ଇଣ୍ଡିଆ ସେଲ୍‌ଟର ଫାଇନାନ୍ସ କର୍ପୋରେସନ ଲିମିଟେଡ୍ ପକ୍ଷରୁ ୧୮୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଗୁରୁଗ୍ରାମର ରିଟେଲ୍ ଉପରେ ଗୁରୁତ୍ୱାରୋପ କରୁଥିବା ସୁଲଭ ହାଉସିଂ ଫାଇନାନ୍ସ କଂପାନି ଇଣ୍ଡିଆ ସେଲ୍‌ଟର ଫାଇନାନ୍ସ କର୍ପୋରେସନ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କଂପାନି ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)ରେ ଇକ୍ୱିଟି ସେୟାର ଜାରି କରି ୧୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିବାକୁ ଯୋଜନା ରଖିଛି । ଏଥିରେ ସାମିଲ ରହିଛି ୧୦୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଓ ୮୦୦ କୋଟି ଟଙ୍କାର ଅଫର ଫର୍ ସେଲ୍ ।
ଏହି ଇସ୍ୟୁରୁ ସଂଗୃହୀତ ହେବାକୁ ଥିବା ଅର୍ଥରାଶିକୁ କଂପାନି ପକ୍ଷରୁ ଭବିଷ୍ୟତର ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ରେ କାଟାଲିଷ୍ଟ୍ ଟ୍ରଷ୍ଟିସିପ୍ ଲିମିଟେଡ୍ ୪୯ ନିୟୁତ ଟଙ୍କା ଇକ୍ୱିଟି ସେୟାର, ମାଡିସନ୍ ଇଣ୍ଡିଆ ଅପର୍ଚୁନିଟିଜ୍‌ର ୨,୯୪୫ ନିୟୁତ ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ମିଓ ଷ୍ଟାର୍‌ରକ୍‌ର ୭୮୪ ନିୟୁତ ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ନେକ୍ସସ୍ ଭେଂଚର୍ସ ୩ ଲିମିଟେଡ୍‌ର ୧,୩୭୨ ନିୟୁତ ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ନେକ୍ସସ୍ ଅପର୍ଚୁନିଟି ଫଣ୍ଡ୍ ୨ର ୨୨୦୫.୬୮ ନିୟୁତ ଟଙ୍କାର ଇକ୍ୱିଟି, ନେକ୍ସସ୍ ଅପର୍ଚୁନିଟି ଫଣ୍ଡ୍ ୨ର ୬୪୪.୩୨ ନିୟୁତ ଟଙ୍କାର ଇକ୍ୱିଟି ସେୟାର ସାମିଲ ରହିଛି ।
ଏହି ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବ ଦିଆଯାଇଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କଂପାନି ଲିମିଟେଡ୍‌, ଆମ୍ବିଟ୍ ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

9 − two =