ଆଜି ପବିତ୍ର ଶିଶୁ ଦିବସ

ଭୁବନେଶ୍ୱର: ଆଜି ହେଉଛି ଶିଶୁ ଦିବସ । ଶିଶୁଙ୍କ ପାଇଁ ଦିନଟିଏ । ଆଜିର ଦିନଟି ଶିଶୁମାନଙ୍କ ଲାଗି ଉତ୍ସର୍ଗିକୃତ । ଆଜି ମଧ୍ୟ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ୧୮୮୯ ନଭେମ୍ବର ୧୪ରେ ନେହେରୁ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ମୋତିଲାଲ ନେହେରୁ ଥିବାବେଳେ ମାତାଙ୍କ ନାମ ଥିଲା ସ୍ୱରୁପାରାଣୀ ଦେବୀ । ତାଙ୍କର ଜନ୍ମ ସ୍ଥାନ ଥିଲା ଆହ୍ଲାବାଦ ଆନନ୍ଦ ଭବନରେ ।ଣ୍ଣ୍ିତ ଜବାହାରଲାଲ ନେହେରୁ କୁନି କୁନି ପିଲାଙ୍କୁ ଭଲ ପାଉଥିଲେ । ସେ ପିଲାମାନଙ୍କ ଭିତରେ ଭବିଷ୍ୟତର ଭାରତ ବର୍ଷକୁ ଦେଖିପାରୁଥିଲେ । ସେ କହୁଥିଲେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଉଚିତ ମାର୍ଗରେ ପରିଦର୍ଶନ କରାଗଲେ ଆଗାମୀ ଦିନରେ ଜଣେ ଜଣେ ସୁନାଗରିକ ହୋଇପାରିବେ । ପିଲାମାନେ ମଧ୍ୟ ନେହେରୁଙ୍କୁ ଚାଚା ବୋଲି ଡାକୁଥିଲେ । ଆମ ଭାରତବର୍ଷରେ ଏହିଦିନ ଭଲ ପୋଷାକ ପରିଧାନ ବିଦ୍ୟାଳୟକୁ ଯାଇଥାନ୍ତି । ସେଠାରୁ ନେତାଜୀଙ୍କ ଜନ୍ମଦିନର ଶୋଭାଯାତ୍ରାରେ ଶିକ୍ଷକଙ୍କ ତତ୍ୱାବଧାନରେ ବାହାରି ରାସ୍ତାରେ ଗଲାବେଳେ ‘ଚାଚା’ ନେହେରୁ ଜୟଗାନର କରିଥାନ୍ତି ।

Share

Leave a Reply

Your email address will not be published. Required fields are marked *

nine + 13 =