ସୋନି ପକ୍ଷରୁ ବ୍ରାଭିଆ ଏକ୍ସଆର୍ ମାଷ୍ଟର ସିରିଜ୍ ଏ୯୫ଏଲ୍ ଓଏଲ୍‌ଇଡି ଟିଭି ଉନ୍ମୋଚିତ

ଭୁବନେଶ୍ୱର: କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ସହିତ ନୂଆ ଓଏଲ୍‌ଇଡି ପ୍ୟାନେଲ୍ ଥିବା ନୂଆ ବ୍ରାଭିଆ ଏକ୍ସଆର୍ ମାଷ୍ଟର୍‌କୁ ସୋନି ଇଣ୍ଡିଆ ପକ୍ଷରୁ ଉନ୍ମୋଚନ କରାଯାଇଛି । ନୂଆ ବ୍ରାଭିଆ ଏକ୍ସଆର୍ ମାଷ୍ଟର ସିରିଜ୍ ଏ୯୭ଏଲ୍ ଓଏଲ୍‌ଇଡିକୁ ୬୫ ଇଂଚ ଓ ୫୫ ଇଂଚ ଭଳି ଦୁଇଟି ସ୍କ୍ରିନ୍ ଆକାରରେ ଉନ୍ମୋଚନ କରାଯାଇଛି । ସୋନି ବ୍ରାଭିଆ ଏକ୍ସଆର୍ ପ୍ରୋସେସର ମଣିଷ ଦେଖି-ଶୁଣିଲା ଭଳି ପ୍ର୍ରାକୃତିକ ଅନୁଭୂତିକୁ ଉପସ୍ଥାପନ କରିବାର କ୍ଷମତା ରହିଛି । କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍‌ରେ ୪କେ ମାନର ଛବି ପ୍ରଦାନ କରୁଛି, ଯାହା ଆପଣଙ୍କ ପସନ୍ଦର ବିଷୟବସ୍ତୁକୁ ଅତ୍ୟନ୍ତ ଜୀବନ୍ତ ଭାବେ ଉପସ୍ଥାପନ କରିବ ।
ବ୍ରାଭିଆ ଏକ୍ସଆର୍ ଓଏଲ୍‌ଇଡି ଏ୯୫ଏଲ୍ ଟିଭିରେ ରହିଛି ଏକ୍ସଆର୍ ଓଏଲ୍‌ଇଡି କଂଟ୍ରାଷ୍ଟ ପ୍ରୋ ଯାହା ଜରିଆରେ ଓଏଲ୍‌ଇଡି ପ୍ୟନେଲ ପ୍ରକୃତ କଂଟ୍ରାଷ୍ଟ, ଉଜ୍ଜ୍ୱଳ ରଙ୍ଗ ଓ ବିଶୁଦ୍ଧ କଳା ପ୍ରଦାନ କରିବ । ତାପମାତ୍ରା ଜାଣିବା ଲାଗି ଏଥିରେ ସେନ୍‌ସର ରହିଛି ଯାହା ସ୍କ୍ରିନ୍‌ର ତାପମାତ୍ରାକୁ ହ୍ରାସ କରି ଆଲୋକକୁ ନିୟନ୍ତ୍ରଣ କରିବା ସହ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ବ୍ରାଇଟ୍‌ନେସ୍ ପ୍ରଦାନ କରିବ ।
