ପି ଏନ୍ ଗାଡ୍‌ଗିଲ୍ ଜୁଏଲର୍ସ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ମହାରାଷ୍ଟ୍ରର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ପି ଏନ୍ ଗାଡ୍‌ଗିଲ୍ ଜୁଏଲର୍ସ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କଂପାନିର ଇନିସିଆଲ୍ ପବ୍ଲିକ ଅଫରରେ ୮୫୦ କୋଟି ଟଙ୍କା ପର୍ଯ୍ୟନ୍ତ ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଅଫର୍ ଫର ସେଲ୍‌ରେ ବିକ୍ରି କରିବ । ମୋଟ ଅଫର ୧୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ଅଫରରେ ଏସଭିଜି ବିଜନେସ ଟ୍ରଷ୍ଟ ଦ୍ୱାରା ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଆଇପିଓ ମାଧ୍ୟମରେ ସଂଗ୍ରହ ହୋଇଥିବା ପାଣ୍ଠିକୁ ମହାରାଷ୍ଟ୍ରରେ ୧୨ଟି ନୂତନ ଷ୍ଟୋର ପ୍ରତିଷ୍ଠା ଦିଗରେ ବ୍ୟୟ, କମ୍ପାନି ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଦ୍ଦିଷ୍ଟ ଋଣର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ ପରିଶୋଧ କରିବା ପାଇଁ ବ୍ୟବହୃତ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁୁ ପ୍ରସ୍ତାବ ଦିଆଯାଇଛି ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ ଏବଂ ବିଓବି କ୍ୟାପିଟାଲ ମାର୍କେଟସ୍ ଲିମିଟେଡ୍ ।
୨୦୨୪ ଜାନୁଆରି ସୁଦ୍ଧା ଷ୍ଟୋର ସଂଖ୍ୟା ଦୃଷ୍ଟିରୁ ପିଏନ ଗାଡଗିଲ ଜୁଏଲର୍ସ ଲିମିଟେଡ ମହାରାଷ୍ଟ୍ରର ପ୍ରମୁଖ ସଂଗଠିତ ଗହଣା କମ୍ପାନିମାନଙ୍କ ମଧ୍ୟରେ ଦ୍ୱିତୀୟ ବୃହତମ ଯାହା ଭାରତରେ ବିଆଇଏସ-ପଞ୍ଜିକୃତ ଆଉଟଲେଟ୍ ପାଇଁ ସର୍ବବୃହତ ବଜାର ଅଟେ । ଆର୍ôଥକ ବର୍ଷ ୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ରାଜସ୍ୱ ଅଭିବୃଦ୍ଧି ଆଧାରରେ କମ୍ପାନି ଭାରତର ପ୍ରମୁଖ ସଂଗଠିତ ଗହଣା କମ୍ପାନିମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଗହଣା ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ । କମ୍ପାନି ଆର୍ôଥକ ବର୍ଷ ୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ୫୬.୫୦% ଇବିଆଇଟିଡିଏ ଅଭିବୃଦ୍ଧି ଏବଂ ଆର୍ôଥକ ବର୍ଷ ୨୦୨୨-୨୩ରେ ବର୍ଗଫୁଟ ପିଛା ସର୍ବୋଚ୍ଚ ରାଜସ୍ୱ ହାସଲ କରିଛି ଯାହା ଭାରତର ପ୍ରମୁଖ ସଂଗଠିତ ଗହଣା କମ୍ପାନୀମାନଙ୍କ ମଧ୍ୟରେ ସର୍ବାଧିକ ।
କମ୍ପାନି ଏହାର ଷ୍ଟୋର୍ ସଂଖ୍ୟା ୩୩ଟି ଷ୍ଟୋରକୁ ବିସ୍ତାର କରିଛି ଯେଉଁଥିରେ ମହାରାଷ୍ଟ୍ର ଏବଂ ଗୋଆର ୧୮ଟି ସହରରେ ୩୨ଟି ଷ୍ଟୋର ଏବଂ ଆମେରିକାର ଗୋଟିଏ ଷ୍ଟୋର ରହିଛି ଯାହା ୯୫,୮୮୫ ବର୍ଗଫୁଟରେ ବ୍ୟାପିଛି । ଫ୍ରାଚାଂଇଜ ମାଲିକାନାରେ ଥିବା ଏବଂ କମ୍ପାନି ପରିଚାଳିତ (“ଫୋକୋ”) ମଡେଲରେ ୨୩ଟି ଷ୍ଟୋର ଏବଂ ୧୦ଟି ଫ୍ରାଂଚାଇଜ ଷ୍ଟୋର ରହିଛି ଯାହା କମ୍ପାନି ଦ୍ୱାରା ପରିଚାଳିତ ହେଉଛି ।

Share

Leave a Reply

Your email address will not be published. Required fields are marked *

five × 4 =