ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ମୋବାଇଲ୍ ଆପ୍‌ରେ ୱାନ୍‌-ଭିଉ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ଆକ୍ସିସ୍ ମୋବାଇଲ୍ ଆପ୍‌ରେ “ୱାନ୍ ଭିଉ’ ସୁବିଧାର ଶୁଭାରମ୍ଭ କରାଯାଇଛି । ଗ୍ରାହକମାନଙ୍କ ଲାଗି ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ଅନୁଭୂତି ସୃଷ୍ଟି କରିବା ପାଇଁ ଭାରତର ପ୍ରଥମ ଘରୋଇ କ୍ଷେତ୍ରର ବ୍ୟାଙ୍କ ଭାବେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଆକାଉଂଟ୍ ଏଗ୍ରିଗେଟର ବ୍ୟବସ୍ଥାକୁ ବ୍ୟବହାର କରି ଏହି ନୂଆ ପିଢ଼ିର ବ୍ୟାଙ୍କିଙ୍ଗ୍ ସୁବିଧାକୁ ଆରମ୍ଭ କରାଯାଇଛି । ଏହା ଜରିଆରେ ଗ୍ରାହକମାନେ ଗୋଟିଏ ପ୍ଲାଟଫର୍ମରେ ଏକାଧିକ ବ୍ୟାଙ୍କ ଖାତା ପରିଚାଳନା କରି ନିଜ ଫାଇନାନ୍ସ ଉପରେ ଉତମ ନିୟନ୍ତ୍ରଣ ରଖିପାରିବେ ଯଦ୍ୱାରା ନିଜର ବାଲାନ୍ସ ଓ ବ୍ୟୟ ଉପରେ ସେମାନେ ବାସ୍ତବ ସମୟ ନଜର ରଖିପାରିବେ ।
ଏହି ସୁବିଧା ଜରିଆରେ ଆକ୍ସିସ୍ ମୋବାଇଲ୍ ଆପ୍‌ରେ ଅଣ ଆକ୍ସିସ୍ ବ୍ୟାଙ୍କ ଖାତାକୁ ସୁବିଧାରେ ସହଜରେ ସାମିଲ କରିହେବ । ବିଭିନ୍ନ ଖାତାର ବାଲାନ୍ସ ଓ କାରବାର ଷ୍ଟେଟ୍‌ମେଂଟ୍‌କୁ ବ୍ୟାପକ ଭାବେ ଦେଖିହେବ । ଏକାଧିକ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ଲିକେସନକୁ ପରିଚାଳନା କରିବାର ଆବଶ୍ୟକତା ରହିବନି । ଲିଙ୍କ୍ ହୋଇଥିବା ଖାତାର କାରବାର ବିବରଣୀକୁ ଡାଉନ୍‌ଲୋଡ୍ କରିବା ଏବଂ ଇ-ମେଲ୍ କରାଯାଇପାରିବ । ଗ୍ରାହକମାନେ ନିଜ ସୁବିଧା ଅନୁସାରେ ଯେକୌଣସି ଖାତାକୁ ଡିଲିଙ୍କ୍ ମଧ୍ୟ କରିପାରିବେ । ଆକାଉଂଟ୍ ଏଗ୍ରିଗେଟର ଗ୍ରାହକମାନଙ୍କ ଅନୁମତି ଓ ତଥ୍ୟ ଗୋପନୀୟତା ନୀତିକୁ ପାଳନ କରି ସୁରକ୍ଷିତ ଭାବେ ସୂଚନାର ଆଦାନପ୍ରଦାନ କରିଥାଏ ।
ଏହି ନୂଆ ସୁବିଧା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ଡିଜିଟାଲ୍ ବିଜନେସ୍ ଆଣ୍ଡ୍ ଟ୍ରାନ୍ସଫରମେସନ ସମୀର ସେଟ୍ଟି କହିଛନ୍ତି ଯେ, “ଖୋଲା ବ୍ୟାଙ୍କିଙ୍ଗ୍‌ର ଶକ୍ତି ଉପରେ ଆକ୍ସିସ୍ ବ୍ୟାଙ୍କ ବିଶ୍ୱାସ କରେ ଏବଂ ଆମେ ନିରନ୍ତର ଭାବେ ଡିଜିଟାଲ୍‌-ପ୍ରଥମ ଉତ୍ପାଦରେ ନିବେଶ କରୁଛୁ ଯାହା ଗ୍ରାହକଙ୍କୁ ଅଧିକ ସୁବିଧା ପ୍ରଦାନ କରୁଛି । ସେହି ଉଦ୍ୟମର ଅଂଶ ଭାବେ ଆକାଉଂଟ୍ ଏଗ୍ରିଗେଟର ବ୍ୟବସ୍ଥାକୁୂ ବ୍ୟବାର କରି ଆକ୍ସିସ୍ ମୋବାଇଲ୍ ଆପ୍‌ରେ ୱାନ୍ ଭିଉ ସୁବିଧାର ଶୁଭାରମ୍ଭ କରିଥିବାରୁ ଆମେ ଉତ୍ସାହିତ । ଏହି ସୁବିଧା ଏକାଧିକ ବ୍ୟାଙ୍କିଙ୍ଗ୍ ଆପ୍ ଆବଶ୍ୟକତାକୁ ଦୂର କରି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ଅନୁଭୂତି ଓ ସୁବିଧା ପ୍ରଦାନ କରୁଛି । ଆମର ବିଶ୍ୱାସ ରହିଛି ଯେ ଏହା ବୈପ୍ଳବିକ ଓ ଭବିଷ୍ୟତ ବ୍ୟାଙ୍କିଙ୍ଗ୍ ଦିଗରେ ଏକ ପଦକ୍ଷେପ । ଆକାଉଂଟ୍ ଏଗ୍ରିଗେଟର ଫ୍ରେମ୍‌ୱର୍କକୁ ଆଗୁଆ ଆପଣେଇଥିବା ବ୍ୟାଙ୍କ ମଧ୍ୟରୁ ଆକ୍ସିସ୍ ବ୍ୟାଙ୍କ ଅନ୍ୟତମ । ଏହା ଆକାଉଂଟ୍ ଏଗ୍ରିଗେଟର ଜରିଆରେ ବ୍ୟକ୍ତିଗତ ଋଣ, କ୍ରେଡିଟ୍ କାର୍ଡ, ଗାଡ଼ି ଋଣ ଓ କ୍ଷୁଦ୍ର ବ୍ୟବସାୟ ଋଣ ଆଦି ପ୍ରଦାନ କରୁଛି । ଏହା ନୂଆ ଓ ପୁରୁଣା ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ କାଗଜବିହୀନ ଭାବେ ଓ ଡିଜିଟାଲ୍ ମାଧ୍ୟମରେ ତତ୍କାଳ ଋଣ ପ୍ରଦାନ କରୁଛି ।’’

Share

Leave a Reply

Your email address will not be published. Required fields are marked *

four + 16 =