୧୫ ଦିନ ତଳେ ହୋଇଥିଲା ବାହାଘର, ଆଖି ବୁଜିଦେଲେ ଡାକ୍ତର

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ଆତ୍ମହତ୍ୟା । ମୃତ ଯୁବ ଡାକ୍ତର ଶିଶିର କୁମାର ସାହୁ ଘରୋଇ ମେଡିକାଲରେ ଅର୍ଥପେଡିକ୍ ଡାକ୍ତର ଥିଲେ । ବାପା ବଂଶୀଧର ସାହୁ ଅବସରପ୍ରାପ୍ତ ଡାକ୍ତର ଥିଲେ । ମା’ ବିଜୟଲକ୍ଷ୍ମୀ ସାହୁ ଝାରସୁୁଗୁଡା ଦଲ୍ଲୀପାଲ୍ଲୀ ମେଡିକାଲରେ କାର୍ଯ୍ୟରତ ଅଛନ୍ତି । ଉଭୟେ ଝାରସୁଗୁଡାରେ ରହୁଥିବାବେଳେ ପୁଅର ମୃତ୍ୟୁ ଖବର ଶୁଣି ସକାଳୁ ଭୁବନେଶ୍ୱରରେ ପହଁଞ୍ଚିଥିଲେ । ବାପ-ମାଙ୍କ ଏକମାତ୍ର ପୁଅ ଥିଲେ ଶିଶିର । ଗତ ଏପ୍ରିଲ ୨୦ ତାରିଖରେ ଜଣେ ଅଧ୍ୟାପିକାଙ୍କୁ ସେ ବିବାହ କରିଥିଲେ । ଗତକାଲି ଦିନ ୩ଟାରେ ହସ୍ପିଟାଲ ଚାମ୍ବର ଭିତରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ନିଜ ଦେହରେ ବିଷ ଇଞ୍ଜେକ୍ସନ ଦେଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Share

Leave a Reply

Your email address will not be published. Required fields are marked *

twelve + eleven =