ସୋନି ଇଣ୍ଡିଆ ପକ୍ଷରୁ ନୂଆ କାର୍ ଏଭି ରିସିଭର୍ ଏକ୍ସଏଭି-ଏଏକ୍ସ୮୫୦୦ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ କାର୍ ଏଭି ରିସିଭର ଏକ୍ସଏଭି-ଏଏକ୍ସ୮୫୦୦କୁ ଉନ୍ମୋଚନ କରାଯାଇଛି । ଏଥିରେ ରହିଛି ହାଇ-ଡେଫିନେସନ୍ କାପାସିଟିଭ୍ ୧୦.୧ ଇଂଚ୍ ଟଚ୍‌ସ୍କ୍ରିନ୍ ଯେଉଁଥିରେ ଗ୍ୟାପ୍‌ଲେସ୍ ଆଂଟି ଗ୍ଲେୟାର ଡିସ୍‌ପ୍ଲେ ସୁବିଧା ରହିଛି । ଆପଲ୍ କାର୍‌ପ୍ଲେ ଓ ଆଣ୍ଡ୍ରଏଡ୍ ଅଟୋ ସହ ଓୟାରଲେସ୍ ସ୍ମାର୍ଟଫୋନ୍ କନଭର୍ସନ, ଏଚ୍‌ଡିଏମ୍‌ଆଇ ସଂଯୋଗ ସୁବିଧା ବି ରହିଛି । ଏହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଅଡିଓ ଓ ଭିଜୁଆଲ୍ ଅନୁଭୂତିକୁ ବଢ଼ାଇବ ।
ଏଥିରେ ଥିବା ଏଚ୍‌ଡିଏଫ୍‌ଆଇ ସଂଯୋଗ ଯୋଗୁଁ ବାହ୍ୟ ଅଡିଓ ଓ ଭିଜୁଆଲ୍ ଉତ୍ସକୁ ସେଥିରେ ଯୋଡ଼ିହେବ । କାର୍ ପାର୍କିଂରେ ଥିବା ସମୟରେ ତାହାକୁ ବ୍ୟବହାର କରି ପସନ୍ଦର ବିଷୟବସ୍ତୁ ଦେଖିହେବ । ଯେକୌଣସି କୋଣରୁ ସୁବିଧାରେ ଦେଖିବା ଲାଗି ଏଥିରେ ଆଡ୍‌ଜଷ୍ଟ୍ ହୋଇପାରୁଥିବା ଟିଲ୍ଟ ଆଣ୍ଡ୍ ସ୍ୱିଭେଲ୍ ବ୍ୟବସ୍ତା ରହିଛି । ଏହାକୁ ମାଇନସ୍ ୧୫ ଡିଗ୍ରି ଓ ପ୍ଲସ୍ ୧୫ ଡିଗ୍ରି ପର୍ଯ୍ୟନ୍ତ ଆଡ୍‌ଜଷ୍ଟ୍ କରିହେବ । ଏହାକୁ ତଳ ଉପର ଏବଂ ବାମ ଓ ଡାହାଣକୁ ମଧ୍ୟ ବୁଲାଇ ହେବ । ସେଥିପାଇଁ କୌଣସି ଟୁଲ୍ ଦରକାର ପଡ଼ିବନି ।
ବ୍ୟବହାରକାରୀମାନେ ନିଜକୁ ସୁହାଇବାଭଳି ଅଡିଓ ଅନୁଭୂତି ହାସଲ କରିପାରିବ । ସେଥିପାଇଁ ସ୍ୱତନ୍ତ୍ର କଷ୍ଟମାଇଜେସନ୍ ସୁବିଧା ରହିଛି । ଅତୁଳନୀୟ ସାଉଣ୍ଡ୍ ମାନ ପ୍ରଦାନ କରିବା ଲାଗି ଏଥିରେ ରହିଛି ଏଲ୍‌ଡିଏସି ପ୍ରଯୁକ୍ତି । ଗ୍ରାହକମାନେ ବ୍ଲୁ ଟୁଥ୍ ଓୟାରଲେସ୍ ଅଡିଓକୁ ମଧ୍ୟ ଏଥିରେ ଯୋଡ଼ିପାରିବେ ।
ପରିବେଶକୁ ନଜରରେ ରଖି ଏହାର ପ୍ୟାକେଜିଂରେ ବ୍ୟବହାର କରାଯାଇଥିବା ୯୦ ପ୍ରତିଶତ ସାମଗ୍ରୀ କାଗଜରୁ ପ୍ରସ୍ତୁତ କରାଯାଇଛି । ପ୍ରିଂଟର କାଳି ବ୍ୟବହାରକୁ କମ୍ କରିବା ଲାଗି ମଧ୍ୟ ଧ୍ୟାନ ଦିଆଯାଇଛି । ଏଥିରେ ଶୀଘ୍ର ୱେକ୍ ଅପ୍‌, ୩ କ୍ୟାମେରା ଟ୍ରିଗର ଇନ୍‌ପୁଟ୍‌, ୟୁଏସ୍‌ବି ଟାଇପ୍‌-ସି ପୋର୍ଟ, ଏର୍ଗୋନୋମିକ୍ ଡିଜାଇନ୍ ସହିତ ସହଜରେ ନିୟନ୍ତ୍ରଣ କରାଯାଇପାରୁଥିବା ବଟନ୍ ଏବଂ ସହଜରେ ସ୍ଥାପନ ପାଇଁ ଗୋଟିଏ-ଡିଆଇଏନ୍ ବିଶିଷ୍ଟ ଚେଚିସ୍ ରହିଛି ।
ଦେଶର ଅଗ୍ରଣୀ ପ୍ରିମିୟମ୍ କାର୍ ଡିଲର୍‌ସିପ୍‌ଗୁଡ଼ିକରେ ସୋନିର ଏକ୍ସଏଭି-ଏଏକ୍ସ୮୫୦୦ ଫେବ୍ରୁଆରି ୨୦, ୨୦୨୪ରୁ ଉପଲବ୍ଧ ହେବ । ଏହାର ମୂଲ୍ୟ ୯୯,୯୯୦ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

sixteen − 4 =