ନୀରବ ମୋଦିଙ୍କ ଭାଇ ଓ ଭଉଣୀଙ୍କୁ ନୋଟିସ

ନୂଆଦିଲ୍ଲୀ: ୯ହଜାର କୋଟି ଟଙ୍କା ପିଏନବି ବ୍ୟାଙ୍କ୍ ଘୋଟାଲାରେ ମୁଖ୍ୟ ଅଭିଯୁକ୍ତ ହୀରା ବେପାରୀ ନୀରବ ମୋଦୀଙ୍କ ସମେତ ତାଙ୍କ ଭଉଣୀ ଏବଂ  ଭାଇଙ୍କୁ  ଅଦାଲତ ସମନ ଜାରି କରିଛନ୍ତି । ବିଶେଷ ପଳାତକ ଅପରାଧ ଆଇନ ଅନୁଯାୟୀ କୋର୍ଟ୍ରେ ସାର୍ବଜନିକ ଭାବେ ଉପସ୍ଥିତ ରହିବା ପାଇଁ କୁହାଯାଇଛି ା  ଭଉଣୀ ପୂର୍ବୀ ଏବଂ ଭାଇ ନିଶାଲଙ୍କ ବିରୋଧରେ ତୃତୀୟ ସାର୍ବଜନିକ ନୋଟିସରେ ସେପ୍ଟେମ୍ବର ୨୫ ତାରିଖ ସକାଳ ୧୧ଟା ସମୟରେ କୋର୍ଟରେ ହାଜର ହେବା ପାଇଁ କୁହାଯାଇଛି ।ଏଥିରେ କୋର୍ଟରେ ଉପସ୍ଥିତ ନହେଲେ ଆଇନଗତ ଭାବେ ସମ୍ପତିକୁ ଜବତ କରାଯିବ । ଏମ ଏସ ଆଜମୀଙ୍କ ଅଦାଲତ ପ୍ରମୁଖ ସମ୍ବାଦପତ୍ରରେ ନୀରବ ମୋଦୀଙ୍କ ଭଊଣୀ ପୂର୍ବୀ ମୋଦୀ ଏବଂ ଭାଇ ନିଶାଲ ମୋଦୀଙ୍କ ନାମରେ ତିନୋଟି ସାର୍ବଜନିକ ନୋଟିସ ଜାରି କରିଛନ୍ତି । ନୋଟିସରେ ପ୍ରବର୍ତନ ନିର୍ଦ୍ଦେଶାଳୟର ନୂଆ ନିୟମାନୁସାରେ ଦୁହିଁଙ୍କୁ ଆର୍ଥିକ ହେରଫେର ଘଟଣା ସାମ୍ନାକୁ ଆସିବା ପୂର୍ବରୁ ଦେଶ ଛାଡି ଦେଇଥିବା ଅଭିଯୋଗ ଲଗାଯାଇଛି । ନୋଟିସରେ ଆହୁରି ମଧ୍ୟ ଦେଶ ଛାଡି ପଳାୟନ କରିବା ଏବଂ ଅଦାଲତରେ ଉପସ୍ଥିତ ନ ହେଲେ ସେମାନଙ୍କୁ ପଳାତକ ଘୋଷଣା କରାଯିବ ବୋଲି ଉଲ୍ଲେଖ ରହିଛି ।

 

 

Share

Leave a Reply

Your email address will not be published. Required fields are marked *

1 × one =