ନୈତିକ ବିଦ୍ୟୁତ ବ୍ୟବହାରରେ ଉନ୍ନତି ଆଣି ,ଏକ ସୁରକ୍ଷିତ ଶକ୍ତି ଭବିଷ୍ୟତ ସୁନିଶ୍ଚିତ କରାଯାଉଛି

ଭୁବନେଶ୍ୱର: ବ୍ୟାପକ ଭିତିଭୂମି ବିକାଶ, ପ୍ରଯୁକ୍ତି ଉନ୍ନତୀକରଣ ଓ ଉନ୍ନତ ଗ୍ରାହକ ସେବା ଭଳି ବିିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଆଗକୁ ବଢ଼ୁଛି । ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଭିତିଭୂମିକୁ ସୁଦୃଢ଼ କରିବା ରେ ଉଲ୍ଲେଖନୀୟ ନିବେଶ କରାଯାଇଛି । ଏତେ ସବୁ ଉଦ୍ୟମ ସତ୍ୱେ ଅନୈତିକ ବିଦ୍ୟୁତ ଚୋରି ଯୋଗୁଁ କଂପାନିକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି ।
ନିଷ୍ଠାବାନ ଗ୍ରାହକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ବେଆଇନ ହୁକ ପକାଇବା ଘଟଣାକୁ ରୋକିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ଗଣ ଅଭିଯାନ କାର୍ଯ୍ୟକାରୀ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଦ୍ୱାରା ବେଆଇନ ସଂଯୋଗକୁ ବିଚ୍ଛିନ୍ନ କରାଯିବା ସହିତ ଯେଉଁମାନେ ଯଥାର୍ଥତା ସହ ପେମେଂଟ୍ କରୁଛନ୍ତି ସେମାନଙ୍କ ପାଖକୁ ବିଦ୍ୟୁତ ପହଂଚାଯାଉଛି । ବ୍ୟାପକ ମିଟର ଯାଂଚ, ଓୟାରିଂର ଅନୁଶୀଳନ ଏବଂ ଭୁଲ କାମ କରୁଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ପଦକ୍ଷେପ ଜରିଆରେ ଟିପିସିଓଡିଏଲ୍ ଚୋରିକୁ ହାସ କରିଥିବା ବେଳେ ହାରାହାରି ବୈଷୟିକ ଓ ବାଣିଜ୍ୟିକ (ଏଟିଆଣ୍ଡ୍‌ସି) କ୍ଷତିକୁ କମ୍ କରିପାରିଛି, ଫଳରେ ନିଷ୍ଠାବାନ ଗ୍ରାହକଙ୍କ ଉପରୁ ଆର୍ଥିକ ବୋଝ ହାଲୁକା କରାଯାଇପାରିଛି ।
ପୁରୀ ଡିଭିଜନରେ ପ୍ରବର୍ତନ ଟିମ୍ ପକ୍ଷରୁ ଗତ ଜୁଲାଇ ୧୩ରେ ଏକ ଘଟଣା ଚିହ୍ନଟ କରାଯାଇଥିଲା ଯେଉଁଠାରେ ବିଦ୍ୟୁତ ମିଟର ସହ ହେରଫେର ହୋଇଥିବା ଧରାପଡ଼ିବା ସହ ବିଦ୍ୟୁତ ଚୋରି ପାଇଁ ୨୭ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିଲା ।
ଏଭଳି ଅସୁରକ୍ଷୀତ ଓ ଅନୈତିକ ଅଭ୍ୟାସ ବିରୋଧରେ ସଚେତନତା ବଢ଼ାଇବା ଲକ୍ଷ୍ୟ ନେଇ ବିଦ୍ୟୁତ ଚୋରିରୁ ଦୂରେଇ ରହିବା ଏବଂ ତୁରନ୍ତ ସେଭଳି ଘଟଣା ବିଷୟରେ ଜଣାଇବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଲୋକମାନଙ୍କୁ ଆହ୍ୱାନ ଦିଆଯାଇଛି । ଏଭଳି ଘଟଣା ବିଷୟରେ ହ୍ୱାଟସ୍‌ଆପ୍ (୯୪୩୭୧୫୮୬୭୦), ଇମେଲ୍ (ରଦ୍ଭଲକ୍ଟକ୍ସମରଜ୍ଞରଦ୍ଭଗ୍ଧଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ) କିମ୍ବା ଟିପିସିଓଡିଏଲ୍‌ର ମିତ୍ର ଆପ୍ ଜରିଆରେ ସୂଚନା ପ୍ରଦାନ କରିହେବ । ଘଟଣାର ଗମ୍ଭରତାକୁ ଦୃଷ୍ଟିରେ ରଖି ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଭାରତୀୟ ବିଦ୍ୟୁତ ନିୟମ ୨୦୦୩ ଅନୁସାରେ ବିଦ୍ୟୁତ ଚୋରି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି । ଏଭଳି କାର୍ଯ୍ୟକଳାପକୁ ‘ବିଜୁଳିର ଚୋରି” ର ଆଖ୍ୟା ଦିଆଯାଇଛି ଓ ଭାରତୀୟ ବିଦ୍ୟୁତ ନିୟମ ୨୦୦୩ ର ଧାରା ୧୩୫ରେ ସେଥିପାଇଁ କଠୋର ଦଣ୍ଡବିଧାନ କରାଯାଇଛି ଯେଉଁଥିରେ ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କୁ ସମ୍ଭାବ୍ୟ ଜେଲ୍ ଭଳି ଦଣ୍ଡର ବ୍ୟବସ୍ଥା କରାଯାଇଛି ।
ନୈତିକ ବିଦ୍ୟୁତ ବ୍ୟବହାର ଓ ଏକ ସୁରକ୍ଷିତ ଶକ୍ତି ଭବିଷ୍ୟତକୁ ଆଗକୁ ବଢ଼ାଇବା ଲାଗି ଟିପିସିଓଡିଏଲ୍ ସଂକଳ୍ପବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

1 × four =