ଧାନର ସହାୟକ ମୂଲ୍ୟ ଆହୁରି ବଢ଼ାଇବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଅରୁଣ

ଭୁବନେଶ୍ୱର: ଗତକାଲି କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରିଥିବା ବେଳେ ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଧାନର ଏମଏସପି ବୃଦ୍ଧିନେଇ ଚିଠି ଲେଖିଛନ୍ତି କୃଷିମନ୍ତ୍ରୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି । ୨୯୩୦ ଟଙ୍କାକୁ ବୃଦ୍ଧି ହେଲେ ଚାଷୀ ୨୫ ପ୍ରତିଶତ ଲାଭ ପାଇବେ । ଓଡ଼ିଶା ଚାଷୀ ଅନେକ ଦୁର୍ବିପାକର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାର ଯାହା ଦେଉଛନ୍ତି ତାହା ଓଡ଼ିଶା ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

Share

Leave a Reply

Your email address will not be published. Required fields are marked *

fourteen + 5 =