ଆଇନଜୀବୀଙ୍କ ଆନ୍ଦୋଳନକୁ ଉସାକାଉଛନ୍ତି ଅଣଆଇନଜୀବୀ

ଭୁବନେଶ୍ବର (): ରାଜ୍ୟରେ ଦୀର୍ଘଦିନ ଧରି ଚାଲିଥିବ ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ଆଜି ଆଇନଜୀବୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅପିଲ କରିଛନ୍ତି । ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଇନଜୀବୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେ ଅନୁରୋଧ କରିଛନ୍ତି ।

ଏଥିସହିତ ଆଇନଜୀବୀଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେଉନଥିବା କେତେକ ରାଜନୈତିକ ଦଳ କରୁଥିବା ଅଭିଯୋଗକୁ ସେ ଅଗ୍ରାହ୍ୟ କରିବା ସହିତ କହିଛନ୍ତି ଯେ ଏହି ଘଟଣାରେ ଏ ପର୍ଯ୍ୟନ୍ତ 2ଜଣଙ୍କୁ ଗିରଫ କରାଯାଇଥିବା ବେଳେ 4ଜଣ ବହିଷ୍କାର କରାଯାଇଛି। ତା ଛଡା ବର୍ତ୍ତମାନ ଏହି ଘଟଣାର ଆଇଜି ସ୍ତରୀୟ ତଦନ୍ତ ଚାଲିଛି । ସୁପ୍ରିମ କୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅପିଲ କରିଥିଲେ । ନିର୍ଦ୍ଧିଷ୍ଟ କିଛି ରାଜନୈତିକ ଦଳ ପକ୍ଷରୁ କିନ୍ତୁ ଏହି ଆନ୍ଦୋଳନକୁ ଉସକାଇ ନିଜସ୍ବ ରାଜାନୈତିକ ଫାଇଦା ହାସଲ ପାଇଁ ଚେଷ୍ଟା କରୁଥିବା ସେ କହିଛନ୍ତି । ଏହି ଆନ୍ଦୋଳନରେ ଏବେ କିଛି ଅଣଆଇନଜୀବୀ ମଧ୍ୟ ସାମିଲ ହୋଇଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 4 =