ଡିଜିଟାଲ୍ ଡିମାଟ୍ ଖାତା ଖୋଲିବା ପାଇଁ ସେୟାରଖାନ୍ ଓ ଏନ୍‌ଇଏସ୍‌ଏଲ୍ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନଲାଇନ୍ ବ୍ରୋକରେଜ୍ ସଂସ୍ଥା ସେୟାରଖାନ୍ ପକ୍ଷରୁ ସମ୍ପୂର୍ଣ୍ଣ ଡିଜିଟାଲ୍ ଉପାୟରେ ଡିମାଟ୍ ଖାତା ଖୋଲିବା ପାଇଁ ନ୍ୟାସନାଲ୍ ଇ-ଗଭର୍ଣ୍ଣାସ୍ ସର୍ଭିସେସ୍ ଲିମିଟେଡ୍ (ଏନ୍‌ଇଏସ୍‌ଏଲ୍‌) ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ବ୍ରୋକରେଜ୍ ଶିଳ୍ପ ପାଇଁ ଏକ ଐତିହାସିକ ସଫଳତାକୁ ଦର୍ଶାଉଥିବା ବେଳେ ଭାରତର ଏକମାତ୍ର ଓ ପ୍ରଥମ ବ୍ରୋକର ଭାବେ ସେୟାରଖାନ୍ ଏହି ଡିଜିଟାଲ୍ ରୂପାନ୍ତରଣ ସୁବିଧା ପ୍ରଦାନ କରିବ ଯାହା ଦ୍ୱାରା ନୂଆ ଯୋଡ଼ିହେବା ନୂଆ ଗ୍ରାହକମାନେ କମ ସମୟରେ ଉପକୃତ ହେବେ ।
ନିୟମିତ ବ୍ୟବସ୍ଥାରେ ଡିମାଟ୍ ଡେବିଟ୍ ଆଣ୍ଡ୍ ପ୍ଲେଜ୍ ଇନଷ୍ଟ୍ରକ୍ସନ (ଡିଡିପିଆଇ)କୁ ପ୍ରତ୍ୟକ୍ଷ ଭାବେ ସ୍ୱାକ୍ଷର କରି ଓ ସେଥିରେ ଷ୍ଟାମ୍ପ୍ ମାରି ଦାଖଲ କରିବାକୁ ପଡ଼ୁଛି ଯେଉଁଥିପାଇଁ ବହୁତ କାଗଜପତ୍ର କାମ କରିବାକୁ ପଡ଼ୁଛି । ମାତ୍ର ଏନ୍‌ଇଏସ୍‌ଏଲ୍ ସହ ଯୋଡ଼ି ହୋଇଥିବାରୁ ସେହି କାର୍ଯ୍ୟକୁ ଡିଜିଟାଲ୍ ମାଧ୍ୟମରେ କରାଯାଇପାରିବ ଏବଂ ତାହା ରିପୋଜିଟୋରି ଭାବେ କାର୍ଯ୍ୟ କରିବ ଯେଉଁଠାରେ ଡିଡିପିଆଇ ସୂଚନା ସଂରକ୍ଷିତ ରହିବ ।
ସେୟାରଖାନ୍ ବାଏ ବିଏନ୍‌ପି ପରିବାସର ସିଇଓ ଜୟଦୀପ ଅରୋରା କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କ ଲାଗି ଏକ ଅତୁଳନୀୟ ଅନୁଭୂତି ପ୍ରଦାନ କରିବା ପଥରେ ଆଗରେ ରହିଥିବାରୁ ଆମେ ବେଶ ଉତ୍ସାହିତ । ପ୍ରତ୍ୟକ୍ଷ ଭାବେ କାଗଜପତ୍ର କାମ ଏବଂ ଷ୍ଟାମ୍ପ୍ ଆବଶ୍ୟକତାକୁ ଦୂର କରି ସେୟାରଖାନର କାଗଜବିହୀନ ଡିମାଟ୍ ଖାତା ଖୋଲିବା ପ୍ରକ୍ରିୟାରେ ଉନ୍ନତି ଆଣିଥିବା ବେଳେ ପରିବେଶ ଦୀର୍ଘସ୍ଥାୟିତ୍ୱ ପ୍ରତି ଯୋଗଦାନ ପ୍ରଦାନ କରୁଛି । ଏହି ଅଭିନବ ପଦକ୍ଷେପ ଏକ ଗ୍ରାହକ କୈନ୍ଦ୍ରୀକ ଓ ପରିବେଶ ମିତବ୍ୟୟୀ ସମାଧାନ ପ୍ରଦାନ କରିବା ଲାଗି ରହିଥିବା ଲକ୍ଷ୍ୟ ସହ ସମନ୍ୱିତ ରହିଛି ଯାହା ଏହାକୁ ନିରବଚ୍ଛିନ୍ନ କରିଥିବା ବେଳେ ଅଙ୍ଗାରକ ସ୍ଥିତି କମ୍ କରୁଛି । ଆମର ବିଶ୍ୱାସ ରହିଛି ଯେ ଗ୍ରାହକ କୈନ୍ଦ୍ରୀକତା ଓ ଦୀର୍ଘସ୍ଥାୟିତ୍ୱକୁ ଯୋଡ଼ି ଭାରତରେ ଭାରତରେ ଆର୍ଥିକ ସେବାର ଭବିଷ୍ୟତକୁ ଆକାର ପ୍ରଦାନ କରିପାରିବୁ ।’’
