ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ “ଏନ୍‌ଆର୍‌ଆଇ ହୋମ୍‌କମିଂ ଉତ୍ସବ”ର ଶୁଭାରମ୍ଭ; ପ୍ରବାସୀ ଭାରତୀୟଙ୍କ ଅନୁଭୂତିରେ ଉନ୍ନତି ଆଣିବ

ଭୁବନେଶର୍ୱ: ଆଇସିସି ପୁରୁଷ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଚାଲିିଥିବା ବେଳେ ବର୍ଷ ଶେଷ ଛୁଟି ଋତୁ ଆରମ୍ଭ ହେବାକୁ ଯାଉଛି ଏବଂ ୨୦୨୪ରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ପରିପ୍ରେକ୍ଷୀରେ ପ୍ରବାସୀ ଭାରତୀୟ (ଏନଆରଆଇ)ମାନେ ଦେଶକୁ ପ୍ରତ୍ୟାବର୍ତନ କରି ନିଜ ପରିବାର ସହ ଯୋଡ଼ିହେବା ଖୁସିକୁ ପାଳନ କରିବା ଲାଗି ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ “ଏନ୍‌ଆର୍‌ଆଇ ହୋମକମିଂ’ ଫେଷ୍ଟିଭାଲ୍‌ର ଶୁଭାରମ୍ଭ କରାଯାଇଛି । ଉତ୍ସବ ପାଳନ କାର୍ଯ୍ୟକ୍ରମ ଏବଂ ବ୍ୟାଙ୍କିଙ୍ଗ ଉତ୍ପାଦ ଓ ସେବା ଉପରେ ଆକର୍ଷଣୀୟ ଅଫର ଜରିଆରେ ବ୍ୟାଙ୍କ ଏହାର କ୍ଲାଏଂଟ୍‌ମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।
ଏନ୍‌ଆର୍‌ଆଇ ହୋମ୍‌କମିଂ ଫେଷ୍ଟିଭାଲ୍‌ର ଅଂଶ ସ୍ୱରୂପ ବ୍ୟାଙ୍କ ପକ୍ଷରୁ ସୀମିତ ସମୟ ସୁବିଧା ପ୍ରଦାନ କରାଯାଉଛି ଯେଉଁଥିରେ ଏନ୍‌ଆର୍‌ଇ/ଏନ୍‌ଆରଓ ସଂଚୟ ଖାତା ଉପରେ ବାର୍ଷିକ ୬.୭୫% ପର୍ଯ୍ୟନ୍ତ, ଏନ୍‌ଆର୍‌ଇ/ଏନ୍‌ଆର୍‌ଓ ଜମା ଉପରେ ବାର୍ଷିକ ୭.୫ ପ୍ରତିଶତ ପର୍ଯ୍ୟନ୍ତ ଏବଂ ୟୁଏସ୍‌ଡି ଏଫ୍‌ସିଏନ୍‌ଆର୍ ଜମା ଉପରେ ବାର୍ଷିକ ୫.୯୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯିବ । ଏହି ଅବସରରେ ବ୍ୟାଙ୍କ ବିଭିନ୍ନ ଶାଖା ପକ୍ଷରୁ ପ୍ରବାସୀ ଭାରତୀୟଙ୍କୁ ହାର୍ଦ୍ଦିକ ସ୍ୱାଗତ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ଏନ୍‌ଆରଆଇ ହୋମ୍‌କମିଂ କାର୍ଯ୍ୟକ୍ରମରେ ଆର୍ଥିକ ସାକ୍ଷରତା ଉପରେ ସୂଚନାଧର୍ମୀ ଅଧିବେଶନ ରହିଛି ଯେଉଁଥିରେ ଏନ୍‌ଆରଆଇ ଓ ପିଆଇଓମାନେ ବିଦେଶ ଫେରିବା ପୂର୍ବରୁ ସେମାନଙ୍କ ଆର୍ଥିକ ଆବଶ୍ୟକତା ଉପରେ ମୂଲ୍ୟବାନ ସୂଚନା ଓ ମାର୍ଗଦର୍ଶନ ପାଇପାରିବେ । ଅଭିଜ୍ଞ ଆର୍ଥିକ ଉପଦେଷ୍ଟାଙ୍କ ଦ୍ୱାରା ସେହି ଅଧିବେଶନ ପରିଚାଳିତ ହେବ ଯାହାର ଲକ୍ଷ୍ୟ ହେଉଛି ଏନ୍‌ଆର୍‌ଆଇମାନଙ୍କୁୁ ସେମାନଙ୍କ ଆର୍ଥିକ ଲକ୍ଷ୍ୟକୁ ସୁରକ୍ଷିତ ରଖିବାରେ ସହାୟତା ପ୍ରଦାନ କରିବା ।
ଗ୍ରାହକ ଅନୁଭୁତିରେ ଉନ୍ନତିି ଆଣିବା ଲାଗି ବ୍ୟାଙ୍କ ପକ୍ଷରୁ ସହଜରେ ଏନ୍‌ଆରଆଇ ଡିଜିଟାଲ ଖାତା ଖୋଲିବା ପ୍ଲାଟଫର୍ମ ଉପରେ ଗୁରୁତ୍ୱାରୋପ କରାଯାଉଛି ଯେଉଁଥିରେ ମାଇଁ ଆକାଉଂଟ୍ ମାଇଁ ନମ୍ବର, ହ୍ୱାଟସ୍‌ଆପ୍ ବ୍ୟାଙ୍କିଙ୍ଗ ଓ ଫିଙ୍ଗରପ୍ରିଂଟ୍ ବ୍ୟାଙ୍କିଙ୍ଗ ସାମିଲ ରହିଛି । ବ୍ୟାଙ୍କର ୧୯୮ଟି ଏନ୍‌ଆରଆଇ ଉପରେ ଗୁରୁତ୍ୱାରୋପ କରୁଥିବା ଶାଖା ରହିଛି ଯେଉଁଠାରେ ସେମାନଙ୍କୁ ବ୍ୟକ୍ତିଗତ ସୁହାଇବା ଭଳି ସେବା ପ୍ରଦାନ କରାଯାଉଛି । ଆମେରିକା ଓ ସିଙ୍ଗାପୁରରୁ ସହଜରେ ପାଣ୍ଠି ସ୍ଥାନାନ୍ତର ପାଇଁ ବ୍ୟାଙ୍କ ପକ୍ଷରୁ ଇଣ୍ଡସ୍ ଫାଷ୍ଟ ରେମିଟ୍ ସୁବିଧା ପ୍ରଦାନ କରାଯାଉଛି । ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଭର୍ଚୁଆଲ ସେବା ଟିମ୍ ଓ ୨୪ ଘଂଟିଆ କଲ୍ ସେଂଟର ରହିଛି ।

Share

Leave a Reply

Your email address will not be published. Required fields are marked *

4 × two =