ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପରିସରରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୩୨୬ ୟୁନିଟ୍ ରକ୍ତ ସଂଗ୍ରହ

ନରେନ୍ଦ୍ରପୁର: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପରିସରରେ ଅଗଷ୍ଟ ୯, ୨୦୨୩ରେ ଏକ ସ୍ୱତନ୍ତ୍ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ମହତ୍ ଉଦ୍ଦେଶ୍ୟ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଟିଏସ୍‌ଏମ୍ ର କର୍ମଚାରୀ, କର୍ମଚାରୀଙ୍କ ପରିବାର ସଦସ୍ୟ ଓ ଠିକା କର୍ମଚାରୀମାନେ ଆଗେଇ ଆସିଥିଲେ । ଏହି ଶିବିରରେ ମୋଟ ୩୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଟିଏସ୍‌ଏମ୍ ର ସେୟାରଡ୍ ସର୍ଭିସେସ୍ ଚିଫ୍ ବେଦ ପ୍ରକାଶ ଠାକୁର, ସୁରକ୍ଷା ବିଭାଗ ମୁଖ୍ୟ ଅଗମ କୁମାର, ପାୱାର ସିଷ୍ଟମ୍ ବିଭାଗ ମୁଖ୍ୟ ରାଜେଶ କୁମାର ଅଗ୍ରୱାଲ୍ ଓ ଅନୁଗୁଳ ଏନର୍ଜି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶୈଳେଶ ବର୍ମା ଉଦ୍‌ଘାଟନ କରିଥିବା ବେଳେ ଟିଏସ୍‌ଏମ୍‌ର ମେଡିକାଲ୍ ସେବା ବିଭାଗ କନସଲ୍‌ଟାଂଟ୍ ଡାକ୍ତର ଆଶିଷ ମହାପାତ୍ର ଓ ଡାକ୍ତର ଅବିନାଶ ଦାଶ ଉପସ୍ଥିତ ଥିଲେ ।
ଢେଙ୍କାନାଳ ବ୍ଲଡ୍ ବ୍ୟାଙ୍କର ଇନ୍‌-ଚାର୍ଜ ଡାକ୍ତର ଜୟ ନାରାୟଣ ପାଢ଼ୀଙ୍କ ନେତୃତ୍ୱରେ ଢେଙ୍କାନାଳ ରକ୍ତ ଭଣ୍ଡାରର ସହାୟକ କର୍ମଚାରୀ ଏବଂ ସମ୍ବାଦ ଗ୍ରୁପ୍‌ର ଆମ ଓଡ଼ିଶା ସଦସ୍ୟଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ରକ୍ତ ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଟିଏସ୍‌ଏମ୍ ର ମେଡିକାଲ୍ ସେବା ବିଭାଗ ସଂଯୋଜନା କରିଥିଲେ ।
ରକ୍ତାଦାତାମାନେ ରକ୍ତଦାନ କରିବା ଲାଗି ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଗତବର୍ଷ ମଧ୍ୟ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଆୟୋଜିତ ସମାନ ଧରଣର ଶିବିରରେ ୨୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

1 + 13 =