ନିଷ୍ଠାପର ଉପଭୋକ୍ତାଙ୍କ ସ୍ୱାର୍ଥର ସୁରକ୍ଷା ଓ ବିଦ୍ୟୁତ ଭରସାଯୋଗ୍ୟତାରେ ଉନ୍ନତି ପାଇଁ ଉତ୍ସର୍ଗୀକୃତ ପଦକ୍ଷେପ

ଭୁବନେଶ୍ୱର: ଟିପିସିଓଡିଏଲ୍ ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରି ବିଶ୍ୱାସର ସହ ଆଗକୁ ବଢ଼ୁଛି । ଭିତିଭୂମିର ସୁଦୃଢ଼ୀକରଣ, ନୂଆ ପ୍ରଯୁକ୍ତି ଗ୍ରହଣ କରିବା ଏବଂ ଗ୍ରାହକ ସେବା ମାନରେ ଉନ୍ନତି ଆଣିବା ଆଦିରେ ତାହା ପ୍ରତିଫଳିତ ହୋଇଛି । ସମସ୍ତଙ୍କ ପାଇଁ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି । ଭିତିଭୂମିରେ ଉନ୍ନତୀକରଣରେ ଉଲ୍ଲେଖନୀୟ ନିବେଶ କରାଯାଇଛି । ତଥାପି ଏକ ଆହ୍ୱାନ ଜାରି ରହିଛି । କିଛି ଲୋକ ବିଦ୍ୟୁତ ଚୋରିରେ ଲିପ୍ତ ରହିଛନ୍ତି ଯାହାର ପ୍ରଭାବରେ ଟିପିସିଓଡିଏଲ୍ ଓ ନିଷ୍ଠାବାନ ଗ୍ରାହକ କ୍ଷତି ସହୁଛନ୍ତି ।
ନିଷ୍ଠାପର ଗ୍ରାହକଙ୍କ ଅଧିକାରର ସୁରକ୍ଷା କରିବା ଏବଂ ବେଆଇନ ସଂଯୋଗ ବିଚ୍ଛିନ୍ନ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ଅଭିଯାନ ହାତକୁ ନିଆଯାଇଛି । ବେଆଇନ ସଂଯୋଗ ଚିହ୍ନଟ ଓ ବିଚ୍ଛିନ୍ନ କରିବା ପାଇଁ ଯଥାର୍ଥ ଉଦ୍ୟମ କରାଯିବା ସହ ଯେଉଁମାନେ ସଠିକ୍ ଭାବେ ବିଦ୍ୟୁତ ବିଲ୍ ପଇଠ କରୁଛନ୍ତି ସେମାନଙ୍କ ପାଖରେ ନିରବଚ୍ଛିନ୍ନ ବିଦ୍ୟୁତ ପହଂଚାଇବାକୁ ସୁନିଶ୍ଚିତ କରାଯାଉଛି । ବିଦ୍ୟୁତ ମିଟର ଓ ଓୟାରିଂର ଯାଂଚ କରିବା ସହ ଭୁଲ କାମ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟିପିସିଓଡିଏଲ୍ ପକ୍ଷରୁ ଚୋରିର ମୁକାବିଲା କରାଯାଉଥିବା ବେଳେ ବିଦ୍ୟୁତ କ୍ଷତି ହ୍ରାସ କରାଯାଉଛି । ସାମଗ୍ରିକ ଉଦ୍ୟମ ନିଷ୍ଟାପର ଗ୍ରାହକଙ୍କ ଆର୍ଥିକ ବୋଝକୁ ଦୂର କରିବା ସହିତ ସାମଗ୍ରିକ ଉନ୍ନତି ପ୍ରତି ମଧ୍ୟ ଯୋଗଦାନ ପ୍ରଦାନ କରିବ ।
ନିକଟରେ, ଟିପିସିଓଡିଏଲ୍‌ର ପ୍ରବର୍ତନ ଟିମ୍ ସଫଳତାର ସହ କୋଣାର୍କ ସେକ୍ସନରେ ବିଦ୍ୟୁତ ଚୋରି ଘଟଣାରେ ଜଣେ ଲୋକଙ୍କୁ ଧରାଯାଇଛି । ଏକ କ୍ଷୁଦ୍ର ଶିଳ୍ପ ବିଦ୍ୟୁତ ସଂଯୋଗ ନେଇଥିବା ସତ୍ୱେ ଏହି ବ୍ୟକ୍ତି ଜଣକ ଓୟାରିଂ ହେରଫେର କରି କୁଟିଳ କୌଶଳ ଅବଲମ୍ବନ କରିଥିଲେ । ଏହି ଘଟଣାରେ ଏକ ବିବରଣୀ ରିପୋର୍ଟ ଦାଖଲ କରିବା ସହିତ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଚୋରି କରାଯାଉଥିବା ବିଦ୍ୟୁତକୁ ଚାଉଳ ପ୍ରୋସେସିଂ ମେସିନ ଚଲାଇବା ଲାଗି ବ୍ୟବହାର କରାଯାଉଥିଲା ଯେଉଁଥିପାଇଁ ଏକ ୧୯ କିଲୋୱାଟ୍ ଲୋଡ୍‌ର ବେଆଇନ ସଂଯୋଗ ନିଆଯାଇଥିଲା । ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରି ଟିପିସିଓଡିଏଲ୍ ପକ୍ଷରୁ ଅଭିଯୁକ୍ତଙ୍କ ଉପରେ ୧.୬୯ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଥିଲା ।
ଏହି ବେଆଇନ ଅଭ୍ୟାସକୁ ନେଇ ଟିପିସିଓଡିଏଲ୍ ସଚେତନତା ବଢ଼ାଇବାକୁ ଳକ୍ଷ୍ୟ ରଖିଛି । ବିଦ୍ୟୁତ ଚୋରିଠାରୁ ଦୂରେଇ ରହିବା ଏବଂ ଏଭଳି ଘଟଣା ଦେଖିଲେ ତୁରନ୍ତ ସୂଚନା ଦେବା ଲ୍‌ାଗି କଂପାନି ପକ୍ଷରୁ ଲୋକମାନଙ୍କୁ ଆହ୍ୱାନ ଦିଆଯାଇଛି । ହ୍ୱାଟସ୍‌ଆପ୍ (୯୪୩୭୧୫୮୬୭୦), ଇମେଲ୍ (ରଦ୍ଭଲକ୍ଟକ୍ସମରଜ୍ଞରଦ୍ଭଗ୍ଧଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ) କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ ମାଧ୍ୟମରେ ସହଜରେ ଏବିଷୟରେ ଅବଗତ କରାଯାଇପାରିବ । ଘଟଣାର ଗମ୍ଭୀରତା ଅନୁସାରେ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

three × 5 =