ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଡିଜିଟାଲ୍ ବ୍ୟାଙ୍କ୍ ଅଭିଯାନ ‘ଓପନ୍ ବାଏ ଆକ୍ସିସ୍ ବ୍ୟାଙ୍କ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ନୂଆ ଅଭିଯାନ “ଓପନ୍ ବାଏ ଆକ୍ସିସ୍ ବ୍ୟାଙ୍କ’ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ବ୍ୟାଙ୍କର ଡିଜିଟାଲ୍ ଦକ୍ଷତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଓପନ୍ ୨୦୨୩ ଅଭିଯାନରେ ବ୍ୟାଙ୍କର ୧୫ ପ୍ରମୁଖ ଡିଜିଟାଲ୍ ସେବା ଉପରେ ଗୁରୁତ୍ୱ ଦିଆଯାଇଛି । ବ୍ୟାଙ୍କ ଭିତରେ ଏକ ଡିଜିଟାଲ୍ ବ୍ୟାଙ୍କର ଶୁଭାରମ୍ଭ କରିବା ଲାଗି ଦୀର୍ଘଦିନରୁ ଆକ୍ସିସ୍ ବ୍ୟାଙ୍କ କରୁଥିବା ପ୍ରୟାସର ଏହା ଫଳ ଯେଉଁଥିରେ ବ୍ୟକ୍ତିଗତ ସୁହାଇବା, ପସନ୍ଦର ଓ ଚିନ୍ତାମୁକ୍ତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଅନୁଭୂତି ମିଳିବ । ଏହି ଭବିଷ୍ୟତ ପାଇଁ ପ୍ରସ୍ତୁତ ମୋବାଇଲ୍ ଆପ୍ଲିକେସନର ଶୁଭାରମ୍ଭ ବ୍ୟାଙ୍କର ଉନ୍ନତ ଡିଜିଟାଲ୍ ସେବାକୁ ଦର୍ଶାଉଛି ।
ତିନି ଦଶନ୍ଧି ଧରି ଭୌତିକ ଦୁନିଆରେ “ଓପନ୍‌’ ଆକ୍ସିସ୍ ବ୍ୟାଙ୍କର ଗ୍ରାହକ କୈନ୍ଦ୍ରୀକ ଦୃଷ୍ଟିକୋଣର ମୂଳମନ୍ତ୍ର ଥିଲା । ଏହି ଅଭିଯାନ ଡିଜିଟାଲ୍ ଦୁନିଆରେ ବ୍ୟାଙ୍କର ସେହି “ଓପନ୍‌’ ଦୃଷ୍ଟିକୋଣ ଉପଯୋଗୀ ରହିଥିବାକୁ ଦର୍ଶାଉଛି । ଡିଜିଟାଲ୍ ବ୍ୟାଙ୍କିଙ୍ଗର ଶୀର୍ଷ ଭାବେ “ଓପନ୍ ବାଏ ଆକ୍ସିସ୍ ବ୍ୟାଙ୍କ’କୁ ଉପସ୍ଥାପନ କରିବା ଲକ୍ଷ୍ୟ ନେଇ ଏହି ସେବାର ଶୁଭାରମ୍ଭ ହୋଇଛି ଯାହା ସମସ୍ତ ବିଶ୍ୱାସଯୋଗ୍ୟ ଓ ପସନ୍ଦ କରାଯାଉଥିବା ସୁବିଧାସୁଯୋଗଗୁଡ଼ିକୁ ଗ୍ରାହକଙ୍କ ସୁହାଇବା ଭଳି ଆଧୁନିକ ଇଟଂରଫେସ୍‌ରେ ଉଭୟ ପୁରୁଣା ଓ ନୂଆ ଗ୍ରାହକଙ୍କ ପାଇଁ ଆଣିଦେବ ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ଡିଜିଟାଲ୍ ବ୍ୟବସାୟ ଓ ରୂପାନ୍ତରଣ ମୁଖ୍ୟ ସମୀର ସେଟ୍ଟି କହିଛନ୍ତି ଯେ, “ବ୍ୟାଙ୍କ ଭିତରେ ଡିଜିଟାଲ ବ୍ୟାଙ୍କ ପାଇଁ ଆକ୍ସିସ୍ ୨.୦କୁ ଗଠନ କରିବା ଲାଗି ଆମେ ଅଭିଳାଷ ରଖିଥିଲୁ । ପ୍ରତିଟି କାର୍ଯ୍ୟ ଓ ନିଷ୍ପତିର ମୂଳରେ ଗ୍ରାହକଙ୍କୁ ରଖି ଏହି ଯାତ୍ରା ଆଗକୁ ବଢ଼ୁଛି । ଏହା ହେଉଛି ଆମ ଗ୍ରାହକ ଭାବ ବିନିମୟ, ଉତ୍ପାଦ ଡିଜାଇନ୍ ଏବଂ ପ୍ରକ୍ର୍ରିୟା ନବସୃଜନ ଯାତ୍ରାର ଏକ ଅଂଶ । ଆମେ ଡିଜିଟାଲ୍ ପ୍ରଥମ ଉତ୍ପାଦରେ ନିବେଶ ଜାରି ରଖିଛୁ ଯାହା ବ୍ୟାଙ୍କର ଉଭୟ ନୂଆ ଓ ପୁରୁଣା ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ । ଆକ୍ସିସ୍ ୨.୦ ଏବେ “ଓପନ୍ ବାଏ ଆକ୍ସିସ୍ ବ୍ୟାଙ୍କ’ ହୋଇଛି ଏବଂ ଆମେ ଗୋଟିଏ ବ୍ୟବସ୍ଥା ଅଧୀନରେ ବ୍ୟକ୍ତିଗତ ସୁହାଇବା ଓ ଚିନ୍ତାମୁକ୍ତ ସେବା ଜାରି ରଖିବୁ ।
ଓପନ୍ ବାଏ ଆକ୍ସିସ୍ ବ୍ୟାଙ୍କରେ ଦୃଢ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏଥିରେ ୧୩ ନିୟୁତ ମାସିକ ସକ୍ରିୟ ଗ୍ରାହକ ଥିବା ବେଳେ ପ୍ରାୟ ୮.୪ ନିୟୁତ ଅଣ ଆକ୍ସିସ୍ ବ୍ୟାଙ୍କ ଗ୍ରାହକ ରହିଛନ୍ତି । ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ୪.୮ ରେଟିଂ ସହିତ ବ୍ୟାଙ୍କ ଡିଜିଟାଲ୍ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ରହିଛି । ଆମର ଶକ୍ତିଶାଳୀ ମୋବାଇଲ୍ ଆପ୍ “ଓପନ୍ ବାଏ ଆକ୍ସିସ୍ ବ୍ୟାଙ୍କ’ ହେଉଛି ସମସ୍ତଙ୍କ ପାଇଁ ଏକ ସମାଧାନ ଯାହା ୨୫୦ରୁ ଅଧିକ ସୁବିଧା ଯେକୌଣସି ସ୍ଥାନରେ ପ୍ରଦାନ କରି ସମସ୍ତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଆବଶ୍ୟକତା ପୂରଣ କରିବ ।’’
ଆକ୍ସିସ୍ ବ୍ୟାଙ୍କର ଚିଫ୍ ମାର୍କେଟିଂ ଅଫିସର ଅନୁପ ମନୋହର କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଆମେ ଆଗକୁ ବଢ଼ିବା ଓ ଡିଜିଟାଲ୍ ଭବିଷ୍ୟତ ଗ୍ରହଣ କରୁଥିବାରୁ “ଦିଲ୍ ସେ ଓପନ୍‌’ ସହିତ ଆମର ମୂଳ ମୂଲ୍ୟବୋଧ ଆମ ପାଇଁ ମାର୍ଗଦର୍ଶକ ହୋଇ ରହିବା ସହ ଆମ ଗ୍ରାହକମାନେ ଆମଠାରୁ ଆଶା କରୁଥିବା ବିଶ୍ୱାସ ଓ ପରିଚିତ ସେବା ସହ ତାହା ଯୋଡ଼ିହୋଇରହିଛି ।’’

Share

Leave a Reply

Your email address will not be published. Required fields are marked *

eighteen + ten =