ଓଡ଼ିଶା ସରକାରଙ୍କୁ ୨୯୮ ଭାରତ ବେଞ୍ଜ ବସ୍ ଯୋଗାଇବ ପିପିଏସ୍ ମୋଟର୍ସ

ଭୁବନେଶ୍ୱର: ଲୋକେସନ ଆସେସିବଲ୍ ମଲ୍‌ଟିମୋଡାଲ ଇନିସିଏଟିଭ୍ (ଲକ୍ଷ୍ମୀ) ବସ୍ ଯୋଜନାର ଅଂଶ ସ୍ୱରୂପ ପିପିଏସ୍ ମୋଟର୍ସ ପକ୍ଷରୁ ଓଡ଼ିଶା ସରକାରଙ୍କୁ ୩୦୦ ଭାରତ ବେଞ୍ଜ ବସ୍ ଯୋଗାଇବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୩ଟି ବସ୍‌କୁ ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରୁ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି ।
ପିପିଏସ୍ ମୋଟର୍ସ ହେଉଛି ରାଜ୍ୟରେ ଭାରତ ବେଞ୍ଜ୍‌ର ସ୍ୱୀକୃତିପ୍ରାପ୍ତ ଡିଲର ସହଯୋଗୀ ଯାହା ବ୍ରାଣ୍ଡ୍ ପାଇଁ ଉଲ୍ଲେଖନୀୟ ବରାଦ ହାସଲ କରିଛି । ପିପିଏସ୍ ମୋଟର୍ସ ପକ୍ଷରୁ ଏହି ବସ୍‌ଗୁଡ଼ିକ ପାଇଁ ବିକ୍ରି ପରବର୍ତୀ ସେବା ପ୍ରଦାନ କରାଯିବ । ଓଡ଼ିଶା ସରକାରଙ୍କଠାରୁ ପିପିଏସ୍ ମୋଟର୍ସ ଓ ଭାରତ ବେଞ୍ଜ୍ ହାସଲ କରିଥିବା ଏହା ଏକ ସର୍ବବୃହତ ବରାଦ ।
ପିପିଏସ୍ ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜୀବ ସାଂଘଭି କହିଛନ୍ତି ଯେ, “ଲକ୍ଷ୍ମୀ ଯୋଜନା ଅଧୀନରେ ଓଡ଼ିଶା ସରକାରଙ୍କଠାରୁ ୨୯୮ଟି ବସ୍‌ର ବରାଦ ହାସଲ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ଯାହା ରାଜ୍ୟରେ ସାର୍ବଜନୀନ ଗମନାଗମନରେ ବୈପ୍ଳବିକ ପରିବର୍ତନ ଆଣିବ । ସାରା ରାଜ୍ୟରେ ବ୍ୟାପିଥିବା ନେଟ୍‌ୱର୍କ ଜରିଆରେ ଶ୍ରେଷ୍ଠ ମାନର ସେବା ଓ ମାଲିକାନା ଅନୁଭୂତି ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ପୁନଶ୍ଚ, ଗଭୀର ଓ ବ୍ୟାପକ ଭାବେ ପହଂଚ ଲାଗି ଅତିରିକ୍ତ ଟଚ୍ ପଏଂଟ୍ ସୃଷ୍ଟି କରିବା ଲାଗି ଆମେ ନିବେଶ କରୁଛୁ । ଯାହା ବସ୍‌ଗୁଡ଼ିକ ପାଖରେ ସହଜରେ ପହଂଚିବା ଓ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଏବଂ ସର୍ବାଧିକ ଅପ୍‌ଟାଇମ୍ ଓ ନିମ୍ନ ମାଲିକାନା ଖର୍ଚ୍ଚକୁ ସୁନିଶ୍ଚିତ କରିବାରେ ଆମକୁ ସହାୟକ ହେବ ।”
ଡେମଲର ଇଣ୍ଡିଆ କମର୍ସିଆଲ ଭେଇକିଲ୍‌ର ବିକ୍ରି ଓ ଗ୍ରାହକ ସେବାର ସଭାପତି ଓ ମୁଖ୍ୟ ବ୍ୟବସାୟ ଅଧିକାରୀ ଶ୍ରୀ ଶ୍ରୀରାମ ଭେଙ୍କଟେଶ୍ୱରନ କହିଛନ୍ତି ଯେ, “ଭାରତ ବେଂଜ୍‌ର ଉତ୍ପାଦଗୁଡ଼ିକ ଭରସାଯୋଗ୍ୟତା, ସୁରକ୍ଷା ଓ ଦୀର୍ଘ ସର୍ଭିସ୍ ଜୀବନ ପାଇଁ ପରିଚିତ । ଓଡ଼ିଶା ସରକାର ଭାରତ ବେଞ୍ଜକୁ ଚୟନ କରିଥିବାରୁ ଆମେ ଗର୍ବିତ ଏବଂ ଭାରତ ବେଞ୍ଜ ବସ୍‌ର ବୃହତ ଫ୍ଲିଟ୍ ପ୍ରଦାନ କରୁଥିବାରୁ ଗର୍ବିତ ମନେ କରୁଛୁ ଯାହା ଓଡ଼ିଶାର ଲୋକମାନଙ୍କୁ ରାଜ୍ୟର କୋଣ ଅନୁକୋଣରେ ସୁରକ୍ଷିତ ଓ ଆରାମଦାୟକ ଗମନାଗମନ ଅନୁଭବ ପ୍ରଦାନ କରିବ ।”
ରାଜ୍ୟର ଲକ୍ଷ୍ମୀ ବସ୍ ଯୋଜନା ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ବିପ୍ଳବ ଆଣିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ଲକ୍ ଓ ଜିଲ୍ଲା ସହ ସଂଯୋଗରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହାର ଲକ୍ଷ୍ୟ ହେଉଛି ଆନ୍ତଃ ବସ୍ ପରିଚାଳନା ପର୍ଯ୍ୟନ୍ତ ସେବାରେ ଉନ୍ନତି ଆଣିବା ।

Share

Leave a Reply

Your email address will not be published. Required fields are marked *

five × two =