ଲେ ଟ୍ରାଭେନ୍ୟୁସ୍ ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ସେବି ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଲେ ଟ୍ରାଭେନ୍ୟୁସ୍‌୍ ଟେକ୍ନୋଲୋଜି ଲିିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ କମ୍ପାନି ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି । କଂପାନି ୧୨୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲ୍ ଅଂଶଧନକାରୀମାନେ ୬୬,୬୭୭,୬୭୪ ଇକ୍ୱିଟି ସେୟାର ବିକ୍ରି କରିବେ ।
ଲେ ଟ୍ରାଭେନ୍ୟୁସ୍‌୍ ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଇକ୍ସିଗୋ ବ୍ରାଣ୍ଡ୍ ଦ୍ୱାରା ପରିଚାଳିତ ହେଉଛି । କମ୍ପାନି ଇକ୍ସିଗୋ ଫ୍ଲାଇଟ୍‌ସ, ଇକ୍ସିଗୋ ଟ୍ରେନ୍‌ସ ଓ କନ୍‌ଫର୍ମଟିକେଟି ଓ ଅଭିବସ୍ ଭଳି ଆପ୍ ପରିଚାଳନା କରୁଛି । କମ୍ପାନି ପକ୍ଷରୁ ବିମାନ, ଟ୍ରେନ, ବସ୍ ଓ ହୋଟେଲ୍ ଯାତ୍ରୀମାନଙ୍କ ଆବଶ୍ୟକତାକୁ ପୂରଣ କରାଯାଉଛି ।
ଏହି ଅଫରରୁ ଯେଉଁ ପାଣ୍ଠି ମିଳିବ କମ୍ପାନି ତାହାକୁ ୧.କମ୍ପାନିର ଆଂଶିକ କାର୍ଯ୍ୟକାରୀ ପୁଂଜି ଆବଶ୍ୟକତା ପୂରଣ କରିବା, ୨. କ୍ଲାଉଡ୍ ଭିତିଭୂମି ଓ ପ୍ରଯୁକ୍ତିରେ ନିବେଶ କରିବ, ୩. ଅଧିଗ୍ରହଣ ଜରିଆରେ ଅଭିବୃଦ୍ଧି ବଢ଼ାଇବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।
ଅଫର୍ ଫର୍ ସେଲ୍‌ରେ ଏସ୍‌ଏଆଇଏଫ୍ ପାଟନର୍ସ ଇଣ୍ଡିଆ-୪ ଲିମିଟେଡ୍ ପକ୍ଷରୁ ୧୯,୪୩୭,୪୬୫ ଇକ୍ୱିଟି ସେୟାର, ପିକ୍ ଏକ୍ସଭି ପାର୍ଟନର୍ସ ଇନଭେଷ୍ଟମେଂଟ୍ ଭି ୧୩,୦୨୪,୦୦୦ ଇକ୍ୱିଟି ସେୟାର, ଆଲୋକ ବାଜପେୟୀ ୧୧,୯୫୦,୦୦୦ ଇକ୍ୱିଟି ସେୟାର, ରଜନୀଶ କୁମାର ୧୧,୯୫୦,୦୦୦ ଇକ୍ୱିଟି ସେୟାର, ମାଇକ୍ରୋମ୍ୟାକ୍ସ ଇନଫର୍ମେଟିକ୍ସ ଲିମିଟେଡ୍ ୫,୪୮୬,୮୯୩ ଇକ୍ୱିଟି ସେୟାର, ପ୍ଲାସିଡ୍ ହୋଲ୍‌ଡିଂସ୍ ୩,୦୪୮,୩୭୫ ଇକ୍ୱିଟି ସେୟାର, କାଟାଲିଷ୍ଟ୍ ଟ୍ରଷ୍ଟିସିପ୍ ଲିମିଟେଡ୍ ୧,୩୩୩,୫୧୩ ଇକ୍ୱିଟି ସେୟାର ଓ ମାଡିସନ୍ ଇଣ୍ଡିଆ କ୍ୟାପିଟାଲ୍ ଏଚ୍‌ସି ୪୪୭,୪୨୮ ଇକ୍ୱିଟି ସେୟାର ବିକ୍ରି କରିବେ ।
କମ୍ପାନି ଏହାର ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

five − five =