ମିରାନା ଟୟେସ୍‌, ଆଭିମି ହର୍ବାଲ୍‌, ପରଫୋରା ଆମାଜନର ପ୍ରପେଲ୍ ଷ୍ଟାର୍ଟଅପ୍ ଆସେଲରେଟର ସିଜନ୍‌-୩ର ବିଜେତା ଘୋଷିତ

ବିଜେତାମାନଙ୍କୁ ଆମାଜନ ତରଫରୁ ୧୦୦,୦୦୦ ଡଲାର ଇକ୍ୱିଟି ମୁକ୍ତ ଅନୁଦାନ
ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଆଜି ଆମାଜନ ଗ୍ଲୋବାଲ୍ ସେଲିଂ ପ୍ରପେଲ୍ ଷ୍ଟାର୍ଟଅପ୍ ଆସେଲରେଟର (ପ୍ରୋପେଲ୍ ଆସେଲରେଟର) ସିଜନ୍‌-୩ର ବିଜେତା ଭାବେ ମିରାନା ଟୟେସ୍‌, ଆଭିମି ହର୍ବାଲ୍‌, ପରଫୋରାର ନାମ ଘୋଷଣା କରାଯାଇଛି । ବିଜେତାମାନେ ଆମାଜନଠାରୁ ୧୦୦,୦୦୦ ଡଲାରର ଇକ୍ୱିଟି ମୁକ୍ତ ଅନୁଦାନ ପାଇବେ । ଭେଂଚର କ୍ୟାପିଟାଲ୍ ସଂସ୍ଥା ଆସେଲ, ଆମାଜନ ସମ୍ଭବ ଭେଂଚର ଫଣ୍ଡ, ଡିଏସ୍‌ଜି କଂଜ୍ୟୁମର ପାର୍ଟନର୍ସ, ଫାୟାରସାଇଡ୍ ଭେଂଚର୍ସ, ପିକ୍ ଏକ୍ସଭି, ଭି୩ ଭେଂଚର୍ସ ଓ ରାଜସ୍ୱ ଭିତିକ ଫାଇନାନ୍ସ ସଂସ୍ଥା କ୍ଲବ୍ ଓ ଭେଲୋସିଟି ସହଯୋଗରେ ୨୦୨୩ ମାର୍ଚ୍ଚରେ ପ୍ରପେଲ୍ ଆସେଲରେଟର ସିଜନ-୩ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ତୃତୀୟ ସିଜନ୍‌ରେ ସାରା ଭାରତର ୧୪୦ଟି ସହରରୁ ୧୨୦୦ରୁ ଅଧିକ ଷ୍ଟାର୍ଟଅପ୍ ଆବେଦନ କରିଥିଲେ । ସେମାନଙ୍କ ଭିତରୁ ଜିଭା, ମୋକୋବାରା, ଓପନ୍ ସିକ୍ରେଟ୍ ଭଳି ୪୭ ଷ୍ଟାର୍ଟଅପ୍‌କୁ ଫାଇନାଲିଷ୍ଟ୍ ଭାବେ ଚୟନ କରାଯାଇଥିଲା । ସମସ୍ତ ବିଜେତା ଓ ଫାଇନାଲିଷ୍ଟ୍ ୧ ନିୟୁତ ଡଲାର ଏଡବ୍ଲୁଏସ୍ ଆକ୍ଟିଭେଟ୍ କ୍ରେଡିଟ୍ ହାସଲ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ୮-ସପ୍ତାହ ଆସେଲରେଟର ସାମିଲ ଥିଲା ଯେଉଁଥିରେ ଭାରତ ଓ ସାରା ବିଶ୍ୱରୁ ଆମାଜନର ଲିଡର ମାନେ ଯୋଗ ଦେଇ କର୍ମଶାଳା, ମେଂଟରସିପ୍ ଆଦି ଆୟୋଜନ କରିଥିଲେ । ପ୍ରଥମ ଥର ପାଇଁ ସିଜନ୍‌-୩ରେ ବୁଟ୍‌କ୍ୟାମ୍ପ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ଷ୍ଟାର୍ଟଅପ୍‌ଗୁଡ଼ିକ ଆମାଜନ ପାଇଁ ଉତ୍ପାଦକୁ ଉନ୍ମୋଚନ କରିିଥିଲେ । ସେମାନଙ୍କୁ ଉତ୍ପାଦ ବର୍ଗ ଓ ବିଜ୍ଞାପନ ସହାୟତା ପାଇଁ ଆମାଜନ ଆକାଉଂଟ୍ ଟିମ୍ ତରଫରୁ ମାର୍ଗଦର୍ଶନ ମିଳିଥିଲା ।
ବିବିଧ ଶୃଙ୍ଖଳାକୁ ନେଇ ଗଠିତ କମିଟି ଶ୍ରେଷ୍ଠ ୧୦ ଫାଇନାଲିଷ୍ଟ ଚୟନ କରିଥିଲେ । ଫାୟାରସାଇଡ୍ ଭେଂଚର୍ସର ପ୍ରୟାଗ ମହାନ୍ତି ଭି୩ ଭେଂଚର୍ସର ଅଭିରାମ ଭାଲେରାଓ, ଆମାଜନ ସମ୍ଭବ ଭେଂଚର ଫଣ୍ଡ୍‌ର ପ୍ରିତମ୍ ଏନ୍‌, ପିକ୍ ଏକ୍ସଭିର ଶ୍ରେୟାଂଶ ଠାକୁର, ଡିଏସ୍‌ଜି କଂଜ୍ୟୁମର ପାର୍ଟନର୍ସର ପୂଜା ଶ୍ରୀରାଲିଙ୍କୁ ନେଇ ଗଠିତ ବିବିଧ ଶୃଙ୍ଖଳାର ଜୁରୀ କରିବା ସାମ୍ନାରେ ସେମାନେ ନିଜ ଆଇଡିଆ ପିଚ୍ କରିବାର ସୁଯୋଗ ପାଇଥିଲେ । ବିଭିନ୍ନ ମାନଦଣ୍ଡ ଆଧାରରେ ଅନୁଶୀଳନ କରି ବିଚାରକ ମଣ୍ଡଳୀ ତରଫରୁ ମିରାନା ଟୟେସ୍‌, ଆଭିମି ହର୍ବାଲ୍‌, ପରଫୋରାକୁ ବିଜେତା ଘୋଷଣା କରାଯାଇଛି ।
ଏହି ଅବସରରେ ଆମାଜନ ଇଣ୍ଡିଆର ଗ୍ଲୋବାଲ୍ ଟ୍ରେଡ୍ ନିର୍ଦ୍ଦେଶକ ଭୂପେନ ୱାକାଙ୍କର କହିଛନ୍ତି ଯେ, “ମୁଁ ପ୍ରପେଲ୍ ଆସେଲେରେଟର ସିଜନ-୩ର ସମସ୍ତ ବିଜେତା ଏବଂ ଫାଇନାଲିଷ୍ଟମାନଙ୍କୁ ଅଭିନନ୍ଦନ ଜଣାଉଛି । ଏଭଳି ଉଦ୍ୟୋଗୀ ମନୋଭାବ, ଅଭିନବତା ଏବଂ ଦେଶର ବିଭିନ୍ନ ପ୍ରାନ୍ତରେ ଷ୍ଟାର୍ଟଅପ୍‌ରୁ ବିଶ୍ୱସ୍ତରୀୟ ବ୍ରାଣ୍ଡ ନିର୍ମାଣ କରିବାର ଅଭିଳାଷ ଦେଖି ଖୁସି ଲାଗୁଛି । ଏହା ଭାରତୀୟ କ୍ଷୁଦ୍ର ବ୍ୟବସାୟ ଏବଂ ଡି୨ସି ବ୍ରାଣ୍ଡ ମଧ୍ୟରେ ଇ-କମର୍ସ ରପ୍ତାନିକୁ ଦ୍ରୁତ ଗତିରେ ଗ୍ରହଣ କରିବାର ପ୍ରମାଣ । ଭାରତରୁ ବିଶ୍ୱସ୍ତରୀୟ ବ୍ରାଣ୍ଡ ତିଆରି କରିବା