ଟିଭିର ଏକ୍ସଆର୍ ଟ୍ରିଲୁମିନସ୍ ମ୍ୟାକ୍ସ ବ୍ୟାପକ ରଙ୍ଗ ପାଲେଟ୍ ପ୍ରଦାନ କରୁଛି । ଲୋକମାନଙ୍କ ଆଖିକୁ ସୁନ୍ଦର ଦେଖାଯିବା ଭଳି ଛବି ତାହା ଉପସ୍ଥାପନ କରିବାରେ ସହାୟକ ହେଉଛି । ଏ୯୫ଏଲ୍ ଓଏଲ୍‌ଇଡି ଟିଭି ଏଚ୍‌ଡିଏମ୍‌ାଇ ୨.୧ରେ କାର୍ଯ୍ୟ କରିବ ଏବଂ ଏଥିରେ ୪କେ ୧୨୦ ଏଫ୍‌ପିଏସ୍‌, ଭାରିଏବଲ୍ ରିଫ୍ରେସ୍ ରେଟ୍‌, ଅଟୋ ଲୋ ଲାଟେନ୍‌ସି ମୋଡ୍‌, ଅଟୋ ଏଚ୍‌ଡିଆର୍ ଟୋନ୍ ଅଟୋ ଗେମ୍ ମୋଡ୍ ଯାହା ସୁଟିଂ ଏବଂ ଉଚ୍ଚ ପ୍ରଦର୍ଶନକାରୀ କ୍ରୀଡ଼ାର ପ୍ରକୃତ ଅନୁଭୂତି ପ୍ରଦାନ କରିବାରେ ସହାୟକ ହେବ । ପ୍ଲେଷ୍ଟେସନ କନ୍‌ସୋଲ୍‌ରେ ସିନେମା ଦେଖିବା ବେଳେ ତାହା ଆପେ ସାଧାରଣ ମୋଡ୍‌କୁ ଚାଲିଆସିବ ।
ଏଥିରେ ବ୍ରାଭିଆ କୋର୍ ଆପ୍‌କୁ ଆଗୁଆ ଲୋଡ୍ କରାଯାଇଛି ଯେଉଁଥିରେ ୨୪ ମାସର ଅସୀମିତ ଶ୍ରେଷ୍ଠ ସିନେମା ଷ୍ଟ୍ରିମିଂ କରିହେବ ଏବଂ ୧୦ ପର୍ଯ୍ୟନ୍ତ ନୂଆ ରିଲିଜ୍ ଦେଖିହେବ । ବ୍ରାଭିଆ ଏକ୍ସଆର୍ ଜ୍ଞାନକୌଶଳ, ପିଓର ଷ୍ଟ୍ରିମ୍ ଓ ଆଇମ୍ୟାକ୍ସ ଏନ୍‌ହାନ୍‌ସଡ୍ ଥିବାରୁ ଏହା ଆକର୍ଷଣୀୟ ଛବି ଏବଂ ଚମତ୍କାର ଶବ୍ଦ ପ୍ରଦାନ କରିବ । ଅଲଗା ଭାବେ ବିକ୍ରି ହେଉଥିବା ବ୍ରାଭିଆ କ୍ୟାମ୍‌କୁ ସେଥିରେ ଯୋଡ଼ିହେବ । ଏଥିରେ ଡଲ୍‌ବି ଭିଜନ, ଡଲ୍‌ବି ଆଟମସ୍‌, ଆକୋଷ୍ଟିକ୍ ସରଫେସ୍ ଅଡିଓ ଓ ଗୁଗୁଲ୍ ଟିଭି ସୁବିଧା ରହିଛି । ଗୁଗୁଲ୍ ଟିଭିରେ ୭,୦୦,୦୦୦ରୁ ଅଧିକ ସିନେମା, ସୋ’, ଲାଇଭ୍ ଟିଭି ଏବଂ ଅଧିକ ଆପ୍ ଓ ସବ୍‌ସ୍କ୍ରିପ୍‌ସନ୍‌ର ମଜା ନେଇହେବ ।
ଏକ୍ସଆର୍‌-୫୫ଏ୯୫ଏଲ୍‌ର ଦାମ୍ ୩,୩୯,୯୯୦ ଟଙ୍କା ଥିବା ବେଳେ ଏକ୍ସଆର୍‌୬୫ଏ୯୫ଏଲ୍‌ର ଦାମ୍ ୪,୧୯,୯୯୦ ଟଙ୍କା ରହିଛି । ଉଭୟ ଟିଭି ସେପ୍ଟେମ୍ବର ୧୧ରୁ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

thirteen + eleven =