲକ୍ସ ଓ କାଳିଆପଡ଼ା ବଜାର କମିଟିକୁୁ ଡଷ୍ଟବିନ୍ ଦାନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

four × 5 =