ଚୀନରେ ଓଡ଼ିଶାର ରୋଡ଼ ଶୋ

ଭୁବନେଶ୍ବର () ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଶିଳ୍ପୋଦ୍ୟୋଗୀମାନଙ୍କୁ ନେଇ ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜିନିବେଶର ଅଭିବୃଦ୍ଧି ଲକ୍ଷ୍ୟ ନେଇ ଚୀନର ଗ୍ବାଙ୍ଗଝାଓ ଠାରେ ଏକ ରୋଡ଼୍‌ ଶୋ ର ଆୟୋଜନ କରିଛନ୍ତି । ଏହି ରୋଡ଼ ଶୋ ମାଧ୍ୟମରେ ଚୀନରେ ଡ଼ାଙ୍ଗୱାଂ ଠାରେ ପ୍ରତିଷ୍ଠିତ ନାଇନ୍‌ ଡ଼୍ରାଗନ ପେପର (ହୋଲଡ଼ିଂ) କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଆୟୋଜିତ ରୋଡ଼ ଶୋରେ ଚୀନର ବହୁ ସଂଖ୍ୟକ ଶିଳ୍ପୋଦ୍ୟୋଗୀ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ ମିଶ୍ର କହିଥିଲେ ଯେ ଭାରତ ଏବଂ ଚୀନର ସମ୍ପର୍କ ବହୁ ପୁରାତନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ରାଜ୍ୟରେ ବହୁ ପ୍ରଗତି ଘଟିଛି ଏବଂ ବର୍ତ୍ତମାନ ଉନ୍ନତ ଭିତ୍ତିଭୂମି ଏବଂ ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ଓଡ଼ିଶାରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ମନ୍ତ୍ରୀ ଶ୍ରୀ ମିଶ୍ର ଚୀନ୍‌ର ଶିଳ୍ପୋଦ୍ୟୋଗୀମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିବା ସହ ଶିଳ୍ପ ପ୍ରତିଷ୍ଠା ଦିଗରେ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ ।

ଇପିକଲର ପରିଚାଳନା ନିର୍ଦ୍ଦେଶକ ତଥା ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ନୀତିନ ଜୱାଲେ ଓଡ଼ିଶାରେ ପୁଞ୍ଜିନିବେଶ ଦିଗରେ ଅନୁକୂଳ ବାତାବରଣ ସହ ପର୍ଯ୍ୟାପ୍ତ ସୁଯୋଗ ମହଜୁଦ ରହିଥିବା କଥା ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ ଚୀନ୍‌ର ଶିଳ୍ପୋଦ୍ୟୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କର ସନ୍ଦେହ ଦୂର କରିଥିଲେ । ମୋବାଇଲ ଫୋନରେ ବ୍ୟବହୃତ ହେଉଥିବା ଫନିକ୍ସ ବ୍ୟାଟେରୀ ଆଦି ଚୀନର ବିଭିନ୍ନ ଶିଳ୍ପୋଦ୍ୟୋଗୀମାନଙ୍କୁ ଓଡ଼ିଶାରେ ଉଦ୍ୟୋଗ ପ୍ରତିଷ୍ଠା କରିବା ଦିଗରେ ଆକୃଷ୍ଟ କରିପାରିଥିଲା ।

Share

Leave a Reply

Your email address will not be published. Required fields are marked *

four × two =