ପୁଲୱାମା ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ
ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ବୋଲି ଜଣାପଡିଛି । ହଠାତ୍ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରି ଆସିଥିଲେ । ଭୂମିକମ୍ପର ଝଟକା ପୁଲୱାମା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା । ଭୂକମ୍ପ ଜନିତ କ୍ଷୟକ୍ଷତି କିଛି ଏଯାଏଁ ଜଣାପଡିନାହିଁ ।
ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜି ଅନୁଯାୟୀ, ଜମ୍ମୁ କଶ୍ମୀର ପୁଲୱାମାରେ ୨୫ ତାରିଖ ରାତି ୨.୩୦ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୩.୫ ରହିଥିଲା । ଏହାର ଝଟକାରେ ଅନେକ ଲୋକ ଘରୁ ବାହାରକୁ ଚାଲିଆସିଥିଲେ । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜନହାନି ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିନାହିଁ ।
ସେହିପରି ସିକ୍କିମ, ନେପାଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସିକ୍କିମରେ ୨.୮ ଏବଂ ନେପାଳରେ ୩.୮ ତୀବ୍ରତାର ଝଟକା ଅନୁଭୂତ । ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଲୋକମାନଙ୍କୁ ଅଯଥା ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।
ପୂର୍ବରୁ, ଜୁନ୍ ୨୪ ତାରିଖ ଦିନ ୧୨ଟା ସମୟରେ ଆସାମର ଗୋଲପାରା ଜିଲ୍ଲାରେ ରିକ୍ଟର ସ୍କେଲରେ ୩.୭ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ୧୨ କିଲୋମିଟର ଗଭୀରରେ ରହିଥିଲା । ଭେନେଜୁଏଲାରେ ଭୂକମ୍ପ ହୋଇ ୧୦ ହଜାର ଲୋକଙ୍କ ପ୍ରାଣ ଚାଲିଯାଇଛି । ଭୂକମ୍ପର ତୀବ୍ରତା ୭.୫ ଏବଂ ୭.୧ ରହିଛି । ତାସ ଘର ଭଳି ବିଲିଡିଂ ଭାଙ୍ଗିଯାଇଛି । ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

