ରିଟେଲ୍ ଋଣରେ ଅଭିବୃଦ୍ଧି ଧାରା ଅବ୍ୟାହତ: ଟ୍ରାନ୍ସୟୁନିୟନ୍ ସିବିଲ୍‌

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତର ଖୁୁଚୁରା ଋଣ ବଜାରରେ ନିରବଚ୍ଛିନ୍ନ ଅଭିବୃଦ୍ଧି ଜାରି ରହିଛି । ବିନିଯୋଗ ନେତୃତ୍ୱାଧୀନ ଚାହିଦା ପାଇଁ ଋଣର ଆବଶ୍ୟକତା ବଢ଼ିଛି । ଆର୍ଥିକ ସଂସ୍ଥାରୁ ଋଣ ଯୋଗାଣ ବାର୍ଷିକ ଭିତିରେ ୧୫% ବଢ଼ିଛି । ଅଧିକାଂଶ ଉତ୍ପାଦର ପୋର୍ଟଫୋଲିଓ ପ୍ରଦର୍ଶନ ଗତବର୍ଷ ଭଳି ସମାନ ରହିଛି ।

ଋଣ ବଜାର ସଙ୍କେତ ରିପୋର୍ଟ ସମ୍ପର୍କରେ ଟ୍ରାନ୍ସୟୁନିୟନ୍ ସିବିଲ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ରାଜେଶ କୁମାର କହିଛନ୍ତି ଯେ, “ସଦ୍ୟତମ ସିଏମ୍‌ଆଇ ରିପୋର୍ଟରୁ ଆର୍ଥିକ ସ୍ଥିରତା ବିଷୟରେ ଜଣାପଡ଼ିଛି ଯେଉଁଥିରେ ରିଟେଲ୍ ବଜାରରେ ଅଭିବୃଦ୍ଧି ଉତ୍ସାହଜନକ ଥିବା ବେଳେ ଋଣ ଖିଲାପ ସ୍ତର କମ୍ ରହିଛି । ସେହି ସମୟରେ ଭାରତର ଯୁବପିଢ଼ିଙ୍କ ଏକ ବଡ଼ ଭାଗ ସହିତ ପ୍ରଥମ ଋଣ ନେଉଥିବା ଗ୍ରାହକଙ୍କ ଜରିଆରେ ଋଣ ଅଭିବୃଦ୍ଧି ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ତ୍ୱରାନ୍ୱିତ ହୋଇଛି ।”
ଚାରିଟି ପ୍ରମୁଖ ମାନଦଣ୍ଡ ଚାହିଦା, ଯୋଗାଣ, ଗ୍ରାହକ ବ୍ୟବହାର ଓ ପ୍ରଦର୍ଶନ ଭଳି ଚାରିଟି ସ୍ତମ୍ଭରେ ଋଣ ବଜାର ସ୍ୱାସ୍ଥ୍ୟର ସମୀକ୍ଷା କରାଯାଇଛି । ସେହି ପ୍ରଦର୍ଶନକୁ ଗୋଟିଏ ସୂଚୀରେ ଉପସ୍ଥାପନ କରାଯାଇଛି । ୨୦୨୩ ଜୁନ୍ ସୁଦ୍ଧା ଶେଷ ତ୍ରୈମାସିକରେ ସିଏମ୍‌ଆଇ ୧୦୦ ଥିବା ବେଳେ ୨୦୨୨ ଜୁନ୍‌ରେ ମଧ୍ୟ ତାହା ସେହି ସମାନ ସ୍ତରରେ ଥିଲା ।

ମୂଲ୍ୟ ଦୃଷ୍ଟିରୁ ଗୃହ ଋଣ କମ୍ ହୋଇଥିବା ବେଳେ ସଂପତି ଋଣରେ ୧୨%, ଗାଡ଼ି ଋଣ ୧୩%, ଦୁଇଚକିଆ ଯାନ ଋଣ ୧୮%, ପର୍ସନାଲ୍ ଋଣ ୧୨%, ଉପଭୋକ୍ତା ଋଣରେ ୨୦% ଏବଂ କ୍ରେଡିଟ୍ କାର୍ଡ ଋଣ ୧% ବଢ଼ିଛି । ପ୍ରାୟ ସବୁ ସ୍ତରରେ ଋଣ ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହୋଇଛି ।
କମ୍ ପରିମାଣର ବ୍ୟକ୍ତିଗତ ଋଣ ନେଇଥିବା ଗ୍ରାହକମାନଙ୍କ ଖିଲାପ ସ୍ତର ୫.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଅବଶ୍ୟ ମୋଟ ଖୁୁଚୁରା ଋଣ ଉପରେ ତାହାର ପ୍ରଭାବ କମ୍ ରହିଛି । ମୋଟ ଖୁଚୁରା ଋଣରେ ୫୦ ହଜାର ଟଙ୍କାରୁ କମ୍ ପରିମାଣର ବ୍ୟକ୍ତିଗତ ଋଣର ଭାଗ ୦.୩ ପ୍ରତିଶତ ରହିଛି ।
ଗତ ଚାରି ବର୍ଷ ଭିତରେ ଖୁଚୁରା ଋଣ ଦୃଶ୍ୟପଟ୍ଟରେ ଉଲ୍ଲେଖନୀୟ ପରିବର୍ତନ ହୋଇଛି । କମ୍ ମୂଲ୍ୟର ଖୁଚୁରା ଋଣର ଗ୍ରହଣୀୟତା ବଢ଼ିବା କାରଣରୁ ମୋଟ ଉପରେ ଖୁଚୁରା ଋଣରେ ବୃଦ୍ଧି ଘଟିଛି । ୨୦୨୨ ଜାନୁଆରି ପରଠାରୁ ୫୦ ହଜାର ଟଙ୍କାରୁ କମ୍ ଦାମ୍‌ର ଖୁଚୁରା ଋଣ ଭାଗ ମୋଟ ଋଣରେ ପ୍ରାୟ ୨୫ ପ୍ରତିଶତ ରହିଛି । ଫଳରେ କମ୍ ପରିମାଣର ଋଣ ନେଇଥିବା ସକ୍ରିୟ ଗ୍ରାହକଙ୍କ ହାର ୨୦୩ ଜୁନ୍ ସୁଦ୍ଧା ୮%କୁ ବୃଦ୍ଧି ପାଇଥିବା ବେଳେ ୨୦୧୯ ଜୁନ୍‌ରେ ତାହା ମାତ୍ର ୩% ଥିଲା । ୨୦୨୩ ଦ୍ୱିତୀୟ ତ୍ରୈମାସିକ ସୁଦ୍ଧା ଖୁଚୁରା ଋଣ ନେଇଥିବା ୫୧% ଗ୍ରାହକ ନୂଆ ଋଣ ନେବା ବେଳକୁ ଅନ୍ୟ ଚାରିଟି ଋଣ ନେଇଥିବା ଜଣାପଡ଼ିଥିଲା ।

Share

Leave a Reply

Your email address will not be published. Required fields are marked *

6 − 5 =