ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ‘ଆକ୍ଟିଭ୍ ୱାନ୍‌’ ଉନ୍ମୋଚିତ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା କ୍ୟାପିଟାଲ୍‌ର ଏକ ଅଂଶ ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ସରଳ ଏବଂ ବ୍ୟାପକ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରାଯାଇଛି ଯାହା ପଲିସିଧାରକଙ୍କ ସ୍ୱାସ୍ଥ୍ୟ ବୀମା ଆବଶ୍ୟକତା ସହିତ ସେମାନଙ୍କୁ ସୁସ୍ଥକର ରଖିବାରେ ସଶକ୍ତ କରିବ ।
୧୦୦% ହେଲଥ୍ ରିଟର୍ଣ୍ଣ, କ୍ଲେମ୍ ପ୍ରୋଟେକ୍ଟ, ନୋ ସବ୍‌-ଲିମିଟ୍ସ, ସୁପର ରିଲୋଡ୍ ଏବଂ ସୁପର କ୍ରେଡିଟ୍ ଭଳି ଶିଳ୍ପର ଅଗ୍ରଣୀ ବୈଶିଷ୍ଟ୍ୟରେ ଭରପୂର ଆକ୍ଟିଭ୍ ୱାନ୍ କଂପାନିର ଏପର୍ଯ୍ୟନ୍ତ ସବୁଠାରୁ ବ୍ୟାପକ ଉତ୍ପାଦ ଯାହା ଗ୍ରାହକମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ଆବଶ୍ୟକତା ପୂରଣ କରିବ ।
ଆଦିତ୍ୟ ବିର୍ଲା ହେଲ୍ଥ ଇନସ୍ୟୁରାନ୍ସର ସିଇଓ ମୟଙ୍କ ବାଥୱାଲ କହିଛନ୍ତି ଯେ, “ଆକ୍ଟିଭ୍ ୱାନ୍ ହେଉଛି ଆମର ଅଂଶୀଦାର ଯଥା ଗ୍ରାହକ, ପରାମର୍ଶଦାତା, ବିତରକମାନଙ୍କୁ ଭଲ ଭାବେ ଶୁଣିବାର ଫଳ । ସେମାନଙ୍କ ସୂଚନା ଏବଂ ବୁଝାମଣା ଆଧାରରେ, ଆମେ ଆକ୍ଟିଭ୍ ୱାନ୍ ବିକଶିତ କରିଛୁ ଯାହା ପ୍ରତ୍ୟେକ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପୂରଣ କରିବ । ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ କିମ୍ବା ଜୀବନ ସ୍ତରରେ, ଏବଂ ଦୀର୍ଘକାଳୀନ ରୋଗ ସହିତ ସଂଘର୍ଷ କରିବାର ପର୍ଯ୍ୟାୟରେ ଏହା ସେମାନଙ୍କ ସହିତ ରହିବ । ଗୋଟିଏ ଉତ୍ପାଦରେ ୭ଟି ଭାରିଆଂଟ୍ ସୃଷ୍ଟି କରି ଆମେ ସମସ୍ତଙ୍କୁ ଏକର ଶକ୍ତି ପ୍ରଦାନ କରୁଛୁ । କଂପାନିରେ ଆମର ଲକ୍ଷ୍ୟ ସର୍ବଦା ସୁସ୍ଥତାକୁ ପ୍ରୋତ୍ସାହିତ କରିବା, ପଲିସିଧାରୀମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଏବଂ ସାମଗ୍ରିକ କଲ୍ୟାଣ ଗ୍ରହଣ କରିବାକୁ ଉତ୍ସାହିତ କରିବା । ଆକ୍ଟିଭ୍ ୱାନ୍ ମାଧ୍ୟମରେ, ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆମର ପଲିସିଧାରୀମାନେ ଏକ ସରଳ ଏବଂ ବ୍ୟାପକ ସ୍ୱାସ୍ଥ୍ୟସେବା ସମାଧାନ ଅନୁଭବ କରିବେ ଯାହା ବ୍ୟକ୍ତିଗତ ସୁହାଇବା ଭଳି, ଲାଭଦାୟକ ଏବଂ ଚିନ୍ତାମୁକ୍ତ ।’’
ଆକ୍ଟିଭ୍ ୱାନ୍ ଏହାର ବ୍ୟାପକ ବିଲ୍ଟ-ଇନ୍ ବୈଶିଷ୍ଟ୍ୟ ପାଇଁ ପରିଚିତ ଯେଉଁଥିରେ ରୋଗୀ ଡାକ୍ତରଖାନାରେ ଭର୍ତିର୍ି ହେବା ଏବଂ ଡାକ୍ତରଖାନାରେ ଭର୍ତି ହେବା ପୂର୍ବରୁ ଏବଂ ପରବର୍ତୀ ଖର୍ଚ୍ଚ ୯୦ ଏବଂ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ପ୍ରଥମ ଥର ପାଇଁ ଆଦିତ୍ୟ ବିର୍ଲା ହେଲ୍‌ଥ ଏହି ପଲିସି ଅଧୀନରେ ଲିଭ୍‌-ଇନ୍ ପାର୍ଟନର (ସମାନ କିମ୍ବା ବିପରୀତ ଲିଙ୍ଗ)ଙ୍କୁ ସୁରକ୍ଷା ପ୍ରଦାନ କରିବ । ଏହା ବ୍ୟତୀତ ପଲିସିରେ କ୍ରୋନିକ୍ କେୟାର କଭର ରହିଛି ଯାହା ଶ୍ୱାସରୋଗ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ମଧୁମେହ, ଦୀର୍ଘସ୍ଥାୟୀ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ରୋଗ୍‌, ମୋଟାପଣ ଏବଂ କୋରୋନାରୀ ଆର୍ଟେରୀ ଡିଜିଜ୍ (ପିଟିସିଏ) ଭଳି ସାତଟି କ୍ରନିକ ରୋଗରେ ପୀଡ଼ିତ ଲୋକଙ୍କୁ ପ୍ରଥମ ଦିନ କଭର (ଶୂନ୍ୟ ପ୍ରତୀକ୍ଷା ଅବଧି) ପ୍ରଦାନ କରୁଛି ।
ଏହି ପ୍ରବେଶର କୌଣସି ସର୍ବୋଚ୍ଚ ବୟସ ସୀମା ନାହିଁ । ଆକ୍ଟିଭ୍ ୱାନ୍‌ରେ ଡ୍ୟୁରେବଲ୍ ଉପକରଣ, ଦ୍ୱିତୀୟ ମେଡିକାଲ୍ ପରାମର୍ଶ, ବ୍ୟକ୍ତିଗତ ଦୁର୍ଘଟଣା, ଜଟିଳ ଅସୁସ୍ଥତା ଏବଂ କ୍ୟାନସର ବୁଷ୍ଟର ଭଳି ବିକଳ୍ପ ସୁବିଧା ରହିଛି ।

Share

Leave a Reply

Your email address will not be published. Required fields are marked *

9 + twelve =