ଏନ୍‌ଇଏସ୍‌ଏଲ୍‌ର ଏମ୍‌ଡି ଓ ସିିଇଓ ଦେବଜ୍ୟୋତି ରାଏ ଚୌଧୁରୀ କହିଛନ୍ତି ଯେ, “ଏନ୍‌ଇଏସ୍‌ଏଲ୍‌ର ଡିଡିଇ (ଡିଜିଟାଲ୍ ଡକ୍ୟୁମେଂଟ୍ ଏକ୍‌ଜିକ୍ୟୁସନ) ଚବିଶ ଘଂଟା ଉପଲବ୍ଧ ରହିଛି ଏବଂ ନିଜ ଘରୁ କିମ୍ବା କାର୍ଯ୍ୟାଳୟରେ ସୁବିଧାରେ ରହି ପ୍ଲାଟଫର୍ମରେ କାଗଜପତ୍ର କାର୍ଯ୍ୟ ସମ୍ପାଦନ କରାଯାଇପାରିବ । ଏହା ସମ୍ପୂର୍ଣ୍ଣ ଡିଜିଟାଲ୍ ଓ କାଗଜବିହୀନ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ସହ ଏପିଆଇ ଜରିଆରେ ବାସ୍ତବ ସମୟ ଡିଜିଟାଲ୍ ଇ-ଷ୍ଟାମ୍ପ୍ ସେଥିରେ ରହିଛି ଏବଂ କାଗଜପତ୍ରରେ ଡିଜିଟାଲ୍ ସିଗ୍ନେଚର ରହିବ । ଆଧାର ଭିତିକ ଇ-ସାଇନ୍ ଓଟିପି କିମ୍ବା ବାୟୋମେଟ୍ରିକ୍ ମୋଡ୍ କିମ୍ବା ଡଙ୍ଗଲ ଭିତିକ ଡିଏସ୍‌ସି ଜରିଆରେ ଡିଜିଟାଲ୍ ସିଗ୍ନେଚର ହୋଇପାରିବ । ଏନ୍‌ଇଏସ୍‌ଏଲ୍‌ର ଡିଡିଇ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟା ପ୍ରଦାନ କରି ଆର୍‌ବିଆଇ ନିୟନ୍ତ୍ରୀତ ସଂସ୍ଥାଗୁଡ଼ିକ ପ୍ରଦାନ କରୁଥିବା ବ୍ୟାଙ୍କ ଋଚ୍ଚର କାଗଜପତ୍ର କାର୍ଯ୍ୟରେ ପରିବର୍ତନ ଆଣିପାରିଛି । ମୁଁ ବହୁତ ଖୁସିରେ ପ୍ରଥମ ଥର ପାଇଁ ସେବି ନିୟନ୍ତ୍ରିତ ସଂସ୍ଥାରେ ତାହା ଲାଗୁ କରାଯାଉଛି ।ଆମ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ସେୟାରଖାନ୍ ଲିମିଟେଡ୍‌କୁ ଆମେ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛୁ ।’’
ଇ-ମୁଦ୍ରାରର ଭାରତ ଓ ଏପିଏସି ମୁଖ୍ୟ ବିଜୁ ଭର୍ଗିଜ କହିଛନ୍ତି ଯେ,“ଅତ୍ୟାଧୁନିକ ଇଏମ୍‌ସାଇନର୍ ସମାଧାନକୁ ଏନ୍‌ଇଏସ୍‌ଏଲ୍‌ର ଡିଜିଟାଲ୍ ଡକ୍ୟୁମେଂଟ୍ ଏକ୍‌ଜିକ୍ୟୁସନ ସେବା ସହିତ ଯୋଡ଼ି ପରିଚାଳିତ ଚୁକ୍ତିରେ ରୂପାନ୍ତରଣ ଆଣିବା ଦିଗରେ ଅଗ୍ରଣୀ ପଦକ୍ଷେପ ଗ୍ରହଣ କରିବା ପାଇଁ ସେୟାରଖାନ୍ ସହ ସହଯୋଗିତା ସ୍ଥାପନ କରିଥିବାରୁ ଇ-ମୁଦ୍ରା ବେଶ ଗର୍ବିତ । ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସହିତ ଡିଜିଟାଲ୍ କାଗଜପତ୍ରରର ଇସାଇନ୍ ବ୍ୟବହାର କରି ପାରଦର୍ଶିତା ଓ ସ୍ୱଚ୍ଛତାର ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି । ଜଟିଳ ପ୍ରକ୍ର୍ରିୟାର ସରଳୀକ ଏବଂ ସୁରକ୍ଷିତ, ନିରବଚ୍ଛିନ୍ନ ଚୁକ୍ତି କାର୍ଯ୍ୟକାରୀତାକୁ ସୁନିଶ୍ଚିତ କରି ଆମ ଗ୍ରାହକଙ୍କୁ ମୂଲ୍ୟ ପ୍ରଦାନ କରିବା ଏବଂ ନବସୃଜନକୁ ଆଗକୁ ବଢ଼ାଇବା ପ୍ରତି ଆମ ପ୍ରତିବଦ୍ଧତାକୁ ଏହା ପ୍ରଦର୍ଶିତ କରୁଛି । ମିଳିତ ଭାବେ ଆମେ ଆର୍ଥିକ ଶିଳ୍ପରେ ଏକ ଅଧିକ ଦ୍ରୁତ ଓ ଡିଜିଟାଲ୍ ସଶକ୍ତ ଭବିଷ୍ୟତ ସୃଷ୍ଟି ପାଇଁ ପଥ ପ୍ରଶସ୍ତ କରିପାରିବା ।”

Share

Leave a Reply

Your email address will not be published. Required fields are marked *

one × 2 =