ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ଦୁଃଖଦ ଦେହାନ୍ତ ସମ୍ପର୍କରେ ଟାଟା ପାୱାରର ପ୍ରତିକ୍ରିୟା

ବ୍ରହ୍ମପୁର: ଆମର ସମର୍ପିତ ବିଜନେସ ଆସୋସିଏଟସ (ବିଏ) ମିଟର ରିଡର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ଘଟିଥିବା ଦୁଃଖଦ ଘଟଣାକୁ ନେଇ ଆମେ ଗଭୀର ଭାବେ ମର୍ମାହତ । ଭଞ୍ଜନଗର ସର୍କଲର ତାରାସିଂହ ପୋଲିସ ଷ୍ଟେସନ ଅନ୍ତର୍ଗତ କୁପାଟି ଗ୍ରାମରେ ଡ୍ୟୁଟି (କର୍ତବ୍ୟ ପାଳନ) କରୁଥିବା ବେଳେ ଶ୍ରୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ପ୍ରାଣ ହରାଇଛନ୍ତି । ଏହି କଠିନ ସମୟରେ ଶ୍ରୀ ତ୍ରିପାଠୀଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ଆମେ ଗଭୀର ସମବେଦନା ଜଣାଉଛୁ ।
ଅଭିଯୁକ୍ତଙ୍କୁ ଧରିବା ଲାଗି କର୍ତୃପକ୍ଷ ଅକ୍ଳାନ୍ତ ପରିଶ୍ରମ କରୁଥିବା ବେଳେ ସେମାନଙ୍କ ସହିତ ଆମେ ଠିଆ ହୋଇରହିଛୁ । ଆମ ଆଭ୍ୟନ୍ତରୀଣ ସମୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ ଘଟଣା ସହ ଜଡ଼ିତ ଅଭିଯୁକ୍ତଙ୍କ କୌଣସି ପ୍ରକାର ବିଲ୍ ସମ୍ପର୍କିତ ସମସ୍ୟା ନଥିଲା ।
ଆମ କର୍ମଚାରୀ ଓ ବିଜନେସ୍ ଆସୋସିଏଟ୍‌ଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ଲାଗି ଆମେ ସ୍ଥାନୀୟ ସମ୍ପ୍ରଦାୟ ଓ କର୍ତୃପକ୍ଷଙ୍କ ସହ ପ୍ରତ୍ୟକ୍ଷ ସହଯୋଗ ରକ୍ଷା କରିଛୁ । ଆମେ ଦୋହରାଇବାକୁ ଚାହୁଛୁ ଯେ ଆମ ସହଯୋଗୀଙ୍କ ସୁରକ୍ଷା ଓ ନିରାପତା ହେଉଛି ସର୍ବୋଚ୍ଚ ଗୁରୁତ୍ୱପୂର୍ଣ୍ଣ ଏବଂ ଟିପିଏସ୍‌ଓଡିଏଲ୍ ସେଥିରେ କେବେ ସାଲିସ କରେନାହିଁ । ଶ୍ରୀ ତ୍ରିପାଠୀଙ୍କ ସମର୍ପଣ ଓ ପ୍ରତିବଦ୍ଧତା ତାଙ୍କୁ ଆମ ଟିମ୍‌ର ଜଣେ ମୂଲ୍ୟବାନ ସସଦ୍ୟ କରିଥିବା ବେଳେ ସେ ଆମ ସମସ୍ତଙ୍କ ମଧ୍ୟରେ ଏକ ଅଲିଭା ଛାପ ଛାଡ଼ିଯାଇଛନ୍ତି । ଦୁଃଖର ଏହି ସମୟରେ ଶ୍ରୀ ତ୍ରିପାଠୀଙ୍କ ପରିବାର ଗୋପନୀୟତା ପ୍ରତି ସମ୍ମାନ ଜଣାଇବାକୁ ଆମେ ଦୟାକରି ଅନୁରୋଧ କରୁଛୁ । ପରେ ଉପଯୋଗୀ ସୂଚନା ଆସିବା ସହ ଆମେ ତାହା ସୂଚିତ କରିବୁ ।

Share

Leave a Reply

Your email address will not be published. Required fields are marked *

three × 1 =