ପାଇଁ ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ଏକ ସ୍ପ୍ରିଂବୋର୍ଡ ତିଆରି କରିବାରେ ସହଯୋଗ କରିଥିବାରୁ ମୁଁ ଆମର ସମସ୍ତ ଅଂଶୀଦାରମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଛି । । ଆମେ ସବୁ ଆକାରର ବ୍ୟବସାୟ ସହିତ କାମ ଜାରି ରଖିବୁ, ସେମାନଙ୍କ ଉତ୍ପାଦକୁ ସାରା ବିଶ୍ୱର ଗ୍ରାହକଙ୍କ ପାଖରେ ପହଂଚଇବାରେ ସାହାଯ୍ୟ କରିବୁ ଏବଂ ୨୦୨୫ ସୁଦ୍ଧା ଭାରତରୁ ମୋଟ ଇ-କମର୍ସ ରପ୍ତାନିରେ ୨୦ ବିଲିୟନ ଡଲାର କରିବାରେ ସକ୍ଷମ କରିବୁ ।”
ପ୍ରପେଲ ଆସେଲରେଟର ସିଜନ-୩ର ଦେବାଂଶ ଶର୍ମା, ମିରାନା ଟୟେସ୍‌ର ସହ-ପ୍ରତିଷ୍ଠାତା କହିଛନ୍ତି ଯେ, “\”ଆମେ ସର୍ବଦା ବିଶ୍ୱାସ କରୁଥିଲୁ ଯେ ଆମର ଉତ୍ପାଦଗୁଡିକ ବିଶ୍ୱବ୍ୟାପୀ ଗ୍ରାହକମାନଙ୍କ ସହିତ ଭଲ ଭାବରେ ପ୍ରତିଫଳିତ ହେବ ଯାହା ଆମର ବ୍ୟବସାୟ ରଣନୀତିର ଏକ ଅବିଚ୍ଛେଦ୍ୟ ଦିଗରେ ପରିଣତ କରିବ । ଆମ ପାଇଁ ଏହି ଯାତ୍ରାକୁ ସୁବ୍ୟବସ୍ଥିତ ଏବଂ ତ୍ୱରାନ୍ୱିତ କରିବା ପାଇଁ ପ୍ରପେଲ୍ ଆସେଲରେଟର କାର୍ଯ୍ୟକ୍ରମ ସଠିକ୍ ସମୟରେ ଆସିଥିଲା । ବିଗତ କିଛି ମାସ ମଧ୍ୟରେ, ଆମେ ଶିଳ୍ପର ଲିଡର, ଉଦ୍ୟୋଗୀ ଏବଂ ସହକର୍ମୀମାନଙ୍କ ସହିତ ଯୋଡ଼ିହେବା, ଏକ ବିଶ୍ୱସ୍ତରୀୟ ବ୍ୟବସାୟ ପ୍ରତିଷ୍ଠା କରିବାର ଜଟିଳତା, ବିବିଧ ବିଶ୍ୱସ୍ତରୀୟ ଗ୍ରାହକଙ୍କ ପସନ୍ଦ, ବିଶ୍ୱବ୍ୟାପୀ ସିଧାସଳଖ ଗ୍ରାହକଙ୍କ ପାଖରେ ପହଂଚିବା (ଡି୨ସି)ର ଲାଭ ଏବଂ ଆହୁରି ଅନେକ ବିଷୟରେ ଅମୂଲ୍ୟ ଜ୍ଞାନ ହାସଲ କରିବା ପାଇଁ ଅନେକ ସୁଯୋଗ ପାଇଛୁ ।”

Share

Leave a Reply

Your email address will not be published. Required fields are marked *

14 